ଉକôଳ ପ୍ରସଙ୍ଗ ଓ ଓଡିଶା ରିଭୁ୍ୟ ପତ୍ରିକା ଉପଲବ୍ଧ

Spread the love

ଯାଜପୁର, ୨୮/୦୭/୨୦୨୧ (ସନ୍ଧାନ ନିଉଜ) : ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ବିଭିନ୍ନ ତଥ୍ୟ ଓ ରାଜ୍ୟର ଗୈାରବମୟ ପରିଚୟ ସମ୍ୱଳିତ ପତ୍ରିକା ଉକôଳ ପ୍ରସଙ୍ଗ ଓ ଓଡିଶା ରିଭୁ୍ୟର ବିଭିନ୍ନ ମାସର ସଂଖ୍ୟା ଜିଲ୍ଳ୍ା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟରେ ଉପଲବ୍ଧ ଅଚ୍ଥି । ଓଡିଶାର ଆରାଧ୍ୟ ଠାକୁର ଜଗତର ନାଥ ଜଗନ୍ନାଥଙ୍କର ରଥଯାତ୍ରା ବିଶେଷାଙ୍କ ସହ ପେଂବୃୟାରୀ, ମାର୍ଚ୍ଚ, ଏପ୍ରିଲ ମାସର ଊକôଳ ପ୍ରସଙ୍ଗ ଓ ଓଡିଶା ରିଭୁ୍ୟ ମଧ୍ୟ କାର୍ଯ୍ୟାଳୟରେ ପହଞ୍ଚିଚ୍ଥି । ଏହି ପୁସ୍ତକର ଲେଖକ ମାନେ ଓଡିଶାର ଲବ୍ଧ ପ୍ରତିଷ୍ଠିତ ସାହିତି୍ୟକ , ଗବେଷକ, ସାରସ୍ୱତ ସାଧକ, ସେମାନଙ୍କର ଊଚ୍ଚ କୋଟୀର ଆଲେଖ୍ୟରେ ପ୍ରବନ୍ଧ ଓ ବିଷୟ ଗୁଡିକ ବେଶ୍ ସମୃଦ୍ଧ । ଅପର ପକ୍ଷରେ ଏହି ପତ୍ରିକା ଅନେକ ଜଣା ଅଜଣା ତଥ୍ୟକୁ ମଧ୍ୟ ଲୋକ ଲୋଚନକୁ ଆଣିଥାଏ । ଏହି ପତ୍ରିକା ପୁସ୍ତକଟିର କଳେବର ଅତ୍ୟନ୍ତ ଆକର୍ଷଣୀୟ । ତେବେ ସବୁ ବର୍ଗର ପାଠକ ଯେପରି ଏହି ଉପାଦେୟ ପୁସ୍ତକଟିକୁ କ୍ରୟ କରି ପଠନ କରିପାରିବେ । ସେଥିପାଇଁ ରାଜ୍ୟ ସରକାର ଏହାର ମୂଲ୍ୟ ଖଣ୍ଡ ପ୍ରତି ମାତ୍ର ଟ. ୫/- ରଖିଚ୍ଥନ୍ତି । ଆଗ୍ରହୀ ପାଠକ ମାନେ କୋଭିଡ ନିୟମ ଅନୁସାରେ ସରକାରୀ କାର୍ଯ୍ୟାଳୟ ଦିବସ ମାନଙ୍କରେ ଯାଜପୁର ଜିଲ୍ଳ୍ାପାଳଙ୍କ କାର୍ଯ୍ୟାଳୟରେ ଥିବା ସୂଚନା ଓ ଲୋକ ସଂପର୍କ ବିଭାଗରୁ ଏହି ପତ୍ରିକା ଗୁଡିକୁ କ୍ରୟ କରିପାରିବେ ବୋଲି ସୂଚନା ଓ ଲୋକ ସଂପର୍କ ଅଧିକାରୀ ଅବଗତ କରାଇଚ୍ଥନ୍ତି ।

Related Posts

About The Author

Add Comment