ତିହିଡ଼ି : ୨୧/୨/୨୬ (ସନ୍ଧାନ ନ୍ୟୁଜ) ତିହିଡ଼ି ବ୍ଲକ ଅନ୍ତର୍ଗତ ପାଳିଆ ବିନ୍ଧା ପଞ୍ଚାୟତ ର ଦାସ ସାହି ରେ ଭଗବାନ କୃଷ୍ଣଙ୍କ ଅଷ୍ଟ ପ୍ରହରୀ ଏକ ଭାବ ଭକ୍ତି ପରିବେଶ ରେ ପାଳିତ ହୋଇ ଯାଇଛି। ସକାଳୁ ସକାଳୁ ଶହ ଶହ ମହିଳା ପକା ପୋଖରୀ ରୁ ଜଳ ଆଣି ମହାପ୍ରଭୁ କୃଷ୍ଣ ଙ୍କ ନାମ ଯଜ୍ଞ ମଣ୍ଡପ ରେ ଅବସ୍ଥାପିତ କରି ଥିଲେ। ବ୍ରାହ୍ମଣ ମାନଂକ ମନ୍ତ୍ର ପାଠ ସହିତ କୀର୍ତ୍ତନ ଆରମ୍ଭ ହୋଇ ଥିଲା। ଦାସ ସାହି ର ସମସ୍ତ ଅଧିବାସୀ ଏହି ଭକ୍ତି ପୂତ ପରିବେଶ ରେ ସାମିଲ ହୋଇ ଥିଲେ। ପ୍ରାୟ ଏକ ହଜାରୁ ଅଧିକ ଭକ୍ତ ପ୍ରସାଦ ସେବନ କରିଥିଲେ। ସଂଧ୍ୟା ସମୟ ର କୀର୍ତ୍ତନ ସମସ୍ତ ଭକ୍ତ ମାନଂକୁ ମୋହିତ କରି ଥିଲା। ଆଗର୍ ପଡ଼ା ରୁ ଆସିଥିବା ମା ଗୁଣ୍ଡିଚା ମହିଳା କୀର୍ତ୍ତନ ଦଳ ର କୀର୍ତ୍ତନ ପରିବେଷଣ ସମସ୍ତ ଭକ୍ତ ମାନଂକୁ ମୋହିତ କରି ଥିଲା। ଦାସ ସାହି କୀର୍ତ୍ତନ କମିଟି ସଭାପତି ଶ୍ରୀଯୁକ୍ତ ପ୍ରକାଶ କୁମାର ଦାସ ଓ ସମ୍ପାଦକ ପ୍ରଶାନ୍ତ କୁମାର ଦାସ (ମୁନା ଭାଇ), କୀର୍ତ୍ତନ ଆରମ୍ଭ ଓ ଶେଷ ଶୃଙ୍ଖଳା ର ସହିତ ସମାପ୍ତ ହୋଇ ଥିବାରୁ ସମସ୍ତ ଙ୍କୁ ଧନ୍ୟବାଦ୍ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମାଜ ସେବୀ ସରୋଜ କୁମାର ଦାସ, ଅକ୍ଷୟ କୁମାର ଦାସ,ବିଶ୍ବଭୂଷଣ ଦାସ, ଉଦୟ ନାଥ ଦାଶ, ସୁଦର୍ଶନ ଦାସ, ଦିବାକର ବିଶ୍ୱାଳ, ପିତାମ୍ବର ଦାସ, ଉପେନ୍ଦ୍ର ନାଥ ବେହେରା, ବିଜୟ କୁମାର ଦାସ, କୁଳମଣି ଦାସ, ବସନ୍ତ କୁମାର ଦାସ, ଜୟନ୍ତ କୁମାର ଦାସ, କବୀର୍ ଦାସ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସୁଚାରୁ ରୁପେ ଆଗେଇ ନେଇଥିଲେ। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ।
ଈଶ୍ୱର ଙ୍କ ନାମ ସଂକୀର୍ତ୍ତନ ରୁ ଭକ୍ତି ଓ ଶକ୍ତି ମିଳିଥାଏ
|
February 21, 2026 |



