ଯାଜପୁର/ ୦୫/୦୫/( ସନ୍ଧାନ ନିୟୁଜ୍)ଚଣ୍ଡିଖୋଲ ଡୁବୁରୀ ରାଜପଥ ର ସମ୍ପ୍ରସାରଣ କାର୍ଯ୍ୟ ଓ ଦ୍ୱିତୀୟ ବ୍ରାହ୍ମଣୀ ସେତୁ କାର୍ଯ୍ୟ ରେ ବିଳମ୍ବ ଯୋଗୁଁ ଶିଳ୍ପ ନଗରୀ କଳିଙ୍ଗ ନଗର କୁ ଯାତାୟାତ ଅସୁରକ୍ଷିତ ହେବା ସହିତ ଦୁର୍ଘଟଣା ଉପରମୁହାଁ ବୋଲି ନୂତନ ଜିଲ୍ଲାପାଳ ଙ୍କୁ ଅବଗତ କରିଛି ସଚେତନ ନାଗରିକ ମଞ୍ଚ ଯାଜପୁର।୨୦୨୦ ମସିଆ ରୁ ଚାଲୁରହିଥିବା ଏହି ୪୨ କିମି ଜାତୀୟ ରାଜପଥ ଏବେବି ଅସମ୍ପୂର୍ଣ୍ଣ।ସମାନ ସମୟ ରେ ଆରମ୍ଭ ହୋଇଥିବା ଡୁବୁରୀ – ଭୁବନ ଓ ଭୁବନ ଠୁ କାମାକ୍ଷାନଗର ପ୍ରାୟ ଦୁଇ ବର୍ଷ ହେବ ସରିଲାଣି।ଚଣ୍ଡୀଖୋଲ – ଡୁବୁରି ସଡ଼କ ଶିଳ୍ପ ନଗରୀ କଳିଙ୍ଗନଗର ର ମୁଖ୍ୟ ସଡ଼କ ହୋଇଥିବାରୁ ସାଇକେଲ, ବାଇକ ଠୁ ଆରମ୍ଭ କରି ବଡ଼ ବଡ଼ ଭାରିଯାନ ଦିନରାତି ଚାଲି ଥାଏ।ଅସମ୍ପୂର୍ଣ୍ଣ ସଡ଼କ ସାଙ୍ଗକୁ ସଡ଼କ ର ଭିଭିର୍ଣ ସ୍ଥାନରେ ନିର୍ମାଣ ରେ ବ୍ୟବହୃତ ପାଉଁଶ ଗୁଣ୍ଡ ଉଡ଼ି ପଥଚାରି ଙ୍କ ପାଇଁ କାଳ ସାଜିଛି।ସେହିପାରି ଦ୍ୱିତୀୟ ବ୍ରାହ୍ମଣୀ ସେତୁ କାର୍ଯ୍ୟ ମଧ୍ୟ ଧିମା ଚାଲୁଛି। ଅତ୍ୟାଧିକ ଭାର ଯୋଗୁଁ ବର୍ତ୍ତମାନ ର ସେତୁ ମଧ୍ୟ ପୁଣି ଅସୁରକ୍ଷିତ ହେବାକୁ ବସିଲାଣି। ଏସବୁ ଗୁରୁତ୍ୱପୂର୍ଣ୍ଣ ବିଷୟ କୁ ନେଉ ସଚେତନ ନାଗରିକ ମଞ୍ଚ ଯାଜପୁର ର ଉପଦେଷ୍ଟା ବେଣୁଧର ପଣ୍ଡା ଓ ଆବାହକ ସରୋଜ କାନ୍ତ ବେହେରା ଶ୍ରମିକ ଦିବସ ରେ ଜିଲ୍ଲାପାଳ ଙ୍କୁ ଭେଟି ଚଣ୍ଡିଖୋଲ ଡୁବୁରୀ ତେପନ ନମ୍ବର ଜାତୀୟ ରାଜପଥ ର ସୁରକ୍ଷା ପାଇଁ ଆଲୋଚନା କରିବା ସହ ଦାବିପତ୍ର ଦିଆଯାଇଥିଲା।ଜିଲ୍ଲାପାଳ ଏ ସମ୍ବେଦନଶୀଳ ବିଷୟ ରେ ଉଚିତ ପଦକ୍ଷେପ ନେବେ ବୋଲି ମତପୋଷଣ କରିଥିଲେ।
ଇସ୍ପାତ ନଗରୀ କଳିଙ୍ଗନଗରକୁ ସଡ଼କ ଓ ସେତୁ ସମସ୍ୟା: ୯ ବର୍ଷରେ ଗଲାଣି ପାଞ୍ଚଶହରୁ ଅଧିକମୁଣ୍ଡ
|
May 5, 2024 |
![](https://sandhannews.com/wp-content/uploads/2024/05/IMG-20240504-WA0064.jpg)