ବାରିପଦା, 14.12.2020 (ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା ): ଖଣି ଖାଦାନରେ ଭରପୁର ରଗର୍ଭା ମୟୂରଭଞ୍ଜରେ ନାହିଁ ନାହିଁର ସମାହାର। ଓଡ଼ିଶାର ସର୍ବବୃହତ ଜିଲ୍ଲା ଭାବେ ପରିଚିତ ମୟୂରଭଞ୍ଜ ଜିଲ୍ଲାର ମାଟି ତଳେ ହଜାର ହଜାର କୋଟି ଟଙ୍କାର ଅମାମ ଲୁହାପଥର ଗଚ୍ଛିତ ଥିବା ବଳେ ଜିଲ୍ଲାର ଅର୍ଥନୈତିକ ପ୍ରଗତି ଯଥା ପୂର୍ବ ତଥା ପରଂ। ରାଜନୈତିକ ଇଚ୍ଛା ଶକ୍ତି ବିନା ଗୋଟିଏ ଅଞ୍ଚଳ ଯେ ବିକଶିତ ହୋଇ ପାରେନା ତାର ପ୍ରକୃଷ୍ଣ ଉଦାହରଣ ସାଜିଛି ରଗର୍ଭା ମୟୂରଭଞ୍ଜ। ପ୍ରାକୃତିକ ସଂପଦ ସାଙ୍ଗକୁ ଖଣିଜ ସଂପଦରେ ଏ ଜିଲ୍ଲାକୁ ପ୍ରକୃତିର ଭରପୁର ଅବଦାନ ଥିଲେ ସଭ୍ ଜିଲ୍ଲାର ବିକାଶର ଧାରା ଅତ୍ୟନ୍ତଧୂମା ନଗଣ୍ୟ। ଗଡଜାତ ଅମଳରୁ ଏ ଯାଏଁ ମୟୂରଭଞ୍ଜ ମିଶ୍ରଣର ୭୧ବର୍ଷ ହୋଇଯାଇଥିଲେ ସୁଦ୍ଧା ଜିଲ୍ଲାର ତଥା ଜିଲ୍ଲାବାସୀଙ୍କ ଅର୍ଥନୈତିକ ପ୍ରଗତି ସାତ ହୋଇ ପାରିନି। ଆୟତନ ଦୃଷ୍ଟିରୁ ମୟୂରଭଞ୍ଜ ଓଡ଼ିଶାର ସର୍ବବୃହତ ଜିଲ୍ଲା ଭାବେ ପରିଚିତ। ଜିଲ୍ଲାର ଅର୍ଥ ନୀତି ଚାଷବାସ, ସବାଇଘାସ, ଲଘୁବନଜାତ ଦ୍ରବ୍ୟ ଉପରେ ହିଁ ପ୍ରତିଷ୍ଠିତ। ପ୍ରାକୃତିକ ସଂପଦ ତଥା ଖଣି ଖାଦାନ ଥାଇ ମଧ୍ୟ ଜିଲ୍ଲାବାସୀ ଉପକୃତ ହୋଇ ପାରି ନାହାନ୍ତି ।ଫଳରେ ପ୍ରାଚୁର୍ଯ୍ୟ ଭିତରେ ଥାଇ ବି ଦାରିଦ୍ର୍ୟର ଅନ୍ଧକାର ଭିତରେ ପେଶି ହୋଇ ଯାଉଛନ୍ତି ଜିଲ୍ଲାବାସୀ ଖଣିଜ ପଦାର୍ଥକୁ ନେଇ ଖଣିଜ ଶିଳ୍ପ (ଲୌହ ଇସ୍ପାତ କାରଖାନା) ପ୍ରତିଷ୍ଠା ପାଇଁ ଅନେକ ସମୟରେ ଦାବି ହୋଇଛି। ମାତ୍ର ରାଜନୈତିକ ଇଚ୍ଛାଶକ୍ତି। ଅଭାବରୁ ତାହା ସତେ ଯେମିତି ଦୂର ଅପହଞ୍ଚ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଦ୍ବିତୀୟ ଥର ପାଇଁ ପୂର୍ଣ୍ଣ ବହୁମତ ସହ କ୍ଷମତାକୁ ଆସିବା ପରେ ଏବଂ ବିଶେଷ କରି ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମୋଦିଙ୍କ ଦ୍ବିତୀୟ ପାଳିରେ ଲୌହଇସ୍ପାତ ମନ୍ତ୍ରଣାଳୟ ମିଳିବା ପରେ ପୁଣି ଓଡ଼ିଶାରେ ଆଉ ଏକ ଇସ୍ପାତ କାରଖାନା ପ୍ରତିଷ୍ଠା ନେଇ ଘୋଷଣା ପରେ ତାହା ମୟୁରଭଞ୍ଜ ଜିଲ୍ଲାରେ ହେବ ବୋଲି ଜିଲ୍ଲାବାସୀ ଆଶା କରିଥିଲା ବେଳେ ଏଯାଏଁ ସେ ଦିଗରେ ନା ଶାସକଦଳର କୌଣସି ନେତା ନା ବିରୋଧୀଦଳ ର କେହି ବି ତୁଣ୍ଡ ଖୋଲୁ ନାହାନ୍ତି। ୨୦୧୯ ସାଧାରଣ ନିର୍ବାଚନକୁ ଦେଢ ବର୍ଷ ପୂର୍ତ୍ତି ହୋଇ ସାରିଛି।ହେଲେ ଏ ଯାଏଁ ୯ଟି ବିଧାନସଭା ଆସନ ମଧ୍ୟରୁ ୭ଟିରେ ବିଜୟ ମୁକୁଟ ପିନ୍ଧିଥିବା ବିଜେପି ବିଧାୟକଙ୍କର ଜିଲ୍ଲାର ବିକାଶ ନିମିତ୍ତ ବିଶେଷ କରି ଲୌହଇସ୍ପାତ କାରଖାନା ପ୍ରତିଷ୍ଠା ନିମିତ୍ତ କୌଣସି ଖସଡା ନାହିଁ ଭଳି ଜଣାପଡେ। ମୟୂରଭଞ୍ଜିବାସୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିକାଶ ପୁରୁଷ ଭାବେ ଗ୍ରହଣ କରି ୯ଟି ବିଧାନସଭା ଆସନରୁ ୬ଜଣ ବିଧାୟକଙ୍କୁ ବିଜୟୀ କରି ରେକର୍ଡ ସୃଷ୍ଟି କରିଥିଲା ବଳେ ପୁଣି ମୟୂରଭଞ୍ଜ ଲୋକସଭା ଆସନରେ ବିଜେପିକୁ ବିପୁଳ ପରିମାଣରେ ଭୋଟ୍ ଦେଇ ଜୟଯୁକ୍ତ କରିଥିଲା ବଳେଜିଲ୍ଲାର ବିକାଶ ନିମିତ୍ତ ୬ଜଣ ବିଜେପି ବିଧାୟକ ଏବଂ ସାଂସଦ ଏକାଠି ବସି ତାଙ୍କର ଭିଜନ ପ୍ରସ୍ତୁତ କରିନାହାନ୍ତି। ଆଗକୁ ପୌର ନିର୍ବାଚନ ଆସୁଥିବା ବଳେ ଜିଲ୍ଲାର ଦୁଇଟି ପୌରପରିଷଦ ଏବଂ ଦୁଇଟି ବିଜ୍ଞାପିତ ଅଞ୍ଚଳରେ ଭୋଟରଙ୍କ ଉପରେ ଏହାର ପ୍ରଭାବ ନିଶ୍ଚିତ ଭାବେ ପଡିବ। ତେଣୁ ମୟୂରଭଞ୍ଜର ବିକାଶ ପାଇଁ ନିର୍ବାଚିତ। ପ୍ରତିନିଧିମାନେ ଅଧୁକରୁ ଅଧିକ ଧ୍ୟାନ ଦେଇ। ଦାବି ଉପସ୍ଥାପନ କରିବା ଆବଶ୍ୟକ ହୋଇ ପଡିଛି। ଜିଲ୍ଲାର ବିଶେଷ କରି ବାମନଘାଟୀ ଉପଖଣ୍ଡରେ ଲୁହାପଥର ଓ ଅନ୍ୟାନ୍ୟ ଖଣି ରହି ଥିବାରୁ ଏଠାରେ ଇସ୍ପାତ କାରଖାନା ଦାବିରେ ଯଥାର୍ଥତା ରହିଛି। ବାମ ନ ଘାଟୀ ଉ ପଖଣ୍ଡ ରେ ଗୋରୁ ମହି ଷାଣୀ, ସୁ ଲେଇପାଟ,ବାଦାମପାହାଡ, ଲଙ୍ଗଳଶିଳା, ଘୁଷୁରିଆ, ଭିତରଆମଦା, ପୁରୁଣାପାଣି, ଭୂର୍ଭାବସା, ବୁଢାରାଜାପାହାଡ, କାଶିଆବେଡା, ବିକଳା, ମହାରାଜପୁର, ମାଟିଆଗଡ ଅସନବଣୀ ଆଦି ସ୍ଥାନରେ ଲୁହା ଖଣି ରହିଛି। ସୂଚନା ମୁତାବକସେଥ ମଧ୍ୟରୁ ଏବେ କେବଳ ମେସର୍ସ ଘନଶ୍ୟାମ ମିଶ୍ର ଏଣ୍ଡ ସନ୍ସ ପ୍ରାଇଭେଟଲିମିଟେଡଙ୍କ ମାଲିକାନାରେ ଗୋରୁମହିଷାଣୀ ଲୁହାପଥର ଖଣି ଥିବା ବଳେ ମେସର୍ ଘନଶ୍ୟାମ ମିଶ୍ରା ଷ୍ଟିଲ ଏଣ୍ଡ ଆଇରନ କମ୍ପାନୀ ଅଧୀନରେ ବାଦାମ ପାହାଡ ଲୁହାପଥର ଖଣି ରହିଛି। ଜିଲ୍ଲାରେ ଲୌହଖଣିର ଭଣ୍ଡାର ଥିବା ବଳେ ସରକାର ଜିଲ୍ଲାବାସୀଙ୍କ ଅର୍ଥନୈତିକ ବିକାଶ ନିମନ୍ତେ ଏକ ଲୌହ ଇସ୍ପାତ କାରଖାନା ପ୍ରତିଷ୍ଠା ନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ପାଲଟିଛି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଇଚ୍ଛା ଶକ୍ତିର ଅଭାବ ଓ ଚରମ ଉଦାସୀନତା କାରଣରୁ ଗଡଜାତ ମିଶ୍ରଣର ୭୧ ବର୍ଷ ପରେ ମଧ୍ୟ ଏ ଜିଲ୍ଲାରେ ଗୋଟିଏ ହେଲେ ଖଣି ଭିଭିକ ବୃହତ ଶିଳ୍ପ ପ୍ରତିଷ୍ଠା ହୋଇପାରି ନର ପାହାନ ଲୁହାପଥର ରୁ ଲୁହାପଥରଟା ବେଲେ ଗଗବା ଜାପୁର ଠାରେଗପ ଇର, ଏଣ ଷ୍ଟିଲ କାନୀ ଲିଜାରନରୁ ଜିଲ୍ଲାବାସୀଙ୍କ ଜୀବନ ଜୀବିକା ରେ ରହନନ ଆସି ନାହିଁ ।ଉଲ୍ଲେଖ ଯୋଗ୍ୟ ଯେ, ଏହି ଜିଲ୍ଲାରର ଗୋରୁମହିଷାଣୀ, ପୁଲେଇପାଟ ୯ଭଳି ବିରାଟ ପିକ ସାହାଜ୍ୟ ଗଢିସମଗ୍ର ବିଶ୍ଵରେ ଏକ ବୃହତ କମ୍ପାନୀ ଭାବେପ୍ରସିଦ୍ଧି ଲାଭ କରିପାରିଛି । ମୟୂରଭଞ୍ଜଗଜେଟରେ ଥିବା ତଥ୍ୟ ମୁତାବକ ବାମନଘାଟୀଅଞ୍ଚଳରେ ଭୁମିତଳେ ଗଚ୍ଛିତ ଥିବା ଲୁହାପଥରଓ ଅନ୍ୟାନ୍ୟ ଖଣିଜ ସଂପଦର ଆକଳନପାଇଁ ତତ୍କାଳୀନ ମୟୂରଭଞ୍ଜ ମହାରାଜାଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ୧୯୦୮ମସିହାରେଭୁତବିତ୍ (ଜିଓଲୋଜିଷ୍ଟ) ପ୍ରମୋଥ ନାଥବସୁଙ୍କ ଦ୍ଵାରା ଏକ ସର୍ବେକ୍ଷଣ କରାଇଥିଲେ। ଏହା ପରେ ୧୯୧୦ମସିହାରେ ତତ୍କାଳୀନମୟୂରଭଞ୍ଜର ଦେୱାନ ମୋହିନୀମୋହନଧରଙ୍କ ମଧ୍ୟସ୍ଥତାରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓ ଗଗକମ୍ପାନୀକୁ ଭାରତରପ୍ରଥମ ଲୁହାଖଣି ଗୋରୁମହିଷାଣୀରୁଲୁହାପଥର ଉତ୍ତୋଳନ ନିମନ୍ତେ ଅନୁମତିପ୍ରଦାନ କରିଥିଲେ । ଶୁଣାଯାଏ ଯେ, ଟାଟା କମ୍ପାନୀ ତକାଳୀନ୍ ମୟୂରଭଞ୍ଜ ରାଜ୍ୟରେହିଁ ଶିଜ ପ୍ରତିଷ୍ଠା କରିବାକୁ ଚାହୁଁଥିଲା ମାତ୍ରସେ ସମୟରେ ମହାରାଜ ଙ୍କ ସର୍ଭରେ ଗଙ୍ଗେକମ୍ପାନୀ ରାଜି ହୋଇ ନଥିଲା । ମହାରାଜା ସରିରଖ୍ ଥିଲେ ଯେ, ମୟୂରଭଞ୍ଜରେ ଶିଜ ପ୍ରତିଷ୍ଠାକଲେ ୫୦ପ୍ରତିଶତ କର୍ମଚାରୀ ମୟୂରଭଞ୍ଜରୁନେବାକୁ ପଡ଼ିବ । ସେତେବେଳେ ମହାରାଜାଓ ଟାଟା କମ୍ପାନୀ ମଧ୍ୟରେ ସହମତି ପ୍ରକାଶ ନପାଇବାରୁ ଗଟରେ ହିଁ ଶିଳ୍ପ ପ୍ରତିଷ୍ଠା ହେଲା ।ଗୋରୁମହିଷାଣୀ ଲୌହଖଣି ବିଶ୍ଵର ବୃହତ୍ତଇସ୍ପାତ କାରଖାନା ଟାଗ ଆଇରନ୍ ଏଣ୍ଡଷ୍ଟିଲସକୁ ଜନ୍ମ ଦେଇଥିବା ବେଳେ ଦୀର୍ଘ୭ଦଶନ୍ଧିରୁ ଅଧିକ ସମୟ ବିତି ଯାଇଥିଲେବି ଲୌହ ଇସ୍ପାତ କାରଖାନା ପାଇଁ ମୟୂରଭଞ୍ଜବାସୀଙ୍କ ଦବି କେବଳ ଦବି ହୋଇ ରହିଯାଇଛି।ବିଶେଷଜ୍ଞଙ୍କ ମତରେ ଇସ୍ପାତ କାରଖାନାପ୍ରତିଷ୍ଠା ନିମିତ୍ତ ଖଣିର ଆବଶ୍ୟକତା ଥିବାବଳେ ଏଠାରେ ଖଣିଜ ସଂପଦ ଭରପୁରହୋଇ ରହିଛି । ଏହାଛଡା ସୁନ୍ଦରଗଡରେଚୁନପଥର (ଲାଇମ୍ ଷ୍ଟେନ) ପ୍ରଚୁର ମାତ୍ରାରେଉପଲବ୍ଧ ଥିବାରୁ ସେଠାରୁ ଅଣା ଯାଇପାରିବ । କୋଇଲା ପାଇଁ ଆମକୁ ମହାନଦୀକୋଲଫିଲ୍ମର କୋଇଲା ଟେକ୍ନାଲଜି ଦ୍ଵାରାଅପଗ୍ରେଡ କରିବାକୁ ପଡିବ ନତୁବା ଅନ୍ୟଲୌହଇସ୍ପାତ କାରଖାନା ପରି ଅଷ୍ଟ୍ରେଲିଆରୁଆମଦାନୀ କରିବାକୁ ପଡ଼ିବ। ଲୌହଇସ୍ପାତକାରଖାନା ପାଇଁ ପ୍ରଚୁର ଜଳର ଆବଶ୍ୟକତାଥିବା ବେଳେ ହଳଦିଆ, ଜମ୍ଭୀରା, ଇଚ୍ଛାଓ ଅନ୍ୟାନ୍ୟ ଡାମରୁ ଜଳ ଯୋଗାଣକରାଯାଇ ପାରିବ । ବିଦ୍ୟୁତ ଶକ୍ତି ପାଇଁ ପୁରରେ ଏକ ହାଇହୋଇଲେହମତିଳକ କରାଯାଇ ପାରିବ । ଏହା ଛଡାଶିମିଳିପାଳରେ ଥିବା ବିଭିନ୍ନ ଜଳ ପ୍ରପାତରୁପାଇକୋହାଇଗେଇଲେକସଟି ପୋକେମୋଡରେ କରାଯାଇ ପାରିବ ।ପରିବହନ ନିମିତ୍ତ ବୁଡ଼ାମରା ଚାଳିଆରେଳ ପଥ ନିର୍ମାଣ ପାଇଁ ଏକ ପ୍ରକାର କେନ୍ଦ୍ରସରକାରଙ୍କ ରେଳମନ୍ତ୍ରଣାଳୟ ପକ୍ଷରୁ ସବୁଜସଂକେତ ମିଳିବା ପରେ ପ୍ରାରମ୍ଭିକ କାର୍ଯ୍ୟଆରମ୍ଭ ହୋଇଥିବାରୁ ଏହି ରେଳ ପଥ ଦ୍ଵାରାଜିଲ୍ଲାରେ ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁବାଟ ଖୋଲିପାରିବ । କାରଣ ଏହା ହାଡାମୁମ୍ବାଇ ରେଳପଥକୁ ସଂଯୋଗ କରୁଥିବାରୁମାଲ ପରିବହନ ଓ ଇସ୍ପାତ ସାମଗ୍ରୀ ରପ୍ତାନୀକ୍ଷେତ୍ରରେ ପଥ ପରିଷ୍କାର ହୋଇ ପାରିବ ।ବୁଡାମରା ଚାକୁଳିଆ ରେଳପଥ ନିର୍ମାଣ ଦ୍ଵାରାମୟୂରଭଞ୍ଜର ଦୀର୍ଘଦିନର ଦାବି ପୂରଣ ହେବାସହିତ ଉତ୍ତର ଓଡ଼ିଶା ସହିତ ରାଉରକେଲାଓ ସମ୍ବଲପୁରର ଯୋଗାଯୋଗ ସୁଗମ ହେବା ସହିତ ମୁମ୍ବାଇକୁ ଦୂରତା ହ୍ରାସ ପାଇବ । ଏହିନୂତନ ରେଳପଥରେ ମାଲପରିବହନ ସୁଗମହେବା ସାଙ୍ଗକୁ ଅନେକ ଯାତ୍ରୀବାହୀ ନଚଳାଚଳ କରିବ । ଯାହା ଦ୍ଵାରା ଖଡଗପୁରଜଙ୍କସନରେ ଗ୍ରଫିକ୍ ସମସ୍ୟା ହ୍ରାସ ପାଇବ। ସୁତରାଂ ବର୍ତ୍ତମାନର ସ୍ଥିତିରେ ଆଉ ରାଜ୍ୟକେନ୍ଦ୍ର ମଧ୍ୟରେ ଦୋଷ ଲଦାଲଦି ଛାଡି ପୁଣିଶାସକ ଓ ବିରୋଧୀ ଦଳ ମଧ୍ୟରେ କାଦୁଆଫିଙ୍ଗା ଫୋପଡା ଛାଡି ଏକଜୁଟ ହୋଇ ଜିଲ୍ଲାରସାର୍ଥ ସାଧନ ପାଇଁ ଲଢିବାର ବେଳ ଆସିଛି ନଚେତ ଜିଲ୍ଲାବାସୀ ଆଉ କେବଳ ପ୍ରତିଶ୍ରୁତିଭଳି ଭୋଟ ଦେବେ ନାହିଁ ।
ଇସ୍ପାତ କାରଖାନା ନିର୍ମାଣ ସ୍ବପ୍ନ ପୂରଣ କେବେ
|
December 14, 2020 |