ବାରିପଦା , ଜଳେଶ୍ଵର ନରସିଂହପୁର ୪/୯/୨୦(ସନ୍ଧାନ ନିଉଜ\ଲିଙ୍ଗରାଜ ପଣ୍ଡା ): ବ୍ରାଉନ୍ ସୁଗ ମାଫିଆଙ୍କ ସହ ଲିଙ୍କରେ ବାଲେଶ୍ବର ଜିଲ୍ଲା ଜଳେଶ୍ଵର ଥାନାର ନିଲମ୍ବିତ ଇନ୍ସପେକ୍ଟର ଧନେଶ୍ଵର ସାହୁଙ୍କ ଘରେ ଭିଜିଲାନ୍ସ ଛାପା ମାରିଛି। ତାଙ୍କ ଜଳେଶ୍ଵର ସରକାରୀ କ୍ବାର୍ଟର୍ସ, ନରସିଂହପୁର ଥାନା ଅନ୍ତର୍ଗତ ବଡ଼ଭୂଇଁ ପୈତୃକ ଘର, ଭୁବନେଶ୍ୱର
ଫାଟ୍ ଅଫିସ୍ ଘର ସହ ମୋଟ ୭ ଟି ଜାଗାରେ ଚଢ଼ଉ କରିଛି ଭିଜିଲାନ୍ସ ବିଭାଗ । ଏହି ସମୟରେ ତାଙ୍କ ଘରୁ ୧
କୋଟି ୧୧ ଲକ୍ଷ ୩୫ ହଜାର ୭୧୫ ଟଙ୍କା ମୂଲ୍ୟର ସ୍ଥାବର ଅସ୍ଥାବର ସମ୍ପତି ଜବତ ହୋଇଛି । ଭଜି ଲାନ୍ସ
ଅଧିକାରୀ ତାଙ୍କୁ ଅଟକ ରଖି ପଚରାଉଚରା କରୁଛନ୍ତି ।ଅଗଷ୍ଟ ମାସ ୧୩ ତାରିଖରେ ଶ୍ରୀ ସାହୁ ବ୍ରାଉନସୁ ଗର ମାଫିଆଙ୍କ ସହ ହୋଇଥିବା କଥାବାର୍ଭାର ଅଡିଓ ଭାଇରାଲ ହୋଇଥିଲା। ଏହା ପରେ ବାଲେଶ୍ୱର ଏସ୍ପି ସୁଧ।ଶୁ ଶେଖର ମିଶ୍ର ତାଙ୍କୁ ୧୪ ତାରିଖରେ ବାଲେଶ୍ୱର ପୁଲିସ ମୁଖ୍ୟାଳୟକୁ ବଦଳି କରିଥିଲେ । ଅଗଷ୍ଟ ୧୫ ତାରିଖରେ ଡିଜିପି ଅଭୟ ତାଙ୍କୁ ନିଲମ୍ବିତ କରିଥିଲେ । ଖାଲି ସେତିକି ନୁହେଁ ଶ୍ରୀ ସାହୁଙ୍କୁ ଚାକିରିରୁ ବହିଷ୍କାର ଓ ଭିଜିଲାନ୍ସ ତଦନ୍ତ ପାଇଁ ଜଳେଶ୍ବର ବିଜେପି ଓ ସିପିଏମ୍ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ହୋଇଥିଲା । ତେଣୁ ଗତ ୨୧ ତାରିଖ କ୍ରାଇମବ୍ରାଞ୍ଚ ଡିଏସ୍ପି ଅନାଦି ଚରଣ ସେଠୀଙ୍କ ନେତୃତ୍ବରେ ୩ଜଣିଆ ଟିମ୍ ଜଳେଶ୍ୱର ଥାନାରେ ପହଞ୍ଚିଥିଲେ। ନିଲମ୍ବିତ ଆଇଆଇସି ଶ୍ରୀ ସାହୁ, ଡ୍ରଗସ ମାଫିଆ ଓ ଜଣେ ଦଲାଲ ମଧ୍ୟରେ କଥାବାର୍ତ୍ତାର ଅଡ଼ିଓ ଭାଇରାଲ ଘଟଣାରେ ହୋଇଥିବା ମାମଲାକୁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିବା ପାଇଁ ଥାନା ଅଧିକାରୀ ନଗରଦୀପ ସେଠୀଙ୍କୁ କ୍ରାଇମବ୍ରାଞ୍ଚ ଡିଏସପି ନିର୍ଦ୍ଦେଶ ଦେଇଥିଲେ । ସେଥିପାଇଁ ମଙ୍ଗଳବାର ବାଲେଶ୍ୱର ଭିଜିଲାନ୍ସ ବିଭାଗ ପକ୍ଷରୁ ଶ୍ରୀ ସାହୁଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପରି ମାମଲା ରୁଜୁ କରାଯିବା ପରେ ଚଢ଼ାଉ ହୋଇଛି ।ଶ୍ରୀ ସାହୁଙ୍କ ପୈତୃକ ଘର ନରସିଂହପୁର ଥାନା ଅନ୍ତର୍ଗତ ବଡ଼ଭୂଇଁ ଓ ଶଶୁର ଘର ବନ୍ଧହୁଡାରେ ଭଦ୍ରକ ଭିଜିଲାନ୍ସ ୟୁନିଟର ଡିଏସ୍ପି ଡି.ସି. ମୁର୍ମୁ ଓ ବାଲେଶ୍ଵର ଭିଜିଲାନ୍ସ ଡିଭିଜନ୍ର ଇନ୍ସପେକ୍ଟର ଭାଗ୍ୟଲକ୍ଷ୍ମୀ ପୁହାଣଙ୍କ ନେତୃତ୍ବରେ ଏକ ୭ ଜଣିଆ ଟିମ୍ବ୍ରା ଉନସୁଗର କେସରେ ସାହୁଙ୍କ ଶଶୁର ଘର ବନ୍ଧହୁଡାରେ ଚଢ଼ଉ କରିଛନ୍ତି । ସେହିପରି କେନ୍ଦୁଝର ଭିଜିଲାନ୍ସ ୟୁନିଟ୍ ଡିଏସ୍ପି ଦେବଦତ୍ତ ସେଠ ଓ ଇନ୍ସପେକ୍ଟର ହେମାମାଳିନୀ ନାୟକଙ୍କ ନେତୃତ୍ବରେ ୮ ଜଣିଆ ଟିମ୍ ଧନେଶ୍ଵରଙ୍କ ପୈତୃକ ଘର ବଡ଼ଭୂଇଁରେ ଚଢ଼ଉ କରିଛନ୍ତି । ଉଭୟ ଜାଗାରେ ଚଢ଼ଉ କରାଯାଇ ବହୁ କାଗଜପତ୍ର ଜବତ କରାଯାଇଥିବା ଜଣାପଡ଼ିଛି ।ଚଢ଼ାଉ ସମୟରେ ଜଣାପଡିଥିଲା, ଶ୍ରୀ ସାହୁଙ୍କର ଭୁବନେଶ୍ବରରେ ରହିଛି ଏକ ଫ୍ଲାଟ୍
ଯାହାର ମୂଲ୍ୟ ୪୩ ଲକ୍ଷ ୮୬ ହଜାର ୨୫୬ ଟଙ୍କା, କଟକରେ ଦୁଇ ମହଲା କୋଠା ଯାହାର ମୂଲ୍ୟ ୧୭ ଲକ୍ଷ
୬୩ ହଜାର ୯୩୭ ଟଙ୍କା, କଟକ ବଡ଼ଭୂଇଁରେ ୨୪ ଲକ୍ଷ ୭୦ ହଜାର ୪୭୮ ଟଙ୍କା ମୂଲ୍ୟର ଏକ ମନ୍ଦିର ନିର୍ମାଣ
ଚାଲିଛି, ୧୦ ଲକ୍ଷ ୬୦ ହଜାର ଟଙ୍କା ମୂଲ୍ୟର ଗୋଟିଏ କାର ଓ ଗୋଟିଏ ବାଇକ୍, ବିଭିନ୍ନ ବ୍ୟାଙ୍କ ଓ
ତୋରାଇରେ ରହିଛି ୨ ଲକ୍ଷ ୫୫ ହଜାର ୬୭୯ । ଟଙ୍କା, ୪ ଲକ୍ଷ ୬ ହଜାର ୮୭୪ ଟଙ୍କା ମୂଲ୍ୟର ଦାମୀ ଗୃହ
ଉପକରଣ, ୩ ଲକ୍ଷ ୬୧ ହଜାର ୪୪୭ ଟଙ୍କର ବୀମା, ୧୬ ହଜାର ଟଙ୍କାର ସୁନା ଓ ରୂପା ଅଳଙ୍କାର, ୧୨
ହଜାର ୫୫୪ ନଗଦ ଟଙ୍କା ଓ ବଡ଼ଭୂଇଁରେ ଗୋଟିଏ ପ୍ଲାଟ୍ । ଏବେ ଭିଜିଲାନ୍ସ ତାଙ୍କୁ ଅଟକ ରଖି ପଚରା ଉଚରା
କରୁଛି ।ସେପଟେ ଏହି ଘଟଣାରେ ଖୋଳତାଡ଼ କରିବା ପରେ ନିଲମ୍ବିତ ଆଇ ଆଇସି ଙ୍କ
କାରବାରରେ ସହଯୋଗ କରୁ ଥିବା ଶିଖରପୁର ପଞ୍ଚାୟତର ଗ୍ରାମରକ୍ଷୀ ଅ ନନ୍ତ ମଣ୍ଡଳଙ୍କ ନାମ ଚର୍ଚ୍ଚକୁ
ଆସିଥିଲା । ସେ ଶିଖରପୁର ପଞ୍ଚାୟତର ଗ୍ରାମରକ୍ଷୀ ହୋଇଥିଲେ ସୁଦ୍ଧା ୬ବର୍ଷରୁ ଊଦ୍ଧ ସମୟ ଧରି ପୁରୁଣା
ଲକ୍ଷ୍ମଣନାଥ ରୋଡ୍ ତନଖି ଫାଟକ ନିକଟରେ ଥାନା ପକ୍ଷରୁ ନିଯୁକ୍ତି ପାଇ ଡ୍ୟୁଟି କରୁଥିଲେ । ଏହି ସମୟ
ଭିତରେ ସେଠାରୁ ତନଖି ଫାଟକ ଉଠିଯାଇଥିଲେ ସୁଦ୍ଧା ପୁଲିସ୍ ଧମକ ଦେଇ ଓଡ଼ିଶା ଭିତରକୁ ପ୍ରବେଶ କରୁ
ଥିବା ଓଡ଼ିଶାରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ବିଭିନ୍ନ ଟ୍ରକ୍, ପିଅ, ଗୋରୁ ଗାଡ଼ି, କଣ୍ଟନର ଏପରିକି
ଯାତ୍ରୀବାହୀ ବସ୍ରୁ ମଧ୍ୟ ବେଆଇନ ଚାନ୍ଦା ଆଦାୟ କରୁଥିଲେ ବୋଲି ସ୍ଥାନୀୟ ଗ୍ରାମବାସୀମାନେ ଅଭିଯୋଗ
କରି ଆସୁଥିଲେ । ବ୍ରାଉନ ସୁଗର ପରି ବହି ନ କରୁ ଥିବା ବିଭିନ୍ନ କାରଗୁଡ଼ିକ ତାଙ୍କରି ଜରିଆରେ ଓଡ଼ିଶା ସୀମା
ଭିତରକୁ ପ୍ରବେଶ କରି ଜଳେଶ୍ୱରରେ ପହଞ୍ଚିଥାଏ । ପରେ ସେଠାରୁ ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ଚୋରା ଚାଲାଣ
କରାଯାଉ ଥାଏ ବୋଲି ଅଭିଯୋଗ ଆଇ ଆଇସି ମାନେ ଲକ୍ଷ୍ମଣନାଥ ରୋଡ୍ ତନଖ ଫାଟକ ନିକଟରୁ
ଗ୍ରାମରକ୍ଷୀ ମଣ୍ଡଳକୁ ଅପସାରଣ କରିବା ପାଇଁ ଚିନ୍ତା ମଧ୍ୟ କରୁନଥିଲେ । ମାତ୍ର ଅଗଷ୍ଟ ୧୫ ତାରିଖରେ
ତତ୍କାଳୀନ ଆଇଆଇସି ଧନେଶ୍ଵର ସାହୁ ନିଜ ପଦବିରୁ ନିଲମ୍ବିତ ହେବା ପରେ ସେହିଦିନ ଦାୟିତ୍ବରେ ଥିବା ଥାନା
ଅଧିକାରୀ ଶ୍ରୀ ସେ ସେଠାରୁ ତାଙ୍କର ତ୍ରୁଟି ପ୍ରତ୍ୟାହୃତ କରି ନିଜ ଗାଁ ଶିଖରପୁରରେ ଡ୍ୟୁଟି କରିବା ପାଇଁ ନିର୍ଦ୍ଦେଶ
ଦେଇଥିଲେ। ଗ୍ରାମରକ୍ଷୀ ଶ୍ରୀ ମଣ୍ଡଳଙ୍କ ଦ୍ବାରା ଉପକୃତ ହେଉଥିବା କେତେକ ରାଜନେତାଙ୍କର ନିଦ
ହଜିଯାଇଥିଲା। ମଙ୍ଗଳବାର ସକାଳ ପ୍ରାୟ ୫ଟାରେ ୧୧ଜଣିଆ ଭିଜିଲାନ୍ସ ଟିମ୍ ବାରିପଦା ୟୁନିଟ୍ର ଡିଏସପି ଶରତ କୁମାର ମହାପାତ୍ର ଙ୍କ ନେତୃତ୍ବରେ ଜଳେଶ୍ବର ଥାନାରେ ପହଞ୍ଚି ନିଲମ୍ବିତ ଆଇ ଆଇସି ଙ୍କ ଚାମ୍ବର ଓ
ରହୁଥିବା ସରକାରୀ ସ୍ବାର୍ଟରେ ଚଢ଼ଉ କରି ବିଭିନ୍ନ କାଗଜପତ୍ର ସହିତ ରେକର୍ଡପତ୍ର ଯାଞ୍ଚ କରିଥିଲେ । ଭିଜିଲାନ୍ସ
ଟିମ୍ ମଧ୍ୟ ନିଲମ୍ବିତ ଆଇଆଇସିଙ୍କ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ସହଯୋଗ କରିଆସୁଥିବା
ଗ୍ରାମରକ୍ଷୀଙ୍କର ଲକ୍ଷ୍ମଣନାଥ ରୋଡ୍ ନିକଟ ଅଗ୍ରୱାଲ ଛକ ସ୍ଥିତ ଭଡ଼ାଘରେ ଚଢ଼ଉ କରିଥିଲେ । ସେଠାରୁ ମଧ୍ୟ
ସେମାନେ ଶ୍ରୀ ମଣ୍ଡଳଙ୍କ ସ୍ତ୍ରୀଙ୍କ ନିକଟରୁ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କାଗଜ, ବ୍ୟାଙ୍କ ପାସବୁକ୍, ଜମି ପଟ୍ଟା ପ୍ରଭୃତି ଜବତ
କରିଥିଲେ । ସେହିପରି ଗ୍ରାମରକ୍ଷୀ ଶ୍ରୀ ମଣ୍ଡଳଙ୍କ ଶିଖରପୁର ପଞ୍ଚାୟତର ସୁଖଦୁଖୁଆ ଗାଁରେ ଥିବା ଘରେ
ଚଢ଼ାଉ କରିଥିଲେ ।ଭିଜିଲାନ୍ସ ଟିମ୍ ତାଙ୍କ ଘର ନିକଟରେ ପହଞ୍ଚିବା ପରେ ଭୟ ରେ ସମସ୍ତଙ୍କ ଘରେ ତାଟି କବାଟ
ପଡ଼ିଯାଇଥିଲା। କାଳେ ଭିଜିଲାନ୍ସ ଟିମ୍ ଏହି ଘଟଣା କହିବ। ; ତାହା ସେମାନେ ଚାହୁଁ ନଥିଲେ । ସେଠାରୁ ମଧ୍ୟ
ତଦନ୍ତ କରି କେତେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଭିଜିଲାନ୍ସ ଟିମ୍ ଜବତ କରିଛି । ମାତ୍ର ଉଭୟ ସ୍ଥାନରେ
ଗ୍ରାମରକ୍ଷୀ ଶ୍ରୀ ମଣ୍ଡଳଙ୍କୁ ଭିଜିଲାନ୍ସ ଟିମ୍ ପାଇନଥିଲା । ଏହି ଘଟଣାରେ ନିଲମ୍ବିତ ଆଇଆଇସି ଶ୍ରୀ ସାହୁଙ୍କ
ସହିତ ଅନ୍ୟ କାହାର ସଂପୃକ୍ତି ରହିଛି କି ନାହିଁ; ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ ବୋଲି ଚର୍ଚ୍ଚା ଚାଲିଛି ।