ରାଇରଙ୍ଗପୁର, ୦୨/୧୧/୨୦୨୧ (ସନ୍ଧାନ ନିଉଜ) :- କେନ୍ଦ୍ର ସରକାରଙ୍କ ଭୁଲ ଆର୍ଥିକ ପରିଚାଳନା ଯୋଗୁଁ ଦରଦାମ ବେଲଗାମ ।ପେଟ୍ରୋଲ,ଡିଜେଲ,ରନ୍ଧନ ଗ୍ଯାସ,ଖାଇବା ତେଲ ଏବଂ ନିତ୍ଯ ବ୍ଯବହାର୍ଯ୍ଯ ସାମଗ୍ରୀର ଅହେତୁକ ଦରଦାମ ବୃଦ୍ଧି ସାଧାରଣ ଜନତା ଓ ମଧ୍ଯବିତ୍ତ ପରିବାରର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛି ।ଏହାର ସିଧା ପ୍ରଭାବ ରୋଷେଇ ଘର ଉପରେ ପଡୁଛି । ଦୁଇ ବର୍ଷ ମଧ୍ଯରେ ପେଟ୍ରୋଲ ଓ ଡିଜେଲ ଶତକଡା ୩୦ ବୃଦ୍ଧି ଘଟିଥିବାବେଳେ ଅତ୍ଯାବଶ୍ଯକ ସାମଗ୍ରୀ ଶତକଡା ୪୦ରୁ ୧୦୦ ବଢିଛି ।ଗାଁ ଗହଳି ସହର ଲୋକେ ଦରଦାମ ଯୋଗୁଁ ତ୍ରାହି ତ୍ରାହି ହେଲେଣି ।ଦରଦାମ,ଅର୍ଥ ଅଭାବ ଯୋଗୁଁ ଘରେ ପରିବାର ମଧ୍ଯରେ ଅଶାନ୍ତ,ମାରପିଟ,ଗଣ୍ଡଗୋଳ ଚାଲିଛି ।ବିଜୁ ଜନତା ପାର୍ଟିର ନିର୍ଦେଶକ୍ରମେ ଦରଦାମ ବୃଦ୍ଧି ନେଇ ମୟୂରଭଂଜ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ମହିଳା ବିଜୁ ଜନତା ଦଳ ତରଫରୁ ଏକ ବିଶାଳ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି ।ପ୍ରାରମ୍ଭରେ ଏକ ବିଜୁ ମହିଳା କର୍ମିମାନେ ସ୍ଥାନୀୟ ପୂର୍ଣଚନ୍ଦ୍ର ଭବନ ପରିସରରୁ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ପର୍ଯ୍ଯନ୍ତ ଯାଇ ପ୍ରତିବାଦ ଜଣାଇଥିଲେ ।କେନ୍ଦ୍ର ସରକାରଙ୍କ ଜନମାରଣ ନୀତି ଉପରେ ନିନ୍ଦା କରିଥିଲେ ।ମହିଳା ବିଜେଡି କର୍ମି ଗ୍ଯାସ ସିଲିଣ୍ଡର ମୁଣ୍ଡାଇବା ସହ ରାସ୍ତା ଉପରେ ଚୁଲି ଜାଳି ପ୍ରତିବାଦ ଜଣାଇଥିଲେ ।ଆଗକୁ କେନ୍ଦ୍ର ସରକାର ଦରଦାମ ନ ନିୟନ୍ତ୍ରଣ କରନ୍ତି ତାହାହେଲେ ପଲ୍ଲିରୁ ଦିଲ୍ଲି ପର୍ଯ୍ଯନ୍ତ ଯାଇ ଆନ୍ଦୋଳନକୁ ତିବ୍ର କରିବ ବୋଲି ମହିଳା ନେତୃବୃନ୍ଦ ଗଣମାଧ୍ଯମକୁ କୋହଭରା କଣ୍ଠରେ କହିଥିଲେ । ପରେ ରାଷ୍ଟ୍ରପତିଙ୍କ ଉଦେଶ୍ଯରେ ବାମନଘାଟୀ ଉପଜିଲ୍ଲାପାଳ ସରୋଜ ଦାସଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ । କାର୍ଯ୍ଯକ୍ରମରେ ମୟୂରଭଂଜ ସଦର ବିଜୁ ମହିଳା ସଭାନେତ୍ରୀ ତନୁଜା ମହାନ୍ତ, ମୁଖ୍ଯ ଅତିଥି ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ପଯ୍ଯବେକ୍ଷିକା ପ୍ରିତିନନ୍ଦା କାନୁନଗୋ, ବାସନ୍ତୀ ମାରାଣ୍ଡୀ,ନମିତା ହୋତା ତିରିଂ ବ୍ଲକ ଅଧ୍ଯକ୍ଷାଜେମାମଣି ଷୁଣ୍ଢି, ବ୍କକ ସଭାନେତ୍ରୀ ରଣଜିତା ଲେଙ୍କା,କାପୁରା,ସତ୍ଯବତୀ ପ୍ରମୁଖ ସ ସାମିଲ ହୋଇ କାର୍ଯ୍ଯକ୍ରମକୁ ଆଗେଇ ନେଇଥିଲେ।ଇନ୍ଧନ
ଇନ୍ଧନ ରନ୍ଧନ ରଦ୍,ପରିବା ଦରଦାମ ବୃଦ୍ଧି ନେଇ ରାଇରଙ୍ଗପୁରରେ ମହିଳା ବିଜେଡି ତରଫରୁ ପ୍ରତିବାଦ ; ରାସ୍ତାରୃ ସିଲିଣ୍ଡର ରଖି ଚୁଲି ଫୁଙ୍କିଲେ
|
November 3, 2021 |