‘ଇଦ-ଉଲ-ଜୁହା’ରେ ମସଗୁଲ ଷ୍ଟିଲସିଟି

Spread the love

ରାଉରକେଲା୧୨/୮ (ସନ୍ଧାନ ନିୟୁଜ): ଆଜି ଷ୍ଟିଲସିଟି ରାଉରକେଲାରେ ମୁସଲିମ ସଂପ୍ରଦାୟର ପବିତ୍ର ପର୍ବ ଇଦ- ଉଲ- ଜୁହା ମହାସମାରୋହରେ ପାଳିତ ହୋଇଯାଇଛି । ଏହାକୁ ନେଇ ମୁସଲିମ ଭାଇଭଉଣୀ ମାନେ ଏକତ୍ରୀତ ହୋଇ ପରିବାର ମଧ୍ୟରେ ବକରିଦ ପାଳନ କରିଥିଲେ । ରାଉରକେଲାରେ ଥିବା ମସଜିଦ ଗୁଡ଼ିକରେ ସାମୁହିକ ନମାଜପାଠ କରାଯାଇଥିଲା । ଏହି ଅବସରରେ ଆଜି ଗୋଟିଏ ଛେଳିର ଦାମ ୪୦ରୁ ୫୦ ହଜାର ଟଙ୍କାରେ ବିକ୍ରି ହେଉଥିବା ବେଳେ ଖାସି ମାଂସ କିଲୋ ୫୦୦ରୁ ୭୦୦ ଟଙ୍କାରେ ବିକ୍ରି ହୋଇଥିବା ଜଣାପଡ଼ିଛି । ଧାରା ୩୭୦ ଉଚ୍ଛେଦ ପରେ ଏହା ପ୍ରଥମ ଇଦ-ଉଲ-ଜୁହା ହୋଇଥିବାରୁ ରାଉରକେଲା ପୁଲିସ ପକ୍ଷରୁ ନାଲାରୋଡ ସମେତ ଅନ୍ୟାନ ଅଂଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା । ରାଉରକେଲା ଷ୍ଟେସନ ଓ ବସଷ୍ଟାଣ୍ଡରେ ପୁଲିସ କର୍ମୀ ମୁତୟନ ରହି ଶାନ୍ତିଶୃଖଂଳା ରକ୍ଷା କରିଥିଲେ ।

Related Posts

About The Author

Add Comment