ଇଟାଭାଟି ନାଁରେ ଗଛ କଟା ସହିତ ମୂଲ୍ୟବାନ ଗଛ ଚୋରା ଚାଲାଣ

Spread the love

୨୧/୪/୨୦୨୧ (ସନ୍ଧାନ ନିଉଜ/ରାଜୁ ପଟେଲ) : ତଲସରା ଥାନା ଅନ୍ତର୍ଗତ ରାଉଳଡେଗା ବନଖଣ୍ଡର କେତେକ ବନ ପାହାଡ଼ ଅଞ୍ଚଳର ନିରୀହ ସରଳ ଆଦିବାସୀଙ୍କୁ ହାତକରି କେତେକ ଦଲାଲ କର୍ମଚାରୀମନେ ଜଙ୍ଗଲରାଜ ଚଳାଇଥିବା ଅଭିଯୋଗ ହୋଇଛି । ଏହିବନଖଣ୍ଡ ଅନ୍ତର୍ଗତ  କାଦୋପାନୀ,ଟିକିଲିପଡା, ଠେଠେଟାଙ ଗର, ଦଲକୀ ଢ଼ିପା, ଟାଙ୍ଗର ବାହାଲ, ବରାହ ଡେମା ଇତ୍ୟାଦି ଜଙ୍ଗଲ ଏବେ ପଦାହେବାକୁ ବସିଛି । ଇଟା ଭାଟି ନାଁରେ ଗଛ ପ୍ରତି ଏକ ହଜାର ଟଙ୍କା ଓ ଇଟା ଭଟା ପ୍ରତି ଦଶ ହଜାର ଟଙ୍କା ଆଦାୟ କରାଯିବା ସୂଚନା ମିଳିଛି ।ଏଠାରେ ଶତାଧିକ ଇଟାଭାଟି ଜଙ୍ଗଲଗଛରେ ପୋଡା ଯାଉଥିବାବେଳେ ବନକର୍ମଚାରି ଜଙ୍ଗଲର ବୀଜାଗଛ ଅନ୍ୟତ୍ର ଚାଲାଣ କରିବାଅଭିଯୋଗ ହୋଇଛି ।ଗତ କିଛିଦିନ ତଲେ ବିଜାଗଛ ଭାରି ଏକ ଭେନ  ଚୋରା ଚାଲାଣ କରୁଥିବାବେଳେ ଟିକିଲିପଡା ଗ୍ରାମର କେତେକ ଯୁବକ ଅଟକ ରଖିଥିବାବେଳେ ସେମାନଙ୍କୁ ଗାଡି ସିଜ ହେବାର ସମ୍ପୃକ୍ତ କର୍ମଚାରୀ  ବିଶ୍ୱାସ ଦେଖାଇ ଅନ୍ୟତ୍ର ଚାଲାଣ କରିଥିଲେ। ସେହିପରି ବ୍ଲକର ବିଭିନ୍ନ ଠିକାଦାର ମାନଙ୍କୁ ଶହଶହ ଗଛର ବଲି ବିକ୍ରି କରାଯିବାର ଅଭିଯୋଗ ହୋଇଛି । ଏ ସମ୍ପର୍କରେ ବନଖଣ୍ଡ ଅଧିକାରୀ ଅଶ୍ୱିନୀ ପଟେଲଙ୍କୁ ପଚରା ଯିବାରୁ ସେ କଥାକୁ ଖଣ୍ଡନ କରିବା ସହିତ ସେ ଦୀର୍ଘଦିନ ଧରି ସ୍ୱାସ୍ଥ୍ୟ ଖରାପ ହେବହେତୁ ଛୁଟିରେ ଥିବା ସୂଚନା ଦେଇଛନ୍ତି ।

Related Posts

About The Author

Add Comment