ଇକୋ କ୍ଲବ ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ

Spread the love

ଯାଜପୁର, ୧୮/୧୨/୨୦୧୧ (ସନ୍ଧାନ ନିଉଜ): ପରିବେଶ ଏକ ବ୍ୟାପକ ଶବ୍ଦଏହାସୁରକ୍ଷିତରହିଲେହିଁଜୀବ ଜଗତ ବଞ୍ଚି ପାରିବବୋଲିଡ଼େପୁଟିକଲେକ୍ଟରକୂଳମଣୀ ନାୟକମତବ୍ୟକ୍ତକରିଛନ୍ତି । ଶୁକ୍ରବାର ପୂର୍ବାହ୍ନରେ ବୈଷ୍ଣବ ଦତ୍ତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେଜିଲାକାର୍ଯ୍ୟକାରିଣୀମୂଲ୍ୟାୟନ କମିଟି, ଜାତୀୟ ସବୁଜ ବାହିନୀ ପକ୍ଷରୁ ଏକ ଦିବସୀୟଇକୋକ୍ଲବଶିକ୍ଷକଶିକ୍ଷୟତ୍ରୀଙ୍କ ଦକ୍ଷତାବୃଦ୍ଧି ପ୍ରଶିକ୍ଷଣଶିବିର ଅନୁଷ୍ଠିତହୋଇଥିଲା । ଜିଲାକାର୍ଯ୍ୟକାରିଣୀମୂଲ୍ୟାୟନ କମିଟି, ଜାତୀୟସବୁଜବାହିନୀର ଆବାହକଡ଼ଃଶରତକୁମାରସାହୁଙ୍କସଭାପତିତ୍ତ୍ୱରେ ଅନୁଷ୍ଟିତଏହିକାର୍ଯ୍ୟକ୍ରମରେମୂଖ୍ୟଅତିଥି ଭାବେଯୋଗଦେଇ ଶ୍ରୀ ନାୟକବିଭିନ୍ନଉପାଦେୟ ଉଦାହରଣଛଳରେ ପରିବେଶସୁରକ୍ଷାମଣିଷର ଦାୟିତ୍ୱ ଓ ଜୀବଜଗତରସ୍ଥାୟିତ୍ୱସମ୍ପର୍କରେମତବ୍ୟକ୍ତକରିଥିଲେ । ଜିଲାସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରକୃତି ଜୀବ ଜଗତକୁଏକ ସୁସ୍ଥ ଓ ଉପଯୋଗୀ ପରିବେଶ ଦାନ କରିଥିଲା କିନ୍ତୁ ଆମେ ମାନବ ମାନେ ନିଜର ସ୍ୱାର୍ଥ୍ୟ ସାଧନ ପାଇଁ ଏହାକୁ ଦୁଶିତ, କଳୁଷିତ ଓ ନଷ୍ଟ କରିଚାଲିଛନ୍ତି । ବର୍ତ୍ତମାନ ଏହାକୁବ୍ୟାପକସଚେତନତାମାଧ୍ୟମରେସଜାଡ଼ିବାକୁସେ ଅନୁରୋଧ କରିଥିଲେ ।ଏହିପ୍ରଶିକ୍ଷଣଶିବିରରେମୁଖ୍ୟ ପ୍ରଶିକ୍ଷକଡ଼ଃ ନୃସିଂହଚରଣବେହେରାପ୍ଲାଷ୍ଟିକ ଓ ଆବର୍ଜନା ପରିଚାଳନା, ଡ଼ଃମହେଶ୍ୱର ଜେନା ସାମନ୍ତ ବିଭିନ୍ନ ପ୍ରକାଶ ଆବର୍ଜନାରସଫଳ ପରିଚାଳନା, ବିଜୟକୁମାରସାହୁଜୈବବିବିଧତା, ବିଜୟମୋହନ ରାୟଜଳ ପ୍ରଦ୍ୟୁଷଣ, ଡ଼ଃଶରତକୁମାରସାହୁବାୟୁ ପ୍ରଦ୍ୟୁଷଣ, ସେକ୍ ମହମ୍ମଦ ସଫିକ୍‌ବନ୍ୟଜନ୍ତୁସଂରକ୍ଷଣଓ ମାନବସହିତସେମାନଙ୍କବିବାଦ ଓ ସମାଧାନ, ବିଷ୍ଣୁ ଚରଣସାହୁ, ଜିଆଖତ ପ୍ରସ୍ତୁତି ପରିଚାଳନା ଓ ନର୍ସରୀବିକାଶସମ୍ପର୍କରେବିଶଦ ସଚିତ୍ର ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହି ଅବସରରେଉପଯୋଗୀ ପୁସ୍ତକ, ମାଗାଜିନ୍‌, କ୍ୟାଲେଣ୍ଡରଉନ୍ମୋଚିତହୋଇଇକୋକ୍ଲବତତ୍ତ୍ୱାବଧାରକମାନଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା । ପ୍ରଶିକ୍ଷଣ ପ୍ରମାଣପତ୍ର ପ୍ରଶିକ୍ଷକମାନଙ୍କୁ ପ୍ରଦାନ କରାଯାଇଥିଲା । ଶେଷରେସହଯୋଗୀ ଆବାହକମଳୟକୁମାରମିତ୍ର ଧନ୍ୟବାଦ ଅର୍ପଣକରିଥିଲେ । ଏଥିରେଯାଜପୁର, ବିଞ୍ଝାରପୁର, ଦଶରଥପୁର, ବରୀ, ରସୁଲପୁର ଓ ଯାଜପୁର ପୈାରାଞ୍ଚଳର ୫୦ରୁ ଉର୍ଦ୍ଧ୍ୱଇକୋକ୍ଲକଶିକ୍ଷକଶିକ୍ଷୟତ୍ରୀମାନେ ଯୋଗ ଦେଇ ପ୍ରଶିକ୍ଷଣଗ୍ରହଣକରିଥିଲେ ।

Related Posts

About The Author

Add Comment