ଇକୋକ୍ଲବ ତତ୍ୱାବଧାରକଙ୍କ ଦକ୍ଷତାବୃଦ୍ଧି କାର୍ଯ୍ୟକ୍ରମ ଅନୁଷ୍ଠିତ

Spread the love

ଯାଜପୁର, ୨୩/୧୨/୨୦୨୧ (ସନ୍ଧାନ ନିଉଜ) : ପାଣିକୋଇଲି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ କୋରେଇ, ଧର୍ମଶାଳା, ବଡ଼ଚଣା, ଦାନଗଦି ଓ ସୁକିନ୍ଦା ବ୍ଲକର ୫୦ଜଣ ଇକୋକ୍ଲବ ତତ୍ୱାବଧାରକଙ୍କ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ବୁଧବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସତ୍ୟବାଦୀ ପାତ୍ର ଏହାକୁ ଉଦ୍ଘାଟନ କରିଥିଲେ । ଜିଲ୍ଲା କାର୍ଯ୍ୟକାରିଣୀ ମୂଲ୍ୟାୟନ କମିଟିର ସହ ଆବାହକ ମଳୟ କୁମାର ମିତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜୈବ ବିବିଧତା ସଂପର୍କରେ ବିଜୟ କୁମାର ସାହୁ, ପ୍ଲାଷ୍ଟିକ ପରିଚାଳନା ସଂପର୍କରେ ଡଃ ନୃସିଂହ ଚରଣ ବେହେରା, ଜଳ ପ୍ରଦୂଷଣ ସଂପର୍କରେ ବିଜୟ ମୋହନ ରାୟ, ଜିଆ ଖତ ଓ ନର୍ସରୀ ସ୍ଥାପନ ସଂପର୍କରେ ବିଷ୍ଣୁଚରଣ ସାହୁ, ଆବର୍ଜନା ପରିଚାଳନା ସଂପର୍କରେ ଡଃ ଶରତ କୁମାର ସାହୁ ଓ ଶକ୍ତି ସଂରକ୍ଷଣ ସଂପର୍କରେ ମଳୟ କୁମାର ମିତ୍ର ବିବିଧ ତଥ୍ୟ ପ୍ରଦାନ କରିଥିଲେ । ପରିବେଶ ଶିକ୍ଷାକେନ୍ଦ୍ର ଭୁବନେଶ୍ୱରର ଯୋଜନା ଅଧିକାରୀ ଭରତ ଚନ୍ଦ୍ର ଜେନା ପ୍ରମାଣପତ୍ର ପ୍ରଦାନ ସହ ଇକୋକ୍ଲବ ସମୀକ୍ଷା କରିଥିଲେ । ପାଣିକୋଇଲି ଉଚ୍ଚ ବିଦ୍ୟାଳୟ ଛାତ୍ରୀମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ପୁରସ୍କୃତଙ୍କୁ ଉପାଦେୟ ପୁସ୍ତକ, କ୍ୟାଲେଣ୍ଡର, ଲିଫଲେଟ ଇତ୍ୟାଦି ପ୍ରଦାନ କରାଯାଇଥିଲା । ବିଦ୍ୟାଳୟର ଶିକ୍ଷକ ପ୍ରତାପ କୁମାର ପହି ଓ ଅନ୍ୟାନ୍ୟ କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Related Posts

About The Author

Add Comment