ଇଏ ଆମ ସ୍ମାର୍ଟ ସିଟି: ବେକାରଙ୍କ ହାତରେ ହେଉଛି ଦେଶୀମଦ ଡେଲିଭରି!

Spread the love

ରାଉରକେଲା, ୧୨/୧୧/୨୦ (ସନ୍ଧାନ ନିଉଜ) : ସୁନ୍ଦରଗଡ଼ ଜିଲାରେ କରୋନା ମହାମାରୀରୁ ଏଯାଏ ନିସ୍ତାର ମିଳି ପାରିନି । ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି ।  ଅପରପକ୍ଷରେ ସରକାରଙ୍କୁ ବିପୁଳ ରାଜସ୍ୱ ଯୋଗାଉଥିବା ବିଦେଶୀ ମଦ ଦୋକାନ କିଛି ମାସ ପୂର୍ବରୁ  ଖୋଲି ସାରିଛି । ଅପରପକ୍ଷରେ ରାଉରକେଲା ସମେତ ଦକ୍ଷିଣ ରାଉରକେଲାର କିଛି ବସ୍ତି ଅଂଚଳରେ ଚୋରାରେ ଦେଶୀ ମଦ ଚାଲାଣ ହେଉଥିବା ଅଭିଯୋଗ ହୋଇଛି । ଏହି ଦେଶୀ ମହୁଲି ମଦ ଓ ପାଉଚ ଚାଲାଣରେ ସ୍ଥାନୀୟ ବେକାର ଯୁବକ ମାନଙ୍କୁ ନିୟୋଜିତ କରାଯାଉଥିବା ଏକ ଅନୁସନ୍ଧାନରୁ ଜଣାପଡ଼ିଛି । ଦେଶୀମଦ ଓ ପାଉଚର ହୋମ ଡେଲିଭରି ହେଉଥିବା ଜଣେ ବେକାର ଯୁବକ ନିଜ ନାମ ଗୋପନ ରଖିବା ସର୍ତରେ ପ୍ରକାଶ କରିଛନ୍ତି ।  ଏହି ଯୁବକ ମାନଙ୍କ ବୟସ ସାଧାରଣତଃ ୨୦ରୁ ୨୫ ବର୍ଷ ମଧ୍ୟରେ ରହିଥିବା ବେଳେ, ଅର୍ଥ କମାଇବା ଆଶାରେ ଦେଶୀ ମଦ ଚାଲାଣ କରୁଛନ୍ତି ଏପରି ଯୁବକ ମାନେ । ଲକ୍ ଡାଉନ ପରେ କାମଧନ୍ଦା ବନ୍ଦ ହୋଇଯିବା କାରଣରୁ ଯୁବକ ମାନେ ଅର୍ଥ କମାଇବା ନିଶାରେ ଏପରି ରାସ୍ତାକୁ ଆପାଣାଇ ନେଇଛନ୍ତି!
ସ୍ମାର୍ଟସିଟି ରାଉରକେଲାର ଉତମବସ୍ତି, ଶୀତଳପଡ଼ା, ହରିପୁର ଆଦି  କିଛି ବସ୍ତି ଅଂଚଳକୁ ଉଦ୍‌ଭ୍ରାନ୍ତ ଯୁବକ ମାନେ ସ୍କୁଲ ବ୍ୟାଗରେ ପାଉଚ ମଦ ଓ ସ୍କୁଟିରେ ଦେଶୀ ମଦ ଚାଲାଣ କରୁଥିବା ଜଣାପଡ଼ିଛି । ଭୋର ଏବଂ ବିଳମ୍ବିତ ରାତ୍ରୀରେ ଦେଶୀ ମଦ ଚାଲାଣ ପୁଲିସ ଓ ଅବକାରୀ ବିଭାଗ ଅଗୋଚରରେ ଖୁବ ସତର୍କତା କରାଯାଉଥିବା ବେଳେ, ଏହାର ଟେର୍ ଅବକାରୀ ବିଭାଗ କିଭଳି ପାଇ ପାରୁ ନାହିଁ ତାହା ସାଧାରଣରେ ବିସ୍ମୟ ସୃଷ୍ଟି କରୁଛି । ସମୟ ସମୟରେ ନାବାଳକ ମାନେ ମଧ୍ୟ ଦେଶୀ ମଦ ଚାଲାଣରେ ନିୟୋଜିତ ହେଉଛନ୍ତି, ଯାହାକି ସେମାନଙ୍କ ସୁନେଲି ଭବିଷ୍ୟତକୁ ଅମା ଅନ୍ଧକାର ମଧ୍ୟକୁ ଠେଲି ଦେଉଛି । ଅବକାରୀ ଚଢଉ ଭୟରେ ଦେଶୀ ମଦ ମାଫିଆ ମାନେ ଘରେ ମଦ ଗଚ୍ଛିତ ନରଖି ଘର ଠାରୁ କିଛି ଦୂରରେ ଥିବା ବଣବୁଦା ମଧ୍ୟରେ ଦେଶୀ ମଦଭରା ବୋତଲ ଲୁଚାଇ ରଖି ଗ୍ରାହକ ଅନ୍ୱେଷଣରେ ରହୁଥିବା ଅନୁସନ୍ଧାନରୁ ଜଣାପଡ଼ିଛି । ପ୍ରକାଶ ଥାଉକି, ରାଉରକେଲା ଅଂଚଳରେ ପୂର୍ବରୁ  ଅଂଚଳର କିଛି ସଙ୍ଗଠନ ପକ୍ଷରୁ ଦେଶୀ ମଦ ବିକ୍ରି ବନ୍ଦ କରିବା ଲାଗି ଦାବି, ଆନ୍ଦୋଳନ ହୋଇ ଆସୁଥିଲେ ମଧ୍ୟ ସ୍ଥିତି ଯଥା ପୂର୍ବଂ ତଥା ପର ରହିଛି । ଅବକାରୀ ବିଭାଗର ଉଚ୍ଚ କର୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

Related Posts

About The Author

Add Comment