ଇଂରାଜୀ ଉତ୍ତର ଲେଖୁଥିଲା ନକଲି ପରୀକ୍ଷାର୍ଥୀ

Spread the love
ପୁରୀ, ୨୨/୦୨ (ସନ୍ଧାନ ନିୟୁଜ) : ମ୍ୟାଟ୍ରିକ ପରୀକ୍ଷାକୁ ତ୍ରୁଟିଶୂନ୍ୟ କରିବା ପାଇଁ ଶିକ୍ଷା ବିଭାଗ ବ୍ୟାପକ ପ୍ରସ୍ତୁତି କରିଛି। ଏହା ସତ୍ତ୍ୱେ ଆଜି ଜଣେ ନକଲି ପରୀକ୍ଷାର୍ଥୀ ଇଂରାଜୀ ପରୀକ୍ଷା ଦେଉଥିଲା। ପୁରୀ ସଦର ଥାନା ପୁଲିସ ସମ୍ପୃକ୍ତ ନକଲି ପରୀକ୍ଷାର୍ଥୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ସେ ଅନ୍ୟ ଜଣେ ଛାତ୍ର ପାଇଁ ପରୀକ୍ଷା ଦେଉଥିବା ଜଣାପଡ଼ିଛି।  ବାସୁଦେବପୁରର କନକଦୁର୍ଗା ହାଇସ୍କୁଲ କେନ୍ଦ୍ରରେ ପରୀକ୍ଷା ଚାଲିଥିବା ବେଳେ ଜଣେ ପରୀକ୍ଷାର୍ଥୀ ହାବଭାବ ଉପରେ ସନ୍ଦେହ ପ୍ରକଟ କରିଥିଲେ ପ୍ରଧାନ ଶିକ୍ଷକ ଓ ଇନ୍‌ଭିଜିଲେଟର। ପରେ ଏନେଇ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଜଣାଇଥିଲେ। ଜିଲ୍ଲା ଶିକ୍ଷାଧୀକାରୀଙ୍କ ଏନେଇ ପୁରୀ ସଦର ଥାନାକୁ ସୂଚନା ଦେଇଥିଲେ। ପୁଲିସ ସ୍କୁଲରେ ପହଞ୍ଚି ନକଲି ପରୀକ୍ଷାର୍ଥୀଙ୍କୁ ଅଟକ ରଖି ପଚରାରଉଚାର କରୁଛନ୍ତି।

Related Posts

About The Author

Add Comment