ଝାରସୁଗୁଡା, 02.02.2021 (ସନ୍ଧାନ ନିଉଜ୍ /ଶୁଭ୍ରାଂଶୁ ପଣ୍ଡା):– ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ଚଢ଼ାଉ। ବେଳପାହାଡରେ ଥିବା ଅବକାରୀ ସବ୍ ଇନ୍ସପେକ୍ଟର ଦେବେନ୍ଦ୍ର ପ୍ରହରାଜଙ୍କ ବେଳପାହାଡ ବାସଭବନ ସମେତ ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି। ସମ୍ବଲପୁର ଭିଜିଲାନ୍ସ ପକ୍ଷରୁ ଦେବେନ୍ଦ୍ର କୁମାର ପ୍ରହରାଜ ଏବଂ ତାଙ୍କ ଶ୍ବଶୁର ଘର ସମେତ ପୈତୃକ ବାସ ଭବନରେ ମଧ୍ୟ ଚଢ଼ାଉ କରାଯାଇଛି। ଚଢ଼ାଉରେ ସମ୍ବଲପୁର ଓ ବରଗଡ଼ ଭିଜିଲାନ୍ସ ବିଭାଗର ଅଧିକାରୀ ସାମିଲ।
ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ଚଢ଼ାଉ
|
February 2, 2021 |
