କେନ୍ଦୁଝର, ୨୦ା୧୦(ସନ୍ଧାନ ନିୟୁଜ): ଆାତଙ୍କବାଦୀମାନେ କେବେ ବି ପୋଲିସର ମନୋବଳକୁ ଭାଙ୍ଗି ପାରିବେନି। ରାଜ୍ୟ ପୋଲିସ ବାହିନୀ ସମସ୍ତ ବାଧାବିଘ୍ନକୁ ସାମ୍ନା କରିବାକୁ ପ୍ର୍ରସ୍ତୁତ। ଅଶାନ୍ତି ସୃଷ୍ଟି କରୁଥିବା ସଙ୍ଗଠନକୁ ଦମନ କରିବା ପାଇଁ ପୋଲିସ ସକ୍ଷମ। ସମସ୍ତ ପ୍ରତିକୂଳ ପରିବେଶକୁ ମୁକାବିଲା କରିବା ପାଇଁ ପୋଲିସ ଜାଗ୍ରତ ପ୍ରହରୀ ଭାବେ କାର୍ଯ୍ୟ କରୁଛି ବୋଲି କେନ୍ଦୁଝର ସଦର ମହକୁମାସ୍ଥ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ପରିସରରେ ଶହୀଦଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳୀ ସନ୍ଧ୍ୟାରେ କେନ୍ଦୁଝର ଆରକ୍ଷୀ ଅଧିକ୍ଷକ ଜୟନାରାୟଣ ପଙ୍କଜ ମତବ୍ୟକ୍ତ କରିବା ସହ ପୋଲିସ କର୍ମଚାରୀମାନେ ନିଷ୍ଠାର ସହ କର୍ତ୍ତବ୍ୟ ସମ୍ପାଦନ କରିବାକୁ ଆହ୍ୱାନ ଦେଇଥିଲେ। ଶାନ୍ତି ରକ୍ଷା ପାଇଁ ଶହୀଦ ହୋଇଥିବା ପୋଲିସ ଓ କର୍ମଚାରୀମାନଙ୍କ ପ୍ରତି ସମ୍ମାନ ଜଣାଇବା ସହ ସେମାନଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଥିଲେ। ସାମାଜିକ ସ୍ଥିରତା ଓ ସେବାପାଇଁ ପ୍ରାଣବଳୀ ଦେଇ ନିଜର ନିଷ୍ଠା, କର୍ତ୍ତବ୍ୟ ପରାୟଣତାର ଆଦର୍ଶର୍ ପ୍ରଦର୍ଶନ କରିଥିବା କର୍ତ୍ତବ୍ୟରତ କେନ୍ଦୁଝର ଜିଲ୍ଲାର ୨୧ ଜଣ ଶହୀଦମାନଙ୍କ ବହୁମୂଲ୍ୟ ତ୍ୟାଗ ସମ୍ପର୍କରେ ଆରକ୍ଷୀ ଅଧିକ୍ଷକ ଅବତାରଣା କରିଥିଲେ। କାର୍ଯ୍ୟକ୍ରମରେ ବୀର ଶହୀଦମାନଙ୍କ ପାଇଁ ଦୁଇ ମିନିଟ୍ ଶୋକ ପ୍ରାର୍ଥନା କରାଯିବା ସହ ଜୀବନକୁ ବାଜି ଲଗାଇ ଦେଶ ପାଇଁ ଶହୀଦ ହୋଇଥିବା ବୀର ଜବାନମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜିଲ୍ଳାପାଳ ଆଶିଷ ଠାକ୍ରେ, କେନ୍ଦୁଝର ବନଖଣ୍ଡ ଅଧିକାରୀ ସନ୍ତୋଷ ଯୋଶୀ ପ୍ରମୁଖ ଯୋଗ ଦେଇଥିଲେ। ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରତାପ ଚନ୍ଦ୍ର ପରିଡା, ଏସ୍ଡିପିଓ ସଦର ଶ୍ରୀହର୍ଷ ମିଶ୍ର, ଡିଏସପି କ୍ରାଇମ ସୁରେଶ ଚନ୍ଦ୍ର ପାତ୍ର, ଡିଏସ୍ପି ଡିଆଇବି ହରିଶ ଚନ୍ଦ୍ର ପାଣ୍ଡେ, ଡିଏସ୍ପି ହେଡକ୍ୱାର୍ଟର ଜେମ୍ସ ପ୍ରକାଶ ଟପ୍ପୋ, ଡିଏସପି ଏଚ୍ଆରପିସି ଶୁଭ୍ରାଶୁଂ ଶେଖର ମିଶ୍ର, ରିଜର୍ଭ ଇନିସ୍ପେକ୍ଟର ବିମଳ ଚନ୍ଦ୍ର ରାଉତ, ପୋଲିସ କନେଷ୍ଟବଳ ହାବିଲଦାର ସଂଘ କେନ୍ଦୁଝର ଶାଖାର ସଭାପତି ପ୍ରଫୁଲ୍ଲ କୁମାର ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ପୋଲିସ ବ୍ୟାଣ୍ଡ ପାର୍ଟି ପକ୍ଷରୁ ବାଦ୍ୟ ପରିବେଷଣ ସହ କେନ୍ଦୁଝରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ସାଇ ତାରିଣୀ ଭଜନ ସଂଧ୍ୟାର କଳାକାରଙ୍କ ଦ୍ୱାରା ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ ହୋଇଥିଲା। ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥିମାନଙ୍କ ସହ ବହୁ ଜନସାଧାରଣ ଉପସ୍ଥିତ ଥିଲେ
Report, Manas Rout , Sandhan News