ଆହାର କେନ୍ଦ୍ର କର୍ମଚାରୀଙ୍କୁ ଛଟେଇ ପ୍ରତିବାଦରେ ଧାରଣା

Spread the love

ବାରିପଦା, 3/11( ସନ୍ଧାନ ନ୍ୟୁଜ୍);- ବାରିପଦାର ହସ୍ପିଟାଲ ଆହାର କେନ୍ଦ୍ର ଓ ଯାତ୍ରୀବାହୀ ବସଷ୍ଟାଣ୍ଡ ଏବଂ ଉଦଳା ଆହାର କେନ୍ଦ୍ର ଏହି ତିନୋଟି କେନ୍ଦ୍ରରେ ଗତ ୫ବର୍ଷ ଧରି ସ୍ବଳ୍ପ ବେତନରେ କାର୍ଯ୍ୟ କରି ଆସୁଥିବା ୧୦ ଜଣ କର୍ମଚାରୀଙ୍କୁ ହଠାତ୍ ଗତକାଲିଠାରୁ ଚାକିରିରୁ ବାହାର କରି ଦିଆଯାଇଥିବା ପ୍ରତିବାଦରେ ସେମାନେ ଆଜି ସ୍ଥାନୀୟ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ସମ୍ମୁଖରେ କୋଭିଡ ନିୟମାନୁଯାୟୀ ଧାରଣା ଦେଇଥିଲେ ଏବଂ ମ ତତ୍ସହିତ ସେମାନଙ୍କୁ ଅନ୍ୟ କୌଣସି ସ୍ଥାନରେ ଥଇଥାନ ନ କରା ନ ଯିବା ପର୍ଯ୍ୟନ୍ତ ଚାକିରିରେ ପୁନଃ ନିଯୁକ୍ତି ଦେବାକୁ କ ଦାବି କରିଛନ୍ତି । କାରଣ ସେମାନେ ଚାକିରି ହରାଇଥିବାରୁ ୧ ସେମାନଙ୍କ ପରିବାର ଭରଣପୋଷଣ କରିବାର ଆଦୌ ସମ୍ଭବ ହେବ ନାହିଁ ବୋଲି ଧାରଣାକାରୀ ସ୍ମିତାରାଣୀ ବେହେରା, ଜ୍ୟୋସ୍ନା ବାରିକ, ତରୁଲତା ମହାନ୍ତ; କମଲେଶ  ମହାନ୍ତ; ପ୍ରବୀର କୁମାର ମହାନ୍ତ, ରଜତ ପଟ୍ଟନାୟକ, ମହମ୍ମଦ ସହିଦ, ରାଜେଶ କୁମାର ଦେଓବାବୁ, ପ୍ରଭାକର୍ ଇଂଜବାବୁ ଓ ସନ୍ତୋଷ କୁମାର ଦାସ ପ୍ରମୁଖ ଦର୍ଶାଇଛନ୍ତି । ସେମାନଙ୍କ ପକ୍ଷରୁ ଜିଲାପାଳଙ୍କଠାରେ କରାଯାଇଥିବା ଦାବି ସଂପର୍କରେ ବାରିପଦା ବିଧାୟକ, ବାରିପଦା ପୌରପରିଷଦ ନିର୍ବାହୀ ଅଧିକାରୀ ପ୍ରମୁଖଙ୍କୁ ମଧ୍ୟ ଅବଗତ କରାଇଥିବା ପ୍ରକାଶ।

Related Posts

About The Author

Add Comment