ଭୁବନେଶ୍ୱର, (ସନ୍ଧାନ ନିଉଜ) ୨୮ ତାରିଖରେ ପୁଣି ଏକ ନୂଆ ପଶ୍ଚିମା ଝଡ ପଶ୍ଚିମ ହିମାଳୟ ଅଞ୍ଚଳକୁ ପ୍ରଭାବିତ କରିବା ସମ୍ଭାବନା ରହିଛି । ପରବର୍ତୀ ୨ ଦିନ ପରେ ଏହାର ପ୍ରଭାବ ଓଡ଼ିଶାରେ ପଡିବ । ଆଜି ଉପକୂଳରେ ଓଡ଼ିଶାରେ ଗୋଟିଏ ରୁ ଦୁଇଟି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ରହିଛି । ଆସନ୍ତା କାଲିଠାରୁ ପାଗ ମୁଖ୍ୟତ ଶୁଖିଲା ରହିବ।
ରାଜ୍ୟରେ ଆଗାମୀ ୨୪ ଘଣ୍ଟାରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଉପକୂଳ ଏବଂ ଉତ୍ତର ଓଡ଼ିଶାର କେଉଁଝର, ଅନୁଗୁଳ, ଢେଙ୍କାନାଳ, କଟକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ ଜିଲ୍ଲାରେ ବିଜୁଳି ଘଡଘଡି ସହିତ ହାଲୁକା ବର୍ଷା ହୋଇପାରେ ଏବଂ ବାକି ସ୍ଥାନ ଗୁଡ଼ିକ ପ୍ରାୟ ଶୁଖିଲା ରହିବ ।
ଆସନ୍ତା କାଲି ମଧ୍ୟ ସୁନ୍ଦରଗଡ଼, କେଉଁଝର, ମୟୁରଭଞ୍ଜ, ବାଲେଶ୍ୱର ଏବଂ ଭଦ୍ରକ ଜିଲ୍ଲାରେ ହାଲୁକା ବର୍ଷା ହୋଇପାରେ ଏବଂ ବାକି ଜିଲ୍ଲା ଗୁଡ଼ିକରେ ପାଗ ଶୁଖିଲା ରହିବ । ଏହା ପରେ ଆଗାମୀ ୪ରୁ ପାଞ୍ଚ ଦିନ ମଧ୍ୟରେ ପାଗରେ କୌଣସି ପରିବର୍ତ୍ତ ଆସିବା ନାହିଁ । ତେବେ ଏହି ସମୟରେ ଦିନବେଳା ତାପମାତ୍ରା ବୃଦ୍ଧି ପାଇବ ।