ଯାଜପୁର,୧୦ା୦୧:ଆସନ୍ତା ଫେବୃଆରୀ ୧୧ ତାରିଖ ଶନିବାର ଜିଲ୍ଳା ଓ ଦୌରା ଅଦାଲତ
ଯାଜପୁର ସମେତ ଜିଲ୍ଳାର ସମସ୍ତ ଅଦାଲତ ପରିସରରେ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ
ଅନୁଷ୍ଟିତ ହେଉଥିବା ଜିଲ୍ଳା ଆଇନ ସେବା ପ୍ରାଧିକରଣ, ଯାଜପୁର ସଚିବା ଶ୍ରୀମତୀ
ଜ୍ୟାତିର୍ମୟୀ ଦାସ ପ୍ରକାଶ କରିଛନ୍ତି ଉକ୍ତ ଲୋକ ଅଦାଲତରେ ସମସ୍ତ ପ୍ରକାରର ବିଚାରାଧିନ
ମକଦ୍ଧମା ଯଥା ଫୌଜଦାରୀ (ସାଲିସଯୋଗ୍ୟ), ଚେକ୍ ବାଉନ୍ସ, ବ୍ୟାଙ୍କରଣ, ମୋଟର ଦୁର୍ଘଟଣା
ଜନିତ କ୍ଷତିପୁରଣ, ଶ୍ରମ ଓ ନିଯୁକ୍ତି ବିବାଦ, ବିଦ୍ୟୁତ୍, ଜଳ ଓ ଅନ୍ୟାନ୍ୟ ଦେୱାନୀ ମକଦ୍ଦମା
ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । ଏହା ସହ ପ୍ରାକମକଦ୍ଦମା ସ୍ତରୀୟ
ମାମଲା ତଥା ଚେକ୍ ବାଉନ୍ସ୍ ମାମଲା, ବ୍ୟାଙ୍କରଣ ବିବାଦ, ଶ୍ରମ ଓ ନିଯୁକ୍ତି ବିବାଦ, ବିଦ୍ୟୁତ,
ଜଳ ଓ ଅନ୍ୟାନ୍ୟ ସାଲିସ୍ ଯୋଗ୍ୟ ଫୌଜଦାରୀ ଓ ଅନ୍ୟାନ୍ୟ ଦେୱାନୀ ମକଦ୍ଦମା ଇତ୍ୟାଦିର
ସମାଧାନ ମଧ୍ୟ ଏହି ରାଷ୍ଟ୍ରୀିୟ ଲୋକ ଅଦାଲତରେ ହୋଇପାରିବ । ଏହି ମକଦ୍ଦମା ବାବଦରେ
ସମାଧାନ ପାଇଁ କୌଣସି ଆର୍ଥକ ଖର୍ଚ୍ଚ ପଡେ ନାହିଁ ଏବଂ ଲୋକ ଅଦାଲତଙ୍କ ରାୟ ବୈଧ ଓ
ଚୁଡାନ୍ତ । ଦୀର୍ଘ ଦିନ ଧରି ଚାଲୁ ରହିଥିବା ମକଦ୍ଧମାର ସହଜ ସମାଧାନ ପାଇଁ ଆର୍ଥିକ ଖର୍ଚ୍ଚ ଓ
ସମୟ ଅପଚୟରୁ ନିସ୍ତାର ପାଇଁ ଏହା ଏକ ସୁଯୋଗ । ଏ ସଂକ୍ରାନ୍ତରେ ସବିଶେଷ ବିବରଣୀ
ନିମନ୍ତେ ଜିଲ୍ଳା ଆଇନ ସେବା ପ୍ରାଧିକରଣ, ଯାଜପୁର ଓ ତାଲୁକ ଆଇନସେବା କମିଟି ସହିତ
ଯୋଗାଯୋଗ କରିବାକୁ ସୂଚନା ଦିଆଯାଇଛି ।
ଆସନ୍ତା ଫେବୃଆରୀ ୨୦୨୩ରେ ରାଷ୍ଟ୍ରୀୟ ଲୋକ ଅଦାଲତ
|
January 10, 2023 |
![](https://sandhannews.com/wp-content/uploads/2023/01/download-1.jpg)