ଆସନ୍ତାକାଲିଠାରୁ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ : ୨୪ ପ୍ଲାଟୁନ ଫୋର୍ସ ମୁତୟନ ସହ ସହ ୮ ଜଣ ମାଜିଷ୍ଟ୍ରେଟ୍‌ ଉପସ୍ଥିତ ରହିବେ

Spread the love

ପୁରୀ ୧୯/୦୮ (ସନ୍ଧାନ ନିଉଜ): ଆସନ୍ତାକାଲିଠାରୁ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହେବ। ମେଘନାଦ ପାଚେରିକୁ ଲାଗିଥିବା ନିର୍ମାଣ ଗୁଡ଼ିକର ଉଚ୍ଛେଦ ହେବ। ଉଚ୍ଛେଦ ବେଳେ ୨୪ ପ୍ଲାଟୁନ ଫୋର୍ସ ସହ ୮ ମାଜିଷ୍ଟ୍ରେଟ୍‌ ଉପସ୍ଥିତ ରହିବେ। ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ଏହି ସୂଚନା ଦେଇଛନ୍ତି। ଆସନ୍ତା କାଲି ସକାଳ ୬ଟାରୁ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହେବ ବୋଲି ନିଷ୍ପତ୍ତି ହୋଇଛି। ଜଷ୍ଟିସ ବିପି ଦାସ କମିଶନଙ୍କ ସୁପାରିଶ ଅନୁସାରେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ୭୫ ମିଟର ପର୍ଯ୍ୟନ୍ତ ଜାଗା ଖାଲି କରିବାକୁ କ୍ୟାବିନେଟ୍‌ର ନିଷ୍ପତ୍ତି ହୋଇଥିଲା।

ଉଚ୍ଛେଦ ନେଇ ସରକାର ନେଇଥିବା ନିଷ୍ପତ୍ତି ବିରୋଧରେ ବିଭିନ୍ନ ମହଲରେ ସ୍ୱର ଉଠିଥିବା ବେଳେ ଆସନ୍ତାକାଲି ଏହା କାର୍ଯ୍ୟକାରୀ କରାଯିବ ବୋଲି ଜଣାପଡ଼ିଛି। ଏଥିରେ ସମସ୍ତ ସରକାରୀ ଓ ବେସରକାରୀ ନିର୍ମାଣ ଉଚ୍ଛେଦ କରାଯିବ।

ଶ୍ରୀମନ୍ଦିର ମେଘନାଦ ପାଚେରୀକୁ ଲାଗିଥିବା ବେଆଇନ କୋଠା ଭଙ୍ଗାଯିବ। ମେଘନାଦ ପାଚେରୀକୁ ସଂପୂର୍ଣ୍ଣ ଉନ୍ମୁକ୍ତ ରଖିବା ପାଇଁ ଶହଶହ ବର୍ଷ ଧରି ଥିବା ନିର୍ମାଣ ବେଆଇନ୍ କୋଠା ଗୁଡ଼ିକ ହଟାଇ ଦିଆଯିବ। କେବଳ ଶ୍ରୀମନ୍ଦିର ନୀତିସହ ସଂପୃକ୍ତ ସିଂହଦ୍ୱାର ଦୁଇ ପାର୍ଶ୍ୱରେ ଥିବା ବଡ଼ଛତା ଓ ଛାଉଣୀ ମଠକୁ ଛାଡ଼ି ଅନ୍ୟ ସବୁ ନିର୍ମାଣକୁ ଉଚ୍ଛେଦ କରାଯିବ।

ସୂଚନା କେନ୍ଦ୍ର, ପୋଲିସ ଫାଣ୍ଡି, କ୍ଲୋକରୁମ, ଜୋତାଷ୍ଟାଣ୍ଡ, ଶୌଚାଳୟ, ସେସୁ ଅଫିସ ପ୍ରଭୁତି ସରକାରୀ ଓ ବେସରକାରୀ ଅବରୋଧ ଗୁଡ଼ିକୁ ହଟାଇଦିଆଯିବ। ସେଥିପାଇଁ ଆଜିଠାରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ସିଂହଦ୍ୱାର ସମ୍ମୁଖରେ ଥିବା ଅସ୍ଥାୟୀ ପୋଲିସ ଫାଣ୍ଡି ଓ ସୂଚନା କେନ୍ଦ୍ର ସ୍ଥାପନ କରାଯାଇଛି।

Related Posts

About The Author

Add Comment