ଆଶା କର୍ମୀଙ୍କ ଘର ଭୁଶୁଡ଼ିଲା, ବଞ୍ଚିଗଲା ଜୀବନ

Spread the love

ଖୁଣ୍ଟା, ୯/୯ (ସନ୍ଧାନ ନ୍ୟୁଜ୍,/ଲିଙ୍ଗରାଜ ପଣ୍ଡା)-ଖୁଣ୍ଟା ଥାନା ତଥା ଗୋପବନ୍ଧୁ ନଗର ବ୍ଲକ ଅଧୀନ ମୁଗୁରୁଦା ଗ୍ରାମର ଆଶାକର୍ମୀଙ୍କ ନଡ଼ା ଛପରର ମାଟିଘର ରବିବାର ଭୁଶୁଡି ଘାଇଥିବା ବେଳେ ପରିବାର ସଦସ୍ୟ ମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ବିପଦ ଟଳିଯାଇଥିଲେ ବି ଘର ନଥିବା ମଣିଷ ପକ୍ଷେ ଜୀବନ ଜୀଇଁବାର ଅନୁଭୂତି ସେଇ ଏକାହିଁ ଅନୁଭବ କରିପାରିବ । ଅନ୍ୟ ମାନଙ୍କୁ ଦିନରାତି ସେବା ପ୍ରଦାନ କରି ସେମାନଙ୍କ ମୁହଁରେ ହସ ଫୁଟାଇ ଆସିଥିବା ଆଶା ଦିଦି ହରିପ୍ରିୟା ସଲଙ୍ଗି ମୁହଁରୁ ହସ ଲିଭିଯାଇଛି । ଜୀବନ ଯାଉ ଯାଉ ରକ୍ଷା ପାଇଯିବା ପରେ ସେଇ ଅଦୃଶ୍ୟ ଶକ୍ତିକୁ ମନେ ମନେ ଧନ୍ୟବାଦ ଦେଇଥିଲେ । କାରଣ ରାତିରେ ଶୋଇବା ବେଳେ ଉକ୍ତ ଅଘଟଣ ଘଟନାହିଁ । କରୋନା ମହାମାରୀ ସହ ଖରା ବର୍ଷାରେ ଏବେ ମୁଣ୍ଡ ଗୁଞ୍ଜିବାକୁ କେଉଁଠି ଆଶ୍ର ମିଳିବ ସେଇ ଚିନ୍ତା ତାଙ୍କୁ ମିୟମାଣ କରିଦେଇଛି । ଦିନ ବେଳା ଉକ୍ତ  ଦୁର୍ଘଟଣା ଘଟିଥିବା ବେଳେ ପରିବାରର ଜଣେ ଗର୍ଭବତୀ ମହିଳା, ଦୁଇ ଛୋଟ ଛୁଆ, ଦୁଇ କୁଣିଆଙ୍କ ସମେତ ଆଠ ଜଣ ସୌଭଗ୍ୟ ବଶତଃ ବର୍ତ୍ତି ଯାଇଛନ୍ତି । ପୂର୍ବ ପୁରୁଷରୁ ଥିବା ମାଟି ନିର୍ମିତ ୫ବଖରାର ପୁର ଘରେ ଅଶାକର୍ମୀ ହରିପ୍ରିୟା ସଲଙ୍ଗି, ବାପା ନିତ୍ୟାନନ୍ଦ, ମାଆ, ଭାଇ, ଭାଉଜ ଓ ପରିବାରର ଅନ୍ୟ ସଦସ୍ୟ ମାନେ ନିଜ ନିଜ ବଖରାରେ ଅବସ୍ଥାନ କରିଥାନ୍ତି । ରବିବାର ଅପରାହ୍ନ ଚାରିଟାରେ ଉକ୍ତ ଘରଟି ଭୁଶୁଡ଼ି ପଡ଼ିଥିଲା । ଘର ଭିତରେ ଥୁବା ଚାଉଳ, କିରାସିନି ସହିତ ଅନ୍ୟାନ୍ୟ ଆସବାବପତ୍ର ସବୁ ନଷ୍ଟ ହୋଇଯାଇଛି । ହରିପ୍ରିୟା ଏକ ପ୍ରକାର ସର୍ବସ୍ବାନ୍ତ ହୋଇଯାଇଥିବା ବେଳେ ରାସନ କାର୍ଡ ହିଁ ଏକ ମାତ୍ର ଭରଷା । ସେମାନଙ୍କ ପାଇଁ ମୁଣ୍ଡ ଗୁଞ୍ଜିବାକୁ ଥାନ ନାହିଁ । ବର୍ତ୍ତମାନର ଜୀବନ ଯେଉଁଠି ଅସହାୟ ସେଇ ପରିସ୍ଥିତିରେ ସରକାରଙ୍କ ସହାୟତା ଆଶା ଦିଦି । ହରିପ୍ରିୟାଙ୍କ ପାଇଁ ଏକ ମାତ୍ର ଆଶା ।

Related Posts

About The Author

Add Comment