ଧର୍ମଶାଳା ୧୯/୧୧ (ସନ୍ଧାନ ନିଉଜ/ମାନସ ରାଉତ) : ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ଉତରପ୍ରତାପ ପଂଚାୟତ ନହଙ୍ଗାପାଟଣା ଗ୍ରାମର ଆଶାକର୍ମୀ ଦେବକୀ ସାହୁ (୫୯) ଙ୍କର ଆଜି ହୃଦ୍ଘାତରେ ପରଲୋକ ହୋଇଯାଇଛି । ଦେବକୀ ପୂର୍ବାହ୍ଣରେ ଆଶାକର୍ମୀଙ୍କ ମାସିକ ବୈଠକରେ ଯୋଗଦେବା ପାଇଁ ଧର୍ମଶାଳା ଡାକ୍ତରଖାନା ଯାଇଥିଲେ । ଅପରାହ୍ଣରେ ଘରକୁ ଫେରି ଖାଉଥିବା ସମୟରେ ସେ ହଠାତ୍ ଅସୁସ୍ଥ ହୋଇପଡିଥିଲେ । ତୁରନ୍ତ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲେ ମଧ୍ୟ ଡାକ୍ତର ଦେବକୀଙ୍କୁ ମୃତ ଘୋଷଣା କରିଥିଲେ । ଧର୍ମଶାଳା ଥାନା ପୁଲିସ ଡାକ୍ତର ଖାନାରେ ପହଂଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକ ପ୍ରକାଶ ପାଇଥିବା ବେଳେ ଆଶାକର୍ମୀ ସଂଘ ପକ୍ଷରୁ ଶୋକସନ୍ତପ ପରିବାରକୁ ସମବେଦନା ଜ୍ଞାପନ କରାଯାଇଛି ।
ଆଶାକର୍ମୀଙ୍କ ହୃଦ୍ଘାତରେ ପରଲୋକ
|
November 19, 2019 |



