ଆଳୁ-ପିଆଜ ଦର ଉପରେ ସରକାର ନଜର ରଖିଛନ୍ତି : ଯୋଗାଣ ସଚିବ

Spread the love

ଭୁବନେଶ୍ୱର, ୦୯/୦୪ (ସନ୍ଧାନ ନିୟୁଜ) : ରାଜ୍ୟ ସରକାର ଆଳୁ ଓ ପିଆଜ ଦର ଉପରେ ନଜର ରଖିଛନ୍ତି। ଆବଶ୍ୟକତାକୁ ଦୃଷ୍ଟିରେ ରଖି ବାହାର ରାଜ୍ୟରୁ ଆଳୁ ଓ ପିଆଜି ଆମଦାନୀ କରାଯାଉଛି। ଦୋକାନୀମାନେ ଯେପରି ଅଧିକ ଦାମରେ ବିକି ନପାରିବେ ସେଥିପାଇଁ ସରକାର ପଦକ୍ଷେପ ନିଆଯାଇଛି। ଆଜି ଖାଦ୍ୟ ଯୋଗାଣ ସଚିବ ବୀର ବିକ୍ରମ ଯାଦବ ଏହି ସୂଚନା ଦେଇଛନ୍ତି।

ବୁଧବାର ସାମ୍ବାଦିକ ସମ୍ମିଳନୀରେ ସେ କହିଲେ ବିଭାଗୀୟ ମନ୍ତ୍ରୀ ଆମକୁ ସବୁବେଳେ ପରାମର୍ଶ ଦେଉଛନ୍ତି। ଲୋକେ କେମିତି ସରକାରଙ୍କ ଯୋଜାନାରୁ ଉପକୃତ ହେବେ ସେଥିପାଇଁ କାମ କରୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି ଜଣେ ବି ଲୋକ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ନହେବା ଦରକାର। ତେଣୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଅନୁଯାୟୀ କାମ ଚାଲିଛି। ରାଜ୍ୟର ସାଢ଼େ ୪କୋଟି ଲୋକଙ୍କ ସୁରକ୍ଷା ସରକାରଙ୍କ ଦାୟିତ୍ୱ। ତିନି ମାସର ପିଡିଏସ ବଣ୍ଟନ ନେଇ ମୁଖ୍ୟମନ୍ତ୍ରୀଙ୍କ ଠାରୁ ନିର୍ଦେଶ ମିଳିବା ପରେ ୧୯ ମାର୍ଚ୍ଚରୁ କାମ ଆରମ୍ଭ ହୋଇଯାଇଥିଲା। ରାଜ୍ୟରେ ଏବେ ୨୧୭ଟି ଗୋଦାମ ଅଛି। ସେଥିରେ ୧୦୦ରୁ ଅଧିକ କର୍ମଚାରୀ ନୟୋଜିତ ଥିବା ବେଳେ ୧୬ ହଜାର ଶ୍ରମିକ କାମ କରୁଛନ୍ତି। ୩୭୪ ପରିବହନ ସଂସ୍ଥାର ୧୧୦୦ ଗାଡ଼ି ହିତାଧିକାରୀଙ୍କୁ ଚାଉଳ ଯୋଗାଉଛନ୍ତି। ସରକାରଙ୍କ ନିର୍ଦେଶ ଅନୁଯାୟୀ ଗୋଦାମରେ ସାମାଜିକ ଦୂରତା ପାଳନ କରାଯାଉଛି। ସେଥିପାଇଁ ବିତରଣ ପାଇଁ ବେଳେ ବେଳେ ବିଳମ୍ବ ହେଉଛି ବୋଲି ସେ କହିଛନ୍ତି।

Related Posts

About The Author

Add Comment