କଟକ,୯।୪।୨୦୨୪,(ସନ୍ଧାନ ନ୍ୟୁଜ୍) : କଟକ ଅରୁଣଦୋୟ ନଗରସ୍ଥିତ ଆଲ୍ପି ଏଜୁକେସନ୍ ଟ୍ରଷ୍ଟ ଓ ଆଲ୍ପି ଯୁକ୍ତ ଦୁଇ ବିଜ୍ଞାନ ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରକୁ ଓୟୁଏଟିର ବୈଜ୍ଞୋଯନିକ ଡକ୍ଟର ଦେବୀ ପ୍ରସାଦ ଦାସଙ୍କ ଦ୍ବାରା ଉଦ୍ଘାଟିତ ହୋଇଥିଲ। ଉକ୍ତ ଉତ୍ସବରେ ବ୍ୟଙ୍ଗ କବି ଡକ୍ଟର ଧର୍ମଛଡ଼ା, କ୍ରୀଡାବିତ୍ ରବି ଶତପଥୀ ଓ କଟକ ଚୌଦ୍ବାରର ବିଧାୟକ ସୌଭିକ୍ ବିଶ୍ବାଳ ଯୋଗଦେଇଥିଲେ। ଉକ୍ତ ଅନୁଷ୍ଠାନର ମୁଖ୍ୟ ଆକର୍ଷଣ ଥିଲେ କେନ୍ଦ୍ରାପଡ଼ାର ସାଂସଦ ତଥା ଓଲିଉଡ୍ର ସୁପର୍ଷ୍ଟାର୍ ଅନୁଭବ ମହାନ୍ତି। ଶ୍ରୀ ମହାନ୍ତି ଶିବିରରେ ସମସ୍ତ ରକ୍ତଦାତାମାନଙ୍କୁ ରକ୍ତ ଦାନ ପାଇଁ ପ୍ରୋତ୍ସାହିତ କରିବା ସହିତ ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀମାନଙ୍କ ସହିତ ମୂଲ୍ୟବାନ ସମୟ ବିତାଇଥିଲେ। ଉକ୍ତ ଶିବିରକୁ ଅନୁଷ୍ଠାନର ଅଧ୍ୟକ୍ଷ ଡକ୍ଟର ପ୍ରଭାତ ତ୍ରିପାଠୀ, ସଭାପତି ସ୍ବାଗତିକା ମହାପାତ୍ର, ଜଜ୍କିଶୋର ମହାନ୍ତି, ଆଶିଷ କୁମାର ପଢିହାରୀ, ଅଭୟ କୁମାର ଶର୍ମା, ଦୀପକ କୁମାର ମହାନ୍ତି, ଚିତ୍ତରଞ୍ଜନ ମହାପାତ୍ର, ରଶ୍ମିତା ସାହୁ, ଆଡ୍ମିଶନ୍ ନିର୍ଦ୍ଦେଶକ- ଏଚ୍ ବିଶ୍ବାମିତ୍ର, ସୁଶୀଲ କୁମାର ମିଶ୍ର, ଭାଗ୍ୟଧର ସ୍ବାଇଁ ପ୍ରମୁଖ ପରିଚାଳନା କରିଥିଲେ ।
ଆଲ୍ପି ଏଜୁକେସନ୍ ଟ୍ରଷ୍ଟ ଓ ଆଲ୍ପି ଯୁକ୍ତ ଦୁଇବିଜ୍ଞାନ ମହାବିଦ୍ୟାଳୟର ପକ୍ଷରୁ ରକ୍ତଦାନ ଶିବିର
|
April 10, 2024 |
