ଆଲାଏନ୍ସ ଏୟାର: ଭୁବନେଶ୍ୱର – ଝାରସୁଗୁଡ଼ା ବିମାନ ଚଳାଚଳର ଶୁଭାରମ୍ଭ
ଆଲାଏନ୍ସ ଏୟାର: ଭୁବନେଶ୍ୱର – ଝାରସୁଗୁଡ଼ା ବିମାନ ଚଳାଚଳର ଶୁଭାରମ୍ଭ
Manas Kumar Rout |
June 5, 2019 |
ଭୁବନେଶ୍ୱର, ୫/୬ (ସନ୍ଧାନ ନିୟୁଜ) ଭୁବନେଶ୍ୱର – ଝାରସୁଗୁଡା ମଧ୍ୟରେ ଆଜି ବିମାନ ଚଳାଚଳ ଆରମ୍ଭ ହୋଇଛି। ବିମାନ ଚଳାଚଳ ମନ୍ତ୍ରାଳୟର ଯୁଗ୍ମ ସଚିବ ଉଷା ପାଢ଼ୀ ଯୋଗ ଦେଇଥିଲେ। ଆଜି ଭୁବନେଶ୍ୱରରୁ ୭୨ ଜଣ ଯାତ୍ରୀଙ୍କୁ ନେଇ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ଝାରସୁଗୁଡ଼ାରେ ପହଞ୍ଚିଥିଲେ ଯାତ୍ରୀ। ଉଡାଣ ଯୋଜନାରେ ଆଲିଆନ୍ସ ଏୟାର ପକ୍ଷରୁ ଏହି ସେବା ଆରମ୍ଭ ହୋଇଛି। ଉଦଘାଟନୀ କାର୍ଯ୍ୟକ୍ରମରେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ, ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ଯୋଗ ଦେଇ ଶୁଭାରମ୍ଭ କରିଥିଲେ। ଉପସ୍ଥିତ ଅତିଥିମାନେ ଝାରସୁଗୁଡା ବିମାନବନ୍ଦରରେ ଭୁବନେଶ୍ୱରରୁ ଆସିଥିବା ଅତିଥିଙ୍କୁ ସ୍ୱାଗତ କରିଥିଲେ। ସେହିପରି ୫୪ ଜଣ ଯାତ୍ରୀ ଝାରସୁଗୁଡାରୁ ଭୁବନେଶ୍ୱର ଯାଇଥିଲେ।ସେହିପରି ଝାରସୁଗୁଡ଼ାରୁ ରାୟପୁର ମଧ୍ୟରେ ବିମାନ ଚଳାଚଳ କରିବ। ଭୁବନେଶ୍ୱରରୁ ସକାଳ ୯ଟା ୨୫ ମିନିଟରେ ବିମାନ ଉଡ଼ାଣ ଭରିବ। ଝାରସୁଗୁଡ଼ାରେ ପହଞ୍ଚିବ ୧୦ଟା ୩୦ରେ। ଝାରସୁଗୁଡ଼ାରୁ ସକାଳ ୧୦ଟା ୫୫ ମିନିଟରେ ବାହାରି ମଧ୍ୟାହ୍ଣ ୧୨ଟାରେ ଭୁବନେଶ୍ୱରରେ ପହଞ୍ଚିବ। ସେହିପରି ରାୟପୁରରୁ ଅପରାହ୍ଣ ୪ଟାରେ ବିମାନ ଉଡ଼ାଣ କରି ୫ଟା ୫ ମିନିଟରେ ଝାରସୁଗୁଡ଼ାରେ ପହଞ୍ଚିବ। ଝାରସୁଗୁଡ଼ାରୁ ସାଢ଼େ ୫ଟାରେ ବିମାନ ଉଡ଼ାଣ ଆରମ୍ଭ କରିବ। ରାୟପୁରରେ ସନ୍ଧ୍ୟା ୬ଟା ୩୫ ମିନିଟରେ ପହଞ୍ଚିବା ନେଇ ସମୟ ଧାର୍ଯ୍ୟ ହୋଇଛି। ଆଗକୁ ଝାରସୁଗୁଡାରୁ ମୁମ୍ବାଇ, ବେଙ୍ଗାଳୁରୁ ଭଳି ପ୍ରମୁଖ ସହରକୁ ମଧ୍ୟ ଖୁବ୍ଶୀଘ୍ର ବିମାନ ସେବା ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି।
Related Posts
About The Author