ଆର.ଟି.ଓ. କାର୍ଯ୍ୟଳୟ ସମ୍ମୁଖରୁ ବେଆଇନ ଦଲାଲଙ୍କ ପ୍ରକୋଷ୍ଠ ଉଚ୍ଛେଦ

Spread the love

ଚଣ୍ଡିଖୋଲ, ୩/୧୦ (ସନ୍ଧାନ ନିଉଜ/ଏମ ରାଉତ ) -ରାଜ୍ୟସରକାଙ୍କ ସୁପାରିଶ କ୍ରର୍ମେ ସମସ୍ତ ଆର.ଟି.ଓ କାର୍ଯ୍ୟାଳୟ ନିକଟରୁ ବେଆଇନ ଭାବେ ବସିଥିବା ଦଲାଲଙ୍କ ପ୍ରକୋଷ୍ଠ ସହ ଅନ୍ୟସବୁ ଅବରୋଧକୁ ହଟାଇବା ପାଇଁ ନିଦେ୍ର୍ଦଶ ଜାରି କରାଯାଇଥିଲା । ଆଞ୍ଚଳିକ ପରିବହନ କାର୍ଯ୍ୟଳୟରେ ଦଲାଲ ହଟାଓ ଅଭିଯାନ ପରେ ଜବରଦଖଲ ଉଚ୍ଚେଦ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଚଣ୍ଡିଖୋଲ ଆର.ଟି.ଓ କାର୍ଯ୍ୟାଳୟ ନିକଟରେ ଥିବା ସରକାରୀ ଜମିରେ ଜବର ଦଖଲ କରିଥିବା ଦଲାଲଙ୍କ କାର୍ଯ୍ୟାଳୟ ସହ ଅନ୍ୟସମସ୍ତ ଛୋଟ ଛୋଟ ବ୍ୟବସାୟୀଙ୍କ ସଂସ୍ଥା ଗଢି ଉଠିଥିଲା । ଗୁରୁବାର ଦିନ ଯାଜପୁର ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କେଦାରନାଥ ସାହୁ, ସ୍ଥାନୀୟ ଅତିରିକ୍ତ ତହସିଲଦାର ଓ ମୋଟରଯାନ ନିୟନ୍ତ୍ରକ ଅଧିକାରୀଙ୍କ ସହିତ ସମ୍ପୁକ୍ତ ବିଭାଗର କର୍ମଚାରୀ ଓ ପୋଲିସ ଫୋର୍ସ ଉପସ୍ଥିତିରେ ଜବରଦଖଲ ଉଚ୍ଚେଦ କରାଯାଇଥିଲା । ଉଚ୍ଛେଦ ଫଳରେ ଦଲାଲଙ୍କ ପ୍ରକୋଷ୍ଠ ସହ ଛୋଟ ଛୋଟ ବ୍ୟବସାୟ କରିଥିବା ଲୋକମାନଙ୍କ ଦୈନିକ ଗୁଜୁରାଣ ହରାଇବାକୁ ପଡ଼ିଲା । ସରକାରୀ ନିଦେ୍ର୍ଦାନାମା ଅନୁଯାୟୀ କାର୍ଯ୍ୟାଳୟ ନିକଟରୁ ୧୫୦ ମିଟର ଅବଧି ମଧ୍ୟରେ ସରକାରୀ ଜମିକୁ ଅବରୋଧ କରିଥିବା ସମସ୍ତ ନିର୍ମାଣଧିନ ଗୃହକୁ ଉଚ୍ଛେଦ ପାଇଁ ବ୍ୟବସ୍ଥା ରହିଅଛି । କିନ୍ତୁ ଏଠାରେ ଜୈନିକ ବ୍ୟକ୍ତିଙ୍କ ଗ୍ୟାରେଜ ଆଉ କେତେକ ସ୍ଥାୟୀ ଗୃହରେ ଚାଲିଥିବା ବ୍ୟବସାୟୀକ ପ୍ରତିଷ୍ଟାନ ଏବଂ ଆଞ୍ଚଳିକ ଯୁବ ପରିଷଦ ନାମରେ ବିଜୁ ଜନତା ଦଳ କାର୍ଯ୍ୟାଳୟକୁ ଉଚ୍ଚେଦ ପ୍ରକ୍ରିୟାରୁ ବାଦ ଦେବାରୁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ପ୍ରଶାସନିକ ସ୍ତରରେ ଏଭଳି ବ୍ୟବସ୍ଥାକୁ ସାଧାରଣରେ ନିନ୍ଦା କରାଯିବା ସହ ଉଚ୍ଚେଦ ପ୍ରକ୍ରିୟା ସମସ୍ତଙ୍କ ପାଇଁ ସମାନ ଆଧାରରେ କରାଯିବାକୁ ସାଧାରଣରେ ଦାବୀ ହେଉଅଛି ।

Related Posts

About The Author

Add Comment