ଆରୋ ପ୍ଲାନ ଗୁଡିକ ଠିକ ହିସାବ ରେ ଚାଲୁ ନ ଥିବା ଯୋଗୁଁ ଗ୍ରାମ ର ଜନ ସାଧାରଣ ଅଶାନ୍ତି

Spread the love

ବାଲିଶଙ୍କରା,ସନ୍ଧାନ ନିୟୁଜ /ଦୁର୍ଯ୍ୟୋଧନ ଗରଡ଼ିଆ )ବର୍ତ୍ତମାନ ଗ୍ରୀଷ୍ମ ସମୟ ଚାଲିଥିବା ବେଳେ ରାଜ୍ୟ ର କେତେକ ଗ୍ରାମାଞ୍ଚଳ ରେ ଆରୋ ପ୍ଲାନ କରି ପିଇବା ପାଇଁ ପାଣି ର ବ୍ୟବସ୍ଥା କରିଛନ୍ତି l କିନ୍ତୁ ଠିକ ହିସାବ ରେ କେତେକ ଆରୋ ପ୍ଲାନ ଗୁଡିକ ଠିକ ହିସାବ ରେ ଚାଲୁ ନ ଥିବା ଯୋଗୁଁ ଗ୍ରାମ ର ଜନ ସାଧାରଣ ଅଶାନ୍ତି ର ବାତାବରଣ ଦେଖିବାକୁ ମିଳିଛି l ସରକାର ଙ୍କ ପାଖରେ ନା ନା ଦିଗରେ ଖର୍ଚ୍ଚ କରିବା ପାଇଁ ଲକ୍ଷଧିକ ଟଙ୍କା କରିବା ଥିବା ବେଳେ ସେ ଠିକ ସମୟ ରେ ଠିକ ଜାଗା ରେ ଦେଉ ନାହାନ୍ତି l ଯ ଦ୍ୱାରା କେତେକ ଅସୁବିଧା ଗୁଡିକ ସମାଧାନ ହୋଇପାରୁନି l ଆଜି ଆମେ ଗାଁ ପରିକ୍ରମା କରିବା ବେଳେ କୁରେଇ ପଂଚାୟତ ଅନ୍ତର୍ଗତ ଗଇକନ ପାଳି ଗ୍ରାମ ରେ ଦେଖିବାକୁ ପାଇଲୁ କି ଯେ ସେଠାରେ ଏକ ଆରୋ ପ୍ଲାନ ତିଆରି ହୋଇଛି କିନ୍ତୁ କେତେ ମାସ ରୁ ଅକାମି ହୋଇ ପଡିଛି l ସେଠାକାର ସରପଞ୍ଚ ଙ୍କୁ ପଚାରିବାରୁ ସେ କହିଲେ କି ଯେ ମଟର ଟି ଖରାପ ହୋଇଛି l ନୁଆଁ ମଟର ଲଗାଇବାକୁ ପଡିବ l ହେଲେ କେବେ ଏ ମଟର ଲାଗିବ ଆଉ ଏଠାକାର ଲୋକେ ପାଣି ମନ୍ଦାଏ ପାଇପାରିବେ ଦେଖିବାକୁ ରହିଲା l

Related Posts

About The Author

Add Comment