ପୋତା ସ୍ଥାନରୁ ଉଦ୍ଧାର ହେଲା ଶବ,
ପୋଷ୍ଟମୋଷ୍ଟମ ହେବା ପରେ ପକୃତ ତଥ୍ୟ ପଦାକୁ ଆସିବ,
ସାଇଂଟିପିକ ତଦନ୍ତରେ ହେବ ଖୋଳତାଡ
ଯାଜପୁର, ୦୧/୦୬/୨୦୨୧ (ସନ୍ଧାନ ନିୟୁଜ) ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ଆରୁହା ଗ୍ରାମର ମୃତ ଅରୁଣ ଜେନା ଝିଅ ଉପାସନା ଜେନା (୨୫) ଓରଫ ଅମି ଗତ ୨ଦିନ ତଳୁ ଫଙ୍ଖାରେ ଓଢ଼ଣୀ ଲଗାଇ ଆତ୍ୱହତ୍ୟା କରିଥିବାନେଇ ଚର୍ଚ୍ଚା ହୋଇଥିଲା । ପରେ ପରିବାର ଏବଂ ଗ୍ରାମବାସୀଙ୍କ ସହଯୋଗରେ ଶବଟିକୁ ନିଟସ୍ଥଟ ସ୍ଥାନରେ ଗାତ ଖୋଳି ପୋତି ଦେଇଥିଲେ । ଏହାକୁ ନେଇ ପୂର୍ବରୁ ପୋଲିସକୁ କୌଣସି ସୂଚନା ଦେଇନଥିଲେ । ପରେ ପୋଲିସ ଜାଣିପାରି ନିଜ ଆଡୁ ଗତକାଲି ପ୍ରାଥମିକ ତଦନ୍ତ କରିଥିବା ବେଳେ ଆଜି ଧର୍ମଶାଳା ଅତିରିକ୍ତ ତହସିଲଦାର ଶୀତଲ ଅଗ୍ରୱାଲଙ୍କ ମାଜିଷ୍ଟେଟ୍ ଭାବେ ଉପସ୍ଥିତ ରହି ପୋତା ଯାଇଥିବା ସ୍ଥାନକୁ ଜେସିବି ସାହାର୍ଯ୍ୟରେ ଖୋଳି ଶବକୁ ଉଦ୍ଧାର କରି ପୋଷ୍ଟମଟମ ପାଇଁ ପଠାଇଛନ୍ତି । ତେବେ ସମ୍ପୁକ୍ତ ଯୁବତୀ ଜଣଙ୍କ ଜଣେ ଭଲ ପିଲା ହିସାବରେ ଜଣାଶୁଣା ଥିବା ବେସେ ଏଭଳି କାହିଁକି କଲା ତାହାକୁ ନେଇ ଉଠିଛି ବଡ ପ୍ରଶ୍ନ । ଅନ୍ୟ ପଟରେ ଯୁବତୀ ଜଣଙ୍କ ଆତ୍ୱହତ୍ୟା କରିଥିବା ଗ୍ରାମବାସୀ କହୁଥିବା ବେଳେ ପରିବାର ପକ୍ଷରୁ ଜ୍ୱର ହୋଇଥିବା ଏପଂ ବ୍ରେନ୍ ଷ୍ଟ୍ରୋକରେ ମୃତ ହୋଇଥିବା ନେଇ କହିବା କାରଣ କଣ? ଅନ୍ୟ ଏକ ବିଶେଷ ସୁତ୍ରରୁ ଖବର ମୁତାବକ ସମ୍ପୁକ୍ତ ଯୁବତୀ କଲେଜ ସମୟରେ ଜଣକୁ ଭଲ ପାଉଥିଲେ । ପରେ ପଢ଼ାସରିବା ସମୟରେ ନିଜର ସମ୍ପକୟୀୟ କଟକସ୍ଥିତ ମାଉସୀ ଘରେ ଅଧିକ ସମୟ ରହୁଥିବା ବେଳେ ଅନ୍ୟ ସମ୍ପର୍କିିୟଙ୍କ ଘରେ ମଧ୍ୟ ରହୁଥିଲେ । ନିକଟରେ ଚଣ୍ଡିଖୋଲ ସାଇ ନେତ୍ର ମନ୍ଦିରରେ କାର୍ଯ୍ୟ କରିବା ପରେ କିଛି ଦିନ ତଳୁ ସେଠାରୁ ଛାଡି ଦେଇଥିଲେ । ପରେ୩ମାସ ତଳୁ ନିଜର ସମ୍ପର୍କି ବାବୁ ନାମକ ଯୁବକ ସହିତ ପଳାଇ ଯାଇ ବିବାହ କରିଥିବା ନେଇ ତାଙ୍କର ଏକ ଭଲ ବନ୍ଧୁଙ୍କ ସୂଚନା ଦେଇଥିଲେ । ପରେ ପରିବାର ଲୋକ ବୁଝାସୁଝା କରି ସେଠାରୁ ନେଇ ଆସି ପୁଣି ନିଜ ସମ୍ପର୍କିୟ ଘରେ ରହୁଥିବା ବେଳେ ଏହାର କିଛି ଦିନ ତଳେ ଘରକୁ ଫେରିଥିଲେ । ଯେଉଁଦିନ ଯୁବତୀ ଜଣଙ୍କ ମୃତ ବରଣ କରିଥିଲେ ସେହିଦିନ ବି ମାଙ୍କ ସହିତ ବସି ଖାଇବା ପିଇବା କରିଥିଲେ । ପରେ ମା କୌଣସି କାମରେ ବାହାରକୁ ଆସିବା ପରେ ଏପରି ଘଟଣା ଘଟିଥିବା କୁହାଯାଇଛି । ତେବେ ତାଙ୍କ ପ୍ରେମ ସମ୍ପର୍କକୁ ନେଇ ଘରେ ପାଟିତୁଣ୍ଡ ହୋଇଥିବା ନେଇ ମଧ୍ୟ ସାହି ପଡିଶା ପ୍ରକାଶ କରିଛନ୍ତି । ହୁଏତ ଏହିଭଳି ଘଟଣାକୁ ନେଇ ମାନସିକ ଚାପରେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ଗ୍ରମାବସୀ ମତ ଦେଇଛନ୍ତି । କି ଏହା ପଛରେ ଅନ୍ୟ କୌଣସି ଘଟଣା ରହିଛି ତାହା ପୋଲିସ ପକ୍ଷରୁ ସଠିକ୍ ତଦନ୍ତ ହେଲେ ପଦାକୁ ଆସିବ ବୋଲି କୁହାଯାଇଛି । ଆଜିର ଶବ ଉଦ୍ଧାର ସମୟରେ ବହୁ ବରିଷ୍ଠ ପଦାଧିକାରୀ ମାନେ ଉପସ୍ଥିତ ଥିଲେ ।