ପୁରୀ , ୧୨.୦୧.୨୦୨୧(ସନ୍ଧାନ ନିଉଜ୍):- ଚଳିତ ବର୍ଷର ରଥଯାତ୍ରା ପାଇଁ ମଙ୍ଗଳବାରଠାରୁ ପକ୍ରିୟା ଆରମ୍ଭ ହୋଇଛି । ଶ୍ରୀମନ୍ଦିର ପ୍ରଶାସନ କାର୍ଯାଳୟରୁ ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କ ନେତୃତ୍ବରେ ଏକ ୪ଜଣିଆ ଟିମ୍ ନୟାଗଡର ଦଶପଲ୍ଲା ରେଞ୍ଜର ବଡମୂଳର ବଡରାଉଳ ଠାକୁରାଣୀଙ୍କ ମନ୍ଦିରକୁ ଯାତ୍ରା କରିଛନ୍ତି । ଶ୍ରୀମନ୍ଦିରରୁ ମାଳ ମାହାର୍ଦ, ନଡିଆ, ପତନୀ, ସିନ୍ଦୁର ଦୀପ, ନବୈଦ୍ୟ ନେଇ ଯାତ୍ରା କରିଛନ୍ତି । ଏହି ଟିମ୍ ରେ ବରିଷ୍ଠ ତତ୍ତ୍ବାବଧାରକ, ରଥ ଅମିନ, ଭୋଇସେବକ ରହିଛନ୍ତି । ବୁଧବାର ବଡରାଉଳ ଠାକୁରାଣୀ ମନ୍ଦିର ରେ ପୂଜାର୍ଚ୍ଚନା କରାଯିବା । ଠାକୁରାଣୀ ଅନୁମତି ନେଇ ରଥକାଠ ଚିହ୍ନଟ ପକ୍ରିୟା ଆରମ୍ଭ ହେବ। ରଥ ନିର୍ମାଣ ପାଇଁ ୮୬୫କାଠର ଆବଶ୍ୟକତା ରହିଛି। ୬୯ଖଣ୍ଡ କାଠ ବଳକା ରହିଛି । ମୋଟ୍ ୭୯୬ ଖଣ୍ଡ ଅସନ, ଧଉରା ଏବଂ ଫାଶୀ କାଠର ଆବଶ୍ୟକତା ରହିଛି ।
ଆରମ୍ଭ ହେଲା ରଥଯାତ୍ରା ପ୍ରକ୍ରିୟା
|
January 12, 2021 |
![](https://sandhannews.com/wp-content/uploads/2021/01/e-8.jpg)