ଆରମ୍ଭ ହେଲା ବହୁ ପୁରାତନ ପୁରୁଣା ଅମାଙ୍ଗ ମକର ମେଳା

Spread the love

ଢେଙ୍କାନାଳ/ସନ୍ଧାନ ନ୍ୟୁଜ:ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଲକ ଅନ୍ତର୍ଗତ ଅମାଙ୍ଗ ଠାରେ ଐତିହାସିକ ମକର ମେଳା ଆରମ୍ଭ ହୋଇଛି। ଦୀର୍ଘ ବର୍ଷ ଧରି ଏହି ମେଳା ଅନୁଷ୍ଠିତ ହୋଇ ସ୍ଥାନୀୟ ଅଞ୍ଚଳରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ଖଣ୍ଡବନ୍ଧ ଗ୍ରାମ ପଞ୍ଚାୟତ ଅଧୀନ ବ୍ରାହ୍ମଣୀ ନଦୀ କୂଳରେ ଅବସ୍ଥିତ ପୁରୁଣା ଅମାଙ୍ଗ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ଶ୍ରୀ ଶ୍ରୀ ସିଦ୍ଧ ରାମଚଣ୍ଡୀଙ୍କର ପୀଠରେ ଏହି ମେଳା ଚଳିତ ବର୍ଷ ୫୬ ବର୍ଷ ରେ ପଦାର୍ପଣ କରିଛି। ଚଳିତ ମାସ ଏହି ବିଶ୍ଵଶାନ୍ତି ମହାଯଜ୍ଞ ଉତ୍ସବ ଓ ମକର ମେଳା ପୌଷ ମାସ ଶୁକ୍ଲପକ୍ଷ ଦ୍ୱାଦଶୀ ତିଥି ଇଂରାଜୀ ତା ୧୧/୧ ରୁ ଆରମ୍ଭ ହୋଇ ୭ ଦିନ ଧରି ଅନୁଷ୍ଠିତ ହୋଇ ୧୭ ତାରିଖ ରେ ସମାପ୍ତ ହେବ। ମେଳା କମିଟି ପକ୍ଷରୁ ଏହି ପର୍ବ ପାଇଁ ବ୍ୟାପକ ପ୍ରସ୍ତୁତି ଶେଷ ହୋଇଛି। ଚଳିତ ବର୍ଷ ଏହା ବହୁ ଧୁମ୍ ଧାମ୍ ରେ ପାଳିତ ହେଉଛି।, ଲୋକକଥା ଅନୁଯାୟୀ ବ୍ରାହ୍ମଣୀ ନଦୀ କୂଳରେ ମା ରାମ ଚଣ୍ଡୀ କାହିଁ କେତେ କାଳରୁ ପୂଜା ପାଇ ଆସୁଛନ୍ତି। ପ୍ରତ୍ୟେକ ବର୍ଷ ଏହି ମକର ମେଳା ଅନୁଷ୍ଠିତ ହୋଇଥାଏ। ଏହି ମେଳା କୁ ବହୁ ଦୂର ଦୁରାନ୍ତରୁ ସାଧୁ ସନ୍ଥ ମାନେ ଆସିଥାନ୍ତି ଯୋଗ ଦିଅନ୍ତି। ପାଞ୍ଚ ଦିନ ବ୍ୟାପୀ ମାଆଙ୍କର ପୂଜାର୍ଚ୍ଚନା କରାଯାଇଥାଏ ବ୍ରାହ୍ମଣୀ ନଦୀରୁ ଏକ କଳସ ଶୋଭା ଯାତ୍ରା କରି ମନ୍ଦିର ପରିସରରେ ସ୍ଥାପନ କରାଯାଏ।ଏହି ମେଳାକୁ ଦେଖିବାକୁ ଆଖ ପାଖ ଅଞ୍ଚଳରୁ ବହୁ ଲୋକମାନେ ଆସିଥାନ୍ତି। ପଡୋଶୀ ଯାଜପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଭକ୍ତ ମାନଙ୍କୁ ସେଠାରେ ଦେଖିବାକୁ ମିଳେ। ପାଞ୍ଚ ଦିନ ବ୍ୟାପୀ ଏଠାରେ ବିଭିନ୍ନ ପ୍ରକାର ଦୋକାନ ବଜାର ଅସ୍ଥାୟୀ ଭାବରେ ଖୋଲା ରହେ ମିନା ବଜାର ଦୋଳି ଭକ୍ତ ମାନଙ୍କର ମନ ମୋହିଥାଏ।ଏ ବର୍ଷର ବିଶେଷ ଆକର୍ଷଣ ଓଡ଼ିଶାର ବିଗ୍ ବଜେଟ୍ ଯାତ୍ରା ଅନୁଷ୍ଠାନ ଯାତ୍ରା ଦୁର୍ଗା ମନ୍ଦିର ଚାରି ଦିନ ଧରି ତାର ଯାତ୍ରା ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି। ନିହଲ ପ୍ରସାଦ ପୋଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି,,

Related Posts

About The Author

Add Comment