ଆରମ୍ଭ ହେଲା କୁକୁର ଧରା ଅଭିଯାନ

Spread the love
ରାଉରକେଲା, ୨୯/୧/୨୦ (ସନ୍ଧାନ ନିଉଜ) : ସହରରେ ଆତଙ୍କ ଖେଳାଇଛନ୍ତି କୁକୁର । ଫଳରେ ଲୋକେ ଘରୁ ବାହାରିବାକୁ ଡରୁଥିବାବେଳେ ପିଲାମାନେ ସ୍କୁଲ ଯାଉନାହାନ୍ତି। ଦେଖିବାକୁ ଗଲେ ସହରରେ ଏକ ପ୍ରକାର କୋକୁଆ ଭୟ ସୃଷ୍ଟି ହୋଇଛି। 3 ଦିନ ଭିତରେ 300 ଲୋକଙ୍କୁ କାମୁଡି ଖଣ୍ଡିଆ ଖାବରା କରୁଛନ୍ତି ଏହି କୁକୁର ମାନେ । ଯାହାକୁ ନେଇ ମଙ୍ଗଳବାର ରାଉରକେଲା ମହାନଗର ନିଗମ ପକ୍ଷରୁ କୁକୁର ଧରା ଅଭିଯାନ ଆରମ୍ଭ ହୋଇଛି । ତେବେ 2 ଦିନ ଭିତରେ 230 ଲୋକଙ୍କୁ କୁକୁର କାମୁଡା ଇଞ୍ଜେକସନ ଦିଆଯାଇଥିବା ବେଳେ  107 ଲୋକ ଇଞ୍ଜେକସନ ନେଇଥିବା ଜଣାପଡିଛି।
ସରକାରୀ ହସ୍ପିଟାଲର ପବ୍ଲିକ ହେଲଥ ବିଭାଗର ଡାକ୍ତର ରଜତ ସଉଦ୍ବାଲଙ୍କ କହିବାନୁଯାୟୀ, ସହରରେ ଫାଷ୍ଟ ଫୁଡ ଦୋକାନକୁ ଗୋଟିଏ ଜାଗାରେ କରି ଅଇଁଠାକୁ ଏଣେତେଣେ ନ ଫିଙ୍ଗିଲେ କୁକୁରଙ୍କ ଉତ୍ପାତକୁ ରୋକି ହେବ। ତେବେ ଲୁଣର ପ୍ରଭାବରେ ଜୀବଜନ୍ତୁ ମାନେ ହିଂସ୍ର ହୋଇଥାନ୍ତି। ତେଣୁ କୁକୁର ମାନେ ମଧ୍ୟ ସେଥିପାଇଁ ହିଂସ୍ର ହେଉଛନ୍ତି । ଏଥିପାଇଁ ମହାନଗର ନିଗମକୁ ଏହା ଉପରେ ଗୁରୁତ୍ବ ଦେବା ନେଇ ସେ କହିଛନ୍ତି ।

Related Posts

About The Author

Add Comment