ରାଉରକେଲା, ୨୧/୧୨ (ସନ୍ଧାନ ନିୟୁଜ): ରାଉରକେଲା ITDA conference ହଲରେ RPDAC ବୈଠକ ହୋଇଥିଲା । ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଜିଲ୍ଲାପାଳ, ଡିଆଇଜି, ଏଡିଏମଙ୍କ ସମେତ ରାଉରକେଲା ଇସ୍ପାତ କାରଖାନାର ଅଧିକାରୀ ମାନେ ଯୋଗଦେଇଥିଲେ । ଏହି ବୈଠକରେ ସାଂସଦ, ବିଧାୟକ ମାନଙ୍କ ସହିତ ବିସ୍ଥାପିତ ନେତା ମାନେ ମଧ୍ୟ ଯୋଗଦେଇଥିଲେ । ବୈଠକ ଚାଲିଥିବା ବେଳେ ବାହାରେ ବିସ୍ଥାପିତମାନେ ଶୋଭାଯାତ୍ରା କରି ଧାରଣା ଦେଇଥିଲେ । ବିସ୍ଥାପିତ ମାନେ ନାରାବାଜି କରିବା ସହ ‘ଚାକରି ଦିଅ ନଚେତ ଜମି ଫେରାଅ’ ଦାବି କରି ଥିଲେ । ଅନ୍ୟପଟେ ବିସ୍ଥାପିତ ମାନେ ଗତ ବୈଠକରେ ଚାକିରି ପ୍ରଦାନ ସମ୍ପର୍କରେ ହୋଇଥିବା ନିଷ୍ପତ୍ତିକୁ କାର୍ଯ୍ୟକାରୀ ହୋଇନଥିବାରୁ ଅସନ୍ତୋଷ ବୃଦ୍ଧି ପାଇଥିଲା ।
ଆରଏସପି କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ପାଇଁ ବୈଠକ
|
December 22, 2019 |


