ବାଲେଶ୍ଵର ୨୫/୦୭ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ଜଳେଶ୍ଵର ବ୍ଲକ ରାଇବଣିଆ ଥାନା ବ୍ରହ୍ମପୁର ନିକଟରେ ଆରଆଇଙ୍କ ଉପରେ ଟ୍ରାକ୍ଟର ଚଢାଇ ହତ୍ୟା ଉଦ୍ୟମ ହୋଇଛି ତେବେ ଉପସ୍ଥିତ ବୃଦ୍ଧି ଖଟାଇ ଅଲ୍ସକେ ବର୍ତ୍ତି ଯାଇଛନ୍ତି ଓଲମରା ଆରଆଇ ଦିଲୀପ କୁମାର ଚାନ୍ଦ ରାଜସ୍ୱ ଫାଙ୍କି ବେଆଇନଭାବେ ବାଲି ଚାଲାଣ କରୁଥିବା ଟ୍ରାକ୍ଟର ଉପରେ ଓଲମରା ଆରଆଇ ଦିଲୀପ କୁମାର ଚାନ୍ଦ ଧରପଗତ କରିବାକୁ ଯାଇ ଟ୍ରାକ୍ଟରକୁ ପିଛା କରୁଥିବା ବେଳେ ତାଙ୍କୁ ହତ୍ୟା ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି । ଓଲମରା ଆରଆଇ ଆଜି ପୂର୍ବାହ୍ନରେ ଅଫିସକୁ ଯାଉଥିବା ବେଳେ ତିନୋଟି ଟ୍ରାକ୍ଟରରେ ବାଲି ଓ ବାଲିରୁ ବାହାରୁ ଥିବା ଏକ ପ୍ରକାରର ପଥର ଚାଲାଣ ହେଉଥିବା ଦେଖିବାକୁ ପାଇଥିଲେ । ଏହାପରେ ଟ୍ରାକ୍ଟର ଗୁଡିକ ଅଟକାଇବା ସହ କାଗଜପତ୍ର ଯାଞ୍ଚ୍ କରିଥିଲେ । ଯାଞ୍ଚ ସମୟରେ ଟିପି ନଥିବାରୁ ଆରଆଇ ଶ୍ରୀ ଚନ୍ଦ ଆଇନଗତ କାର୍ୟ୍ୟାନୁଷ୍ଠାନ ପାଇଁ ରାଇବଣିଆ ଥାନାକୁ ଟ୍ରାକ୍ଟର ଗୁଡିକ ନେଉଥିବା ବେଳେ ଟ୍ରାକ୍ଟରଗୁଡିକ ଦ୍ରୁତ ଗତିରେ ପଳାଇବାକୁ ଚେଷ୍ଟା କରିଥିଲା। ଓଡି୦୧୧ସି-୨୮୧୨ ନମ୍ବର ଟ୍ରାକ୍ଟରକୁ ରାଜନଗର ପାଟଣା ଗ୍ରାମର ବିଦ୍ୟୁତ ମିଶ୍ର ଚଳାଉଥିବା ବେଳେ ଆରଆଇ ଶ୍ରୀ ଚନ୍ଦ ଟ୍ରାକ୍ଟରର ପିଛା କରିଥିଲେ ଏହି ସମୟରେ ଟ୍ରାକ୍ଟରଚାଳକ ବିଦ୍ୟୁତ ଆରଆଇଙ୍କ ଉପରକୁ ଟ୍ରାକ୍ଟର ଚପାଇ ଦେବାକୁ ଉଦ୍ୟମ କରିଥିବା ବେଳେ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ । ଏନେଇ ଶ୍ରୀ ଚନ୍ଦ ରାଇବଣିଆ ଥାନାକୁ ଜଣାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରାକ୍ଟର ଗୁଡିକ ଥାନାକୁ ଆଣିଛି । ଅନ୍ୟ ଦୁଇଟି ଟ୍ରାକ୍ଟରର ନଂ ଓଡିଠ୧ଟି-୧୧୮୭ଓ ଓଆରଠ୧୯-୬୩୧୦ । ଆରଆଇ ଶ୍ରୀ ଚନ୍ଦ ଏ ନେଇ ରାଇବଣିଆ ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି ।
ଆରଆଇଙ୍କୁ ଟ୍ରାକ୍ଟର ଚଢାଇ ହତ୍ୟା ଉଦ୍ୟମ
|
July 25, 2020 |



