ଆମ ସ୍ୱାଭିମାନ ସ୍ୱଛାସେବୀ ଅନୁଷ୍ଠାନ ତରଫରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର

Spread the love

ଧର୍ମଶାଳା, ୨୮/୧୦ (ସନ୍ଧାନ ନିୟୁଜ)  ଧର୍ମଶାଳା ବ୍ଲକର ହରିଦାସପୁର ଗ୍ରାମ ପଞ୍ଚାୟତ ସୁଭଦ୍ରାପୁର ଗ୍ରାମରେ ଆମ ସ୍ୱାଭିମାନ (The organisation of sosial devlopment) ସ୍ୱଛାସେବୀ ସଂଗଠନ ଏବଂ ମା ବ୍ରାହ୍ମଣୀ ଦେବି ଯୁବକସଂଘ ତରଫରୁ ମାଗଣା ମୋତିଆ ବିନ୍ଦୁ ଚିହ୍ନଟ ସିବିର ଆୟୋଜନ କରାଯାଇଥିଲା। ଏହି ସିବିରରେ ନିକଟବର୍ତ୍ତି ଅଞ୍ଚଳର ପ୍ରାୟ ୮୫ ଜଣ ନିଜର ଆଖି ପରିକ୍ଷା କରାଇଥିଲେ। ଏଥି ମଧ୍ୟରୁ ପ୍ରାୟ ୩୦ ଜଣ ମୋତିଆ ବିନ୍ଦୁ ଚିହ୍ନଟ କରାଯାଇଥିଲା । ସେମାନଙ୍କୁ ଭୂମିକା ହସ୍ପିଟାଲ ତରଫରୁ ମାଗଣା ଚିକିତ୍ସା ବ୍ୟବସ୍ଥା କରାଯିବ। ଏହି ସିବିର ଆୟୋଜନ ପାଇଁ ବଡଚନା ଏବଂ ଧର୍ମଶାଳା ଅଞ୍ଚଳରେ ଡ଼ାକବାଜି ଜନ୍ତ୍ର ସାହାଯ୍ୟରେ ସଚେତନ କରାଯାଇଥିଲା ଏବଂ ନିକଟବର୍ତ୍ତୀ ଗ୍ରାମରେ ଆମ ସ୍ୱାଭିମାନ ସ୍ୱଛାସେବୀ ଅନୁଷ୍ଠାନ ତରଫରୁ ପଥପ୍ରାନ୍ତ ନାଟକ, ସଚେତନତା ସଭା ମାଧ୍ୟମ ରେ ସଚେନତ କରାଯାଇଥିଲା। ଆମ ସ୍ୱାଭିମାନ ସ୍ୱଛାସେବୀ ଅନୁଷ୍ଠାନର ସଭାପତି ସୁଶୀଲ କୁମାର ସାହୁ ଅବଗତକରାଇ ଥିଲେକି , ଏହି ଅନୁଷ୍ଠାନ ବିଗତ ବର୍ଷ ଗୁଡିକରେ ବୃକ୍ଷରୋପଣ, ଶିକ୍ଷାର ବିକାଶ, ସ୍ଵଛତା କାର୍ଯ୍ୟକର୍ମ, ସାଂସ୍କୃତିକ ବିକାଶ, ସ୍ୱାସ୍ଥ ସଚେତନତା ଇତ୍ୟାଦି କଯ୍ୟକର୍ମ ଆୟୋଜନ କରାଯାଏ ଏଥିସହ ସାଧାରଣ ଗ୍ରାମୀଣ ଅଞ୍ଚଳରେ ସ୍ୱାସ୍ଥସେବା ଯୋଗାଇଦେବା ଲକ୍ଷରେ ଏହି ସିବିର ଆୟୋଜନ କରାଯାଇଅଛି । ସୁସିଲ୍ କୁମାର ସାହୁ, ହରିହରସାହୁ, ତନ୍ମୟ ପୃଷ୍ଟି, ଉମେସ ନାୟକ, ସୁରେସ ପ୍ରସାଦ ସାହୁ, ବିଚିତ୍ର ସାହୁ, ପ୍ରଦୀପ କୁମାର ବେହେରା, ମନୋଜ କୁମାର ସାମଲ, ଦେବାଶିଷ ପଣ୍ଡା, ଚନ୍ଦନ ସାହୁ, ରବିନ୍ଦ୍ର ସାହୁ, ଦିପକସାହୁ,ସଞ୍ଜୟ ନାୟକ, ସିବୁ ନାଥ ଆଦି ସ୍ୱେଛାସେବି ମାନକଂ ସହଯୋଗରେ ଉକ୍ତ ସିବିରଟି ସଫଳ ହୋଇଥିଲା। ଭୁମିକା ହସ୍ପିଟାଲ ତରଫରୁ ପିତାମ୍ବର ସେଠି, ରଞ୍ଜନ ଦାଶ, ସବିତା ସାହୁ ପରିଚାଳନା କରିଥିଲେ। ସୁଭଦ୍ରପୁର ଗ୍ରାମର ୱାର୍ଡମେମ୍ବର ଜ୍ୟୋତିପ୍ରଭା ସହୂ, କେଶବ ଚନ୍ଦ୍ର ସାହୁ, ଅରୁଣ କୁମାର ସହୂ, ଚିନ୍ମୟ ପୃଷ୍ଟି, ପ୍ରମୋଦ ପୃଷ୍ଟି, ସନାତନ ସାହୁ, ଅଭୟ ସହୂ, ସୁବାସ ନାୟକ, ବିମଲ ପୃଷ୍ଟି , ସୁଶାନ୍ତ ସାହୁ, ରଞ୍ଜନ ନାୟକ,ରଘୁନାଥ ସାହୁ, ଉଗ୍ରେସନ ନାୟକ ଉପସ୍ଥିତ ରହି ସ୍ୱଛାସେବୀ ମାନଙ୍କୁ ଉଚ୍ଛ।ହିତ କରିଥଲେ ।

Report- Manas Rout

Related Posts

About The Author

Add Comment