ଧର୍ମଶାଳା, : ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ସୁଭଦ୍ରାପୁର ଗ୍ରାମର ‘ଆମ ସ୍ୱାଭିମାନ’ ସ୍ୱେଚ୍ଚାସେବୀ ଅନୁଷ୍ଠାନ ପକ୍ଷରୁ ଗ୍ରାମ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନର ସଦସ୍ୟମାନେ ଗ୍ରାମ ସଫେଇ, ନାଳନର୍ଦ୍ଦମା ସଫେଇ କରିବା ସହିତ ଗ୍ରାମବାସୀଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରିଥିଲେ । ଏହି କାର୍ଯ୍ୟକ୍ରମରେ ସୁଶୀଲ କୁମାର ସାହୁ, ଉମେଶ ନାୟକ, ସୁରେଶ ପ୍ରସାଦ ସାହୁ, ବିଚିତାନନ୍ଦ ସାହୁ, ସଂଜୟ ନାୟକ, ତନ୍ମୟ କୁମାର ପୃଷ୍ଟି , ହରିହର ସାହୁ, ବାସୁଦେବ ସାହୁ, ପ୍ରମୋଦ କୁମାର ପୃଷ୍ଟି, ବ୍ରହ୍ମାନନ୍ଦ ମହାରଣା, ଦୀପକ କୁମାର ସାହୁ, ମଂଟୁ ସାହୁ, ପ୍ରମୁଖ ସାମିଲ ହୋଇଥିଲେ । ପଦ୍ମନାଭ ସାହୁ, ରଘୁନାଥ ସାହୁ, ଗିରିଧାରୀ ସାହୁ ଏବଂ ଛବିନ୍ଦ୍ର ସାହୁ ସଫେଇ କାର୍ଯ୍ୟକ୍ରମରେ ନେତୃତ୍ୱ ନେଇଥିଲେ ।
ଆମ ସ୍ୱାଭିମାନ’ ପକ୍ଷରୁ ଗ୍ରାମ ସଫେଇ
|
October 20, 2019 |



