ଆମ ସ୍ୱାଭିମାନ ଏଵଂ ନିୟୁ ପାରିଜାତ ୟୁଥ୍ କ୍ଲବ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର

Spread the love
ଜେନାପୁର, ୦୫/୦୧ (ସନ୍ଧାନ ନିୟୁଜ୍/ପ୍ରଶାନ୍ତ ସାମଲ) ଧର୍ମଶାଳା ବ୍ଲକ ଅନ୍ତର୍ଗତ ଏଣ୍ଡଳ ଗ୍ରାମ ପଞ୍ଚାୟତ ଅଧିନ କଲାଣ୍ଡ ଗ୍ରାମରେ ଆମ ସ୍ୱାଭିମାନ(The organisation  of sosial devlopment) ସ୍ୱଛାସେବୀ ସଂଗଠନ ଏଵଂ ନିୟୁ ପାରିଜାତ କ୍ଲବ ଆନୁକୂଲ୍ୟରେ ଏକ ମାଗଣା ମୋତିଆ ବିନ୍ଦୁ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଅଛି। ଏହି ସିବିରରେ ନିକଟବର୍ତ୍ତି  ଅଞ୍ଚଳର ପ୍ରାୟ ୮୦ ଜଣ ନିଜର ଆଖି ପରିକ୍ଷା କରାଇଥିଲେ।
 ଏଥି ମଧ୍ୟରୁ ପ୍ରାୟ ୧୦ ଜଣ ମୋତିଆ ବିନ୍ଦୁ ଚିହ୍ନଟ କରାଯାଇଥିଲା। ସେମାନଙ୍କୁ ଭୂମିକା ହସ୍ପିଟାଲ ତରଫରୁ ମାଗଣା ଚିକିତ୍ସା ବ୍ୟବସ୍ଥା କରାଯିବ। ଏହି ସିବିର ଆୟୋଜନ ପାଇଁ  ଧର୍ମଶାଳା ଅଞ୍ଚଳରେ ଡ଼ାକବାଜି ଜନ୍ତ୍ର ସାହାଯ୍ୟରେ ସଚେତନ କରାଯାଇଥିଲା ଏବଂ ନିକଟବର୍ତ୍ତୀ ଗ୍ରାମରେ ଆମ ସ୍ୱାଭିମାନ ସ୍ୱଛାସେବୀ ଅନୁଷ୍ଠାନ ତରଫରୁ ପଥପ୍ରାନ୍ତ ନାଟକ, ସଚେତନତା ସଭା  ମାଧ୍ୟମ ରେ ସଚେନତ କରାଯାଇଥିଲା। ଆମ ସ୍ୱାଭିମାନ ସ୍ୱଛାସେବୀ ଅନୁଷ୍ଠାନର ସଭାପତି ସୁଶୀଲ କୁମାର ସାହୁ ଅବଗତକରାଇ ଥିଲେକି , ଏହି ଅନୁଷ୍ଠାନ ବିଗତ ବର୍ଷ ଗୁଡିକରେ ବୃକ୍ଷରୋପଣ, ଶିକ୍ଷାର ବିକାଶ, ସ୍ଵଛତା କାର୍ଯ୍ୟକର୍ମ, ସାଂସ୍କୃତିକ ବିକାଶ, ସ୍ୱାସ୍ଥ ସଚେତନତା ଇତ୍ୟାଦି କଯ୍ୟକର୍ମ ଆୟୋଜନ କରାଯଇଥିଲା । ଏଥିସହ ସାଧାରଣ ଗ୍ରାମୀଣ ଅଞ୍ଚଳରେ ସ୍ୱାସ୍ଥସେବା ଯୋଗାଇଦେବା ଲକ୍ଷରେ ଏହି ସିବିର ଆୟୋଜନ କରାଯାଇଅଛି । ସୁସିଲ୍ କୁମାର ସାହୁ, ସୁରେସ ପ୍ରସାଦ ସାହୁ,ପାରିଜାତ ୟୁଥ୍ କ୍ଲବ ମୁଖ୍ୟ ସୁଶାନ୍ତ କୁମାର ସାହୂ, ସମୀର ସାହୂ, ବିଚିତ୍ର ସାହୁ, ଦେଭେ ସାହୂ,  ସୁସିଲି କୁମାର ସାହୁ, ଦେବ ସାହୁ, ଶିବୁ ସାହୁ, ଚଗୁଲୁ ସାହୁ ଆଦି ସ୍ୱେଚ୍ଛାସେବୀ ମାନେ ଉପସ୍ଥିତ ରହି ଶିବିର ପରିଚାଳନା ରେ ସହଯୋଗ କରିଥିଲେ

Related Posts

About The Author

Add Comment