ସୁନ୍ଦରଗଡ ତା: ୫/୪/୨୦୨୪( ସନ୍ଧାନ ନ୍ୟୁଜ /ରାଜୁ ପଟେଲ) ଲୋକଙ୍କ ହିତ ପାଇଁ ସରକାର ଅନେକ ଯୋଜନା କରୁଛନ୍ତି ।ମାତ୍ର ଗ୍ରାମାଞ୍ଚଳରେ ତାର ବିପରୀତ ଚିତ୍ର ଦେଖିବାକୁ ମିଳୁଛି ।ଗ୍ରାମାଞ୍ଚଳର ପ୍ରକୃତିରୁ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଆଦାୟ କରୁଥିବା ବେଳେ ସେ ଅଂଚଳର ସରକାରୀ ସ୍ଥମ୍ଭ ଭୁଶୁଡିବାରେ ଲାଗିଛି । ବାଲିସଙ୍କରା ରେଞ୍ଜ ଅନ୍ତର୍ଗତ ସାଗବାହାଲ ସେକ୍ସନରେ ଥିବା ରାଉଳଡେଗା ଡିଭିଜନରେ ଥିବା ଆମ ଫଡ଼ିଘରର କଥା ।ପ୍ରତ୍ୟେକ ବର୍ଷ ସରକାର ଅନେକ ଟଙ୍କାର କାରବାର କରୁଥିବା ସହିତ ଏଥିରେ ଅନେକ ଅଂଚଳରେ ଉନ୍ନତିର କାର୍ଯ୍ୟ ହୋଇସାରିଥିବା ବେଳେ ଆଦିବାସି ଅଞ୍ଚଳ କାରଣରୁ ସୁପ୍ତ ହୋଇ ପଡିଛି ।ଜଣା ପଡୁଛି ଯେପରି ଅନେଜ ବର୍ଷରୁ ଘରର ମରାମତି ହୋଇ ନଥିବା ଚିତ୍ର ମାଧ୍ୟମରେ ସଫା ଦେଖାଯିବା ସହିତ ଅଞ୍ଚଳବାସୀ ପ୍ରକାଶ କରିଛନ୍ତି । ଏହି ଫଡ଼ିଘରରେ ଦୁଇଟି ୟୁନିଟର କେନ୍ଦୁପତ୍ର ରହିଥିବା ବେକେ ଘରର ମରାମତି ନ ହେବା କାରଣରୁ ଅନେକ ପତ୍ର ନଷ୍ଟ ହେଉଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି । ରାଜ୍ୟ ତଥା କେନ୍ଦ୍ର ସରକାର ବିକାଶ କଥା କହୁଥିବା ବେଳେ ବିକାଶ କେତେ ଦୂରରେ ତାହା ଏହି ଚିତ୍ର ମାଧ୍ୟମରେ ଜଣାପଡୁଛି ।ତା ସହିତ ଏହି ଘର ସମ୍ମୁଖରେ ମଦ ବୋତଲ ପଡିରହିବା ଅନେକ ଅନୈତିକ କାର୍ଯ୍ୟକୁ ଇଙ୍ଗିତ କରିଥିବା ବୁଦ୍ଧିଜୀବୀ ମହଲରେ ପ୍ରକାଶ । କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଅଂଚଳରେ ଅସନ୍ତୋଷର ବାତାବରଣ ସୃଷ୍ଟି ହେଉଥିବାର ଜଣାପଡିଛି। ଦେଖିବାକୁ ବାକି ରହିଛି ଗ୍ରାମାଞ୍ଚଳର ବିକାଶ କେବେ ଆଗେଇବ।
ଆମ ଫଡ଼ିଘର ଅନେଜ ବର୍ଷରୁ ଘରର ମରାମତି ହୋଇ ନାହିଁ
|
April 6, 2024 |