ଜେନାପୁର/୦୭.୧୨(ସନ୍ଧାନ ନିଉଜ୍) ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ମଧୁସୂଦନପୁର ଗ୍ରାମରେ ସମତା ଫାଉଣ୍ଡେସନ୍ ଯାଜପୁର ତରଫରୁ ସମ୍ବିଧାନ ପ୍ରଣେତା ବୋଧି ସତ୍ତ୍ୱ ଡାକ୍ତର ଭୀମ ରାଓ ରାମଜୀ ଆମ୍ବେଦକରଙ୍କ ୬୭ତମ ମହାପରି ନିର୍ବାଣ ଦିବସ ବାଲିସାହି ଠାରେ ପାଳିତ ହୋଇ ଯାଇଅଛି। ଉକ୍ତ ସଭାରେ ସମତା ଫାଉଣ୍ଡେସନର ସଭାପତି ଧୀମାନ ଆର୍ତ୍ତତ୍ରାଣ ମଲିକଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ପରିଚାଳନା ହୋଇଥିଲା । ଧୀମାନ ରସାନନ୍ଦ ମଲିକ ଓ ମୁଖ୍ୟ ବକ୍ତା ଓ ଆମନ୍ତ୍ରିତ ଅତିଥିମାନଙ୍କ ଦ୍ୱାରା ବାବା ସାହେବଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇ ପ୍ରଦୀପ ପ୍ରଜ୍ବଳନ କରାଯାଇ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ସଭାରେ ବହୁ ବୁଦ୍ଧିଜୀବୀ ସମାଜସେବୀ ଓ ଛାତ୍ର ଛାତ୍ରୀଙ୍କ ସମେତ ଅନେକ ବୁଦ୍ଧ ଓ ଆମ୍ବେଦକର ବାଦୀ ସଂଗଠନର ପଦାଧିକାରୀ କର୍ମକର୍ତ୍ତା ଓ ସଦସ୍ୟ ସଦସ୍ୟା ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ରଖିଥିଲେ । ବହୁଜନ ସମାଜ କିପରି ବାବା ସାହେବଙ୍କ ବିଚାର ଓ ସମ୍ବିଧାନରେ ପ୍ରଦତ୍ତ ହୋଇଥିବା ମୌଳିକ ଅଧିକାର ହାସଲ କରିବା ଓ ତାଙ୍କ ସ୍ମୃତି କୁ ଆଧାର କରି ଶିକ୍ଷାକୁ ଅଗ୍ରଗତି କରି ଆପଣାଇବା ଉଦ୍ଦେଶ୍ୟରେ ବହୁ ବକ୍ତା ଉପସ୍ଥାପନା କରି ଆଲୋକ ପାତ କରିଥିଲେ । ସେହିପରି ପବିତ୍ର ମଲିକ, ଆରତ ମଲିକ, ଶୁଶା ମଲିକ, ସଂଗଠନ ର ସମ୍ପାଦକ ଧୀମାନ ମଲିକ, ବିଜୟ ମଲିକ , ଅନାମ ଚରଣ ମଲିକ , ଜଟାଧାରୀ ମଲିକ, ରଞ୍ଜନ ମଲିକ, ଚତୁର୍ଭୁଜ ମଲିକ ଓ ଅର୍ଜୁନ ମଲିକ ପ୍ରମୁଖ ଉପସ୍ଥିତ ରହିଥିଲେ । ଶେଷରେ ସଂଗଠନର କାର୍ଯ୍ୟକର୍ତ୍ତା କୃପାସିନ୍ଧୁ ମଲିକ ସମସ୍ତ ସଦସ୍ୟ ସଦସ୍ୟା ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।
ଆମ୍ବେଦକରଙ୍କ ୬୭ତମ ମହାପରିନିର୍ବାଣ ଦିବସ ପାଳିତ
|
December 7, 2023 |
