ଆବାସ ଯୋଜନା ଏବଂ ଭତ୍ତାରୁ ବଞ୍ଚିତ ବୃଦ୍ଧ ଦଶରଥ

Spread the love

ବୈପାରିଗୁଡା,୪/୫ (ସନ୍ଧାନ ନିୟୁଜ) – ଆବାସ ଯୋଜନା ଏବଂ ବୃଦ୍ଧ ଭତ୍ତା ରୁ ବଞ୍ଚିତ ଦଶରଥ ।ସମସ୍ତ ଙ୍କ ପାଇଁ ଛାତ ଘର ନିମିତ୍ତ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ବହୁବିଧ ଯୋଜନା କରୁଥିବା ବେଳେ ଏବେ ସୁଦ୍ଧା ବହୁ ଗରିବ ହିତାଧିକାରୀଙ୍କ ପାଖରେ ପହଞ୍ଚି ପାରୁନଥିବା ଦେଖିବାକୁ ମିଳିଛି ।ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଳକ ଅନ୍ତର୍ଗତ ପେନ୍ଦାପଡ଼ା ପଞ୍ଚାୟତ ର ସିଆଡିମାଳ ଗ୍ରାମର ଦଶରଥ ଗୌଡ଼ ।ବୟସ ୮୦ରୁ ଉର୍ଦ୍ଧ୍ବ ପହଂଚିଲାଣି କିନ୍ତୁ ଏ ପର୍ଯ୍ୟନ୍ତ ବୃଦ୍ଧ ଭତ୍ତା ପାଇବା ମଧ୍ୟ ଦଶରଥ ଙ୍କ ପାଇଁ ସାତ ସପନ ପାଲଟିଛି ।ଏ ନେଇ ବହୁବାର ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତି ଦଶରଥ ।ପ୍ରକାଶ ଯେ, ପରିବାର ର ଦଶରଥ ଙ୍କ ସ୍ତ୍ରୀ ତୁଳାବତୀ ଗୌଡ଼ ମୂଲ ମଜୁରୀ ଲାଗି ବହୁ ଦୁଃଖ କଷ୍ଟରେ ପରିବାର ଚଳାନ୍ତି ।ପରିବାର କହିଲେ ସ୍ବାମୀ ଦଶରଥ ଗୌଡ଼ ଏବଂ ସ୍ତ୍ରୀ ତୁଳାବତୀ ଗୌଡ଼ ।ଆଜକୁ ୪ବର୍ଷ ହେବ କୌଣସି କାରଣ ଯୋଗୁଁ ଦଶରଥ ଙ୍କ ଦୁଇଟି ଆଖି ଖରାପ ହୋଇ ଆଉ ଦିଶୁନାହିଁ ଯାହା ଫଳରେ କି ଚଲାବୁଲା କରିବା ଦଶରଥ ଙ୍କ ପାଇଁ କଷ୍ଟ କର ହୋଇପଡିଛି ।ସ୍ତ୍ରୀ ତୁଳାବତୀ ଗୌଡ଼ କୁଲି ମଜୁରୀ କରି ଯାହା ରୋଜଗାର କରନ୍ତି ସେଥିରେ ପରିବାର ବହୁ କଷ୍ଟରେ ଚଳନ୍ତି ।ଦଶରଥ ଙ୍କ ପାଇଁ ପ୍ରଧାନ ଆବାସ ଗୃହ ଏବଂ ବୃଦ୍ଧ ଭତ୍ତା ସରକାର ଙ୍କ ତରଫରୁ ପ୍ରଦାନ ପାଇଁ ସାଧାରଣ ରେ ଦାବୀ ହେଉଛି ।ସରକାର କିମ୍ବା ପ୍ରଶାସନ ଦଶରଥ ଙ୍କ ଗୁହାରି କେବେ ଶୁଣୁଛନ୍ତି ତାହା ଦେଖିବା ଏବେ ବାକି ରହିଲା ।

ରିପୋର୍ଟ – ସରୋଜ କୁମାର ଲେଙ୍କା ।

Related Posts

About The Author

Add Comment