ଆବର୍ଜନା ମଧ୍ୟରେ ନିର୍ମିତ ପାଣିଟାଙ୍କି ଓ ନବ ନିର୍ମିତ ଯାତ୍ରୀ ବିଶ୍ରାମଗାର

Spread the love

ଚଣ୍ଡିଖୋଲ, ୧୬/୦୬ (ସନ୍ଧାନ ନିୟୁଜ) ଯାଜପୁର ଜିଲ୍ଲାର ପ୍ରମୁଖ ଚଣ୍ଡିଖୋଲ ଛକ । ଏଠାରେ ବ୍ୟବସାୟୀକ କେନ୍ଦ୍ର୍ର ଯୋଗୁ ଯାତାୟତ ପାଇଁ ଯାତ୍ରୀମାନଙ୍କ ସଂଖ୍ୟା ବଢ଼ି ଚାଲିଛି । ଚଣ୍ଡିଖୋଲ ଛକ ମଧ୍ୟରେ ୧୬ନମ୍ବର ୫୩ନମ୍ବର ଜାତୀୟ ରାଜପଥର କେନ୍ଦ୍ରସ୍ଥଳ । ବସଯାତ୍ରୀ ମାନଙ୍କ ସୁବିଧା ପାଇଁ ଚଣ୍ଡିଖୋଲ ଛକଠାରେ ୧୬ନମ୍ବର ଜାତୀୟ ରାଜପଥର ଉଭୟ ପାଶ୍ୱର୍ରେ ଯାତ୍ରୀ ବିଶ୍ରାମଗାର ବଡଚଣା ବ୍ଲକ ପକ୍ଷରୁ କରାଯାଇଛି । ଜାତୀୟ ରାଜପଥ ଉଭୟ ପାଶ୍ୱର୍ରେ ବସ ଯାତାୟତ ପାଇଁ ରାସ୍ତା ମଧ୍ୟ କରାଯାଇଛି । ଦେଖିବାକୁ ମିଳୁଛି ଯେ ସେହି ରାସ୍ତାରେ ପରିବା ବଜାର ଓ ଅନ୍ୟ ସମାଗ୍ରୀ ବିକ୍ରି କରିବା ପାଇଁ ବ୍ୟବସାୟ ଚାଲୁ ରହିଅଛି । ପ୍ରଥମେ ଯେଉଁ ଦୁଇଟି ଯାତ୍ରୀ ବିଶ୍ରାମଗାର କରାଯାଇଥିଲା ସେଠାରେ ଯାତ୍ରୀ ମାନେ ବସୁନହାନ୍ତି । ପରବର୍ତ୍ତୀ ଅବସ୍ଥାରେ ଚଣ୍ଡିଖୋଲରୁ କଟକ ଯିବା ରାସ୍ତାରେ ଯାଜପୁର ସାଂସଦଙ୍କ ଆର୍ଥିକ ସହାୟତାରେ ୪ଲକ୍ଷ ଟଙ୍କାରେ ଯାତ୍ରୀ ବିଶ୍ରାମଗାର କରାଯାଇଛି । ସେଥିରେ ମଧ୍ୟ ଯାତ୍ରୀ ମାନେ ବସି ରହୁଥିବାର ଦେଖାଯାଉନାହିଁ । ସେଠାରେ ଗୋରୁ କୁକୁର ଶୋଇବାରେ ଦେଖାଯାଏ । ଚଣ୍ଡିଖୋଲ ବଜାର ଉପରେ ପାନୀୟ ଜଳର ସୁବିଧା ପାଇଁ ସାଂସଦ ତାଙ୍କ ପାଣ୍ଠିରୁ ୭ଲକ୍ଷ ଟଙ୍କାର ଅର୍ଥ ରାଶିଦେଇ ପାଣି ଟାଙ୍କି ଏବଂ ବୋରୱେଲ କରିଛନ୍ତି । ନଳକୂପରୁ ପାଣି ବାହାର କରି ଉପର ଟାଙ୍କୀରେ ପାଣି ରଖିବା ପାଇଁ ସୋଲାର ସଂଯୋଗ ମଧ୍ୟ କରଯାଇଛି । ଦେଖିବାକୁ ମିଳେ ଯେଉଁ ଆବର୍ଜନା ପୂଣ୍ଣ ଅଂଚଳରେ ଏହିପରି ସୁବିଧା କରାଯାଇଛି ତାହା ଯାତ୍ରୀ ମାନଙ୍କ ସୁବିଧାରେ ଲାଗିପାରିବ ନାହିଁ ବୋଲି ସନ୍ଦେହ ସୃଷ୍ଟି କରିଛି । ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବସ ରହଣୀ ସ୍ଥାନରେ ପରିବା ବଜାର କରି ମହାସୁଲ ଆଦାୟ କରାଯାଉଛି ବଡଚଣା ବ୍ଲକ ପକ୍ଷରୁ ବୋଲି ସାଧରଣରେ ଅଭିଯୋଗ ହେଉଛି । ଚଣ୍ଡିଖୋଲରେ ସୌନ୍ଦର୍ଯ୍ୟ ଓ ଯାତ୍ରୀ ମାନଙ୍କ ସୁବିଧା ପାଇଁ ଯାଜପୁର ଜିଲ୍ଲା ପ୍ରଶାସନ ନିକଟରେ ସାଧରଣ ଲୋକେ ଦାବି କରିଛନ୍ତି ।

Related Posts

About The Author

Add Comment