ଆନ୍ତର୍ଜାତୀୟ ମହିଳା ଦିବସ ରେ ଭାରତୀୟ ଏକାଡେମୀ ଟ୍ରଷ୍ଟ ଜାରକା ଶାଖା ପକ୍ଷରୁ ସିଲେଇ ଶିକ୍ଷା କେନ୍ଦ୍ର ଉଦ୍ଘାଟନ

Spread the love
ଯାଜପୁର/ ୦୯/୦୩ (ସନ୍ଧାନ ନିଉଜ୍/ପ୍ରଶାନ୍ତ ସାମଲ) : ରସୁଲପୁର ବ୍ଲକ ଅନ୍ତର୍ଗତ ଦନେଇପୁର ଠାରେ “ଆନ୍ତର୍ଜାତୀୟ ମହିଳା ଦିବସ“ ଉପଲକ୍ଷେ ଭାରତୀୟ ଏକାଡେ଼ମୀ ଟ୍ରଷ୍ଟ ,ଜାରକା ଶାଖା ତରଫରୁ ଏକ ସିଲେଇ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟନ  ହୋଇଯାଇଛି । ଟ୍ରଷ୍ଟ ର ଅଧ୍ୟକ୍ଷ ବରିଷ୍ଠ ସମାଜସେବୀ,ସାମ୍ବାଦିକ ,ସୁନାମଧନ୍ୟ ସ୍ତମ୍ଭାକାର ଡ଼ା ପ୍ରଭାସ ଆଚାର୍ଯ୍ୟ ଙ୍କ  ନିର୍ଦ୍ଧେଶ ଏବଂ ରସୁଲପୁର ବି .ଡ଼ି .ଓ ଶ୍ରୀ ଉମାକାନ୍ତ ପରିଡା ଙ୍କ ସ୍ୱୀକୃତି କ୍ରମେ ଏହି ପ୍ରଶିକ୍ଷଣ କେନ୍ଦ୍ର କୁ କବାଟବନ୍ଧ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ର ମୁଖ୍ୟ ଡ଼ାକ୍ତର ତଥା ଯୁବ ସମାଜସେବୀ ରୋଟାରୀଆନ ଶ୍ରୀ ନିହାର ରଞ୍ଜନ କର ଆନୁଷ୍ଠାନିକ ଭାବେ ଫିତା କାଟି ଉଦଘାଟନ କରିଥିଲେ । ଏହି କେନ୍ଦ୍ରରେ ୨୦ ଜଣ ମହିଳା  ଓ ଯୁବତୀ ସିଲେଇ ଶିକ୍ଷା ଗ୍ରହଣ କରିବାର ବ୍ୟବସ୍ଥା କରାଯାଇଥିବାର ଟ୍ରଷ୍ଟର ଜିଲ୍ଲା ସଂଯୋଜିକା ତଥା ଧର୍ମଶାଳା ଅଂଚଳ ର ଜଣାଶୁଣା ବରିଷ୍ଠ ସମାଜସେବୀ ଶ୍ରୀମତୀ ଲକ୍ଷ୍ମୀ ଖମାରି ଜଣାଇଛନ୍ତି  ।ଗ୍ରାମାଞ୍ଚଳରେ ବସବାସ କରୁଥିବା ଯୁବତୀ ଓ ମହିଳା ମାନେ କିପରି ସ୍ୱାବଲମ୍ବୀ ତଥା ଆତ୍ମ ନିର୍ଭରଶୀଳ ହୋଇପାରିବେ ସେଥିପାଇଁ ଭାରତୀୟ ଏକାଡେମୀ ଟ୍ରଷ୍ଟ ନିରନ୍ତର ପ୍ରୟାସ ଚଳାଇଛି ବୋଲି ଶ୍ରୀମତୀ ଖମାରି ତାଙ୍କ ପ୍ରତିକ୍ରୟା ରେ ଦର୍ଶାଇ ଥିଲେ । ଏହି କାର୍ଯ୍ୟକ୍ରମ ରେ ଦନେଇପୁର ଗ୍ରାମ ର ମହିଳା ,ପୁରୁଷ ଏବଂ ଛାତ୍ର ଛାତ୍ରୀ ମାନେ ବିଭିନ୍ନ ମୌଳିକ ସମସ୍ୟା ବିଷୟରେ ଟ୍ରଷ୍ଟ ର ଜିଲ୍ଲା ସଂଯୋଜିକା ଶ୍ରୀମତୀ ଖମାରି ,ବରିଷ୍ଠ ସଦସ୍ୟ ସମାଜସେବୀ  ପ୍ରଫୁଲ୍ଲ ରାଉତ ,ନମିତା ପୃଷ୍ଟି ,ମମତା ମିଶ୍ର ,ଅଞ୍ଜନା ପରିଡା ,ଡ଼ା କ୍ଷୀରୋଦ ମାହାପାତ୍ର ,ରବୀନ୍ଦ୍ର ସେନାପତି ଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ । ଲୋକ ମାନଙ୍କର ସମସ୍ୟା ଗୁଡିକୁ ଟ୍ରଷ୍ଟ ର ଅଧ୍ୟକ୍ଷ ଡ଼ା ପ୍ରଭାସ ଆଚାର୍ଯ୍ୟ ଏବଂ ରସୁଲପୁର ର ବି .ଡ଼ି ଓ ମହୋଦୟ ଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ସେବା ଯୋଗାଇ ଦେବା ପାଇଁ ଶ୍ରୀମତୀ ଖମାରି ପ୍ରତିଶୃତି ଦେଇଥିଲେ ।ପ୍ରଥମ କରି ସିଲେଇ କେନ୍ଦ୍ର ଏହି ଗ୍ରାମ ରେ ପ୍ରତିଷ୍ଠା ହୋଇଥିବାରୁ ଗ୍ରାମବାସୀ ମାନେ ଖୁସି ପ୍ରକଟ କରିବା ସହ ଟ୍ରଷ୍ଟ ର ସଦସ୍ୟ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଯାଜପୁର ଜିଲ୍ଳା ର ସୁନାମଧନ୍ୟ ଯୁବ ଡ଼ାକ୍ତର ଶ୍ରୀ ନିହାର ରଞ୍ଜନ କର ଉପସ୍ଥିତ ଗ୍ରାମବାସୀ ମାନଙ୍କୁ ବିଭିନ୍ନ ସ୍ୱାସ୍ଥ୍ୟ ସମ୍ପର୍କିତ ଉପଦେଶ ଦେବା ସହ ନିକଟ ଭବିଷ୍ୟତରେ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟମେଳା ଉକ୍ତ ଗ୍ରାମରେ କରିବା ପାଇଁ ପ୍ରତିଶୃତି ଦେଇଥିଲେ ।

Related Posts

About The Author

Add Comment