ଆନ୍ତର୍ଜାତୀୟ ଓଡିଶା ନୃତ୍ୟ ମହୋତ୍ସବ: ପ୍ରଶଂସା ସାଉଁଟିଲା ଫୁଲବାଣୀ ନଟରାଜ କଳାମନ୍ଦିର

Spread the love

କନ୍ଧମାଳ, ୦୪/୦୧/୨୧ (ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ) : ଭୁବନେଶ୍ବରରେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗତ ୨୬ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଆନ୍ତର୍ଜାତୀୟ ଓଡିଶୀ ନୃତ୍ୟ ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଉତ୍କଳ ରଙ୍ଗମଞ୍ଚରେ ଅନୁଷ୍ଠିତ ନୃତ୍ୟ ମହୋତ୍ସବ ରେ ଦେଶ ଓ ବିଦେଶରୁ ବହୁ ନୃତ୍ୟ ଅନୁଷ୍ଠାନ ସାମିଲ ହୋଇଥିଲେ। କନ୍ଧମାଳ ଜିଲ୍ଲାରୁ ଏକ ମାତ୍ର ଫୁଲବାଣୀ ନଟରାଜ କଳାମନ୍ଦିର ନୃତ୍ୟ ଅନୁଷ୍ଠାନ ନୃତ୍ୟ ମହୋତ୍ସବରେ ଭାଗ ନେଇଥିଲା।ଅନୁଷ୍ଠାନର ମୁଖ୍ୟ ନୃତ୍ୟଗୁରୁ ବିନୋଦ ସାହୁଙ୍କ ସଂଯୋଜନାରେ କଳାକାର ମାନେ ସୁନ୍ଦର ଓ ଆକର୍ଷଣୀୟ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ। ଦର୍ଶକମାନନଙ୍କୁ ନୃତ୍ୟ ବେଶ ମନକୁ ଛୁଇଁଥିଲା। କରତାଳି ନେଇ କଳାକାରମାନଙ୍କୁ ପ୍ରଶଂସାରେ ଉଜାଡି ଦେଇଥିଲେ ଦର୍ଶକ। ଆଉ ବିଶିଷ୍ଠ ନୃତ୍ୟ ଗୁରୁ ଏବଂ ଉପସ୍ଥିତ ଅନ୍ୟମାନେ ବି ଅନୁଷ୍ଠାନର ମୁଖ୍ୟ ଶ୍ରୀସାହୁଙ୍କୁ ଖୁବ ପ୍ରଶଂସା କରିଥିଲେ। ଆନ୍ତର୍ଜାତୀୟ ଓଡିଶୀ ନୃତ୍ୟ ମହୋତ୍ସବରେ ଭାଗ ନେବା ଗୌରବର କଥା। କନ୍ଧମାଳବାସୀଙ୍କ ଭଲ ପାଇବା ଯୋଗୁ ଏହା ସମ୍ଭବ ହୋଇ ପାରିଛି। ଆଗାମୀ ଦିନରେ ବି ରାଜ୍ୟ,ଦେଶ ଓ ବିଦେଶରେ ନୃତ୍ୟ କ୍ଷେତ୍ରରେ କନ୍ଧମାଳ ପାଇଁ ଗୌରବ ଆଣିବାକୁ ଚେଷ୍ଠା ଜାରି ରହିବ ବୋଲି ଶ୍ରୀ ସାହୁ କହିଛନ୍ତି।

Related Posts

About The Author

Add Comment