ଆନ୍ତର୍ଜାତିକ ପ୍ରତିଯୋଗିତାରେ ରାଇରଙ୍ଗପୁରର ପୁଅ ସୁଦେବଙ୍କ ଟିମ୍‌ ସଫଳତା

Spread the love

ରାଇରଙ୍ଗପୁର, 26.11.2020 (ଲିଙ୍ଗରାଜ ପଣ୍ଡା): ଆନ୍ତର୍ଜାତିକ ‘ଜେନେଟିକ୍ ଇନଜିୟରିଂମେସିନ୍ ସଂସ୍ଥା ଦ୍ବାରା ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଶ୍ବସ୍ତରୀୟ ‘ସିଛେଟିକ୍ ବାୟୋଲୋଜି ପ୍ରତିଯୋଗିତ। ଅନୁଷ୍ଠିତ ହୋଇଛି ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଓଡ଼ିଶାର ବ୍ରହ୍ମପୁରସ୍ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ, ଏଜୁକେସନ୍ ଆଣ୍ଡରିସର୍ଚ (ଆଇଜର)ର ଏକ  ଟିମ୍ ପ୍ରସ୍ତୁତ କରିଥିବା ପ୍ରକଳ୍ପ ଏଫ୍ଆରଏପିପିଇ’ ପ୍ରଥମ ପୁରସ୍କାର ସ୍ବରୂପ ସ୍ଵପଦକ ହାସଲ କରିଛି। ଏଡିସ୍ ମଶା ଦ୍ବାରା ବ୍ୟାପୁଥିବା ଡେଙ୍ଗୁ ଜ୍ବରର  ଔଷଧ ପ୍ରସ୍ତୁତିରେ ତଥା ମଣିଷ ଶରୀରରେ ଭୂତାଣୁ ସଂକ୍ରମଣ ଓ ପ୍ରୋଟିନ୍‌ର ପରିବର୍ତ୍ତନ ରୋକିବା ଦିଗରେ କେଉଁ ଔଷଧ ଉପଯୋଗୀ ହେବ, ତାହା ଜାଣିବାରେ ‘ଏଆର୍‌ଏପିପିଇ’ ସହାୟକ ହୋଇପାରିବ ବୋଲି କୁହାଯାଇଛି। ଆଇଜରର ନିର୍ଦ୍ଦେଶକ କେଭିଆର୍ ଚାରିଙ୍କ  ମାର୍ଗଦର୍ଶନରେ ଏବଂ ସହକାରୀ  ପ୍ରଫେସର ଆର୍ସେଲଭିତଥା ସନ୍ଦୀପ ଚାଟାର୍ଜୀଙ୍କ ତତ୍ତ୍ଵାବଧାନରେ ପ୍ରସ୍ତୁତ ଏହି ପ୍ରକଳ୍ପର ଟିରେ ଗୋକୁଲ ଭାସ୍କରନ, ‘ହରିଶ ସେନାପତି, ସୁକଣ୍ଠା ଚକ୍ରବର୍ତ୍ତୀ, ବିନାୟକ ଶିବ, ଚିତ୍ରକ ଭୌମିକ, ଦୀପଜ୍ୟୋତି ଶତପଥୀ, ଗୋକୁଲ ମାଧବ, ଜ୍ଞାନରଞ୍ଜନ ପରିଡ଼ା, ନିହାର ବର୍ମା, ତିନିଷ୍ଟା ଭଟ୍ଟାଚାର୍ଯ୍ୟ, ଅବିନାଶ ପାତ୍ର, କେ ରାୟ ଚକ୍ରବର୍ତ୍ତୀ, ପ୍ରଚିତୀ ଭିଟ୍ଟଲ, ସୟାନ୍ତନୀ ବିଶ୍ବାସ ଓ ସୁଦେବ ପ୍ରଧାନ ପ୍ରମୁଖ ଛାତ୍ରଛାତ୍ରୀ ସାମିଲ ଥିଲେ। । ତେବେ ଟିରେ ଥିବା ସୁଦେବ ପ୍ରଧାନ ହେଉଛନ୍ତି ମୟୁରଭ୍ୟଜଜିଲ୍ଲା ରାଇରଙ୍ଗପୁର ସହରର  ଜଣାଶୁଣା  ହୋମିଓପ୍ୟାଥିକ୍ ଡାକ୍ତର ମନା ପ୍ରଧାନଙ୍କ ପୁଆ ଯିଏ ରାଇରଙ୍ଗପୁର କେପିଏରେ ଅଧ୍ୟୟନ କରିଛନ୍ତି। ଉଲ୍ଲେଖ ଥାଉ କି ପ୍ରତିଯୋଗିତାରେ ୩୬ଟି ଦେଶରୁ  ଆସିଥିବା ମୋଟ ୨୯ଟି ଟିମ୍‌ର ପ୍ରାୟ ୬ ହଜାର ଛାତ୍ରଛାତ୍ରୀ ତଥା ଗବେଷକ ଉକ୍ତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।

 

Related Posts

About The Author

Add Comment