ବାଲିଗୁଡା,୨୪/୮/୨୩(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ପରିସରରେ ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଆୟୋଜିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭାରତୀୟ ଷ୍ଟେଟ ବ୍ୟାଙ୍କର ମୁଖ୍ୟ ପରିଚାଳକ ମାନସ କୁମାର କୁଣ୍ଡୁ , ପୂର୍ବତନ ସେନା କର୍ମଚାରୀ ପ୍ରଫୁଲ୍ଲ କୁମାର ଦିଗାଳ, ଯୁବ ରେଡକ୍ରସ୍ କନ୍ଧମାଳ ଜିଲ୍ଲା ସଂଯୋଜକ ଡ଼.ବିଭୂତି ଭୂଷଣ ଆଚାର୍ଯ୍ୟ, ଯୋଜନା ଅଧିକାରୀ ଅଧିକାରୀ ଅରୁନ୍ଧତୀ ପ୍ରଧାନ ପିଇଟି ଗଙ୍ଗାଧର ପଣ୍ଡା, ଅଧ୍ୟାପକ ହିମାଂଶୁ ଚରଣ ସାହୁ, ଯୁବ ରେଡକ୍ରସ୍ ସଂଯୋଜକ ଦଣ୍ଡପାଣି ଭୂୟାଁ ଙ୍କ ସମେତ ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ରହି ମୋ ଦେଶ ମୋ ମାଟି ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।
ଆଦିବାସୀ ମହାବିଦ୍ୟାଳୟରେ ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମ
|
August 26, 2023 |



