ବାରିପଦା, 29.11.2020 (ଲିଙ୍ଗରାଜ ପଣ୍ଡା)-ରାଷ୍ଟ୍ରୀୟ ସ୍ତରରେ ଆଦିବାସୀଙ୍କ ସମସ୍ୟା ସହିତ ବିଭିନ୍ନ ଦାବି ନେଇ ସମଗ୍ର ଭାରତବର୍ଷରେ ଆଜି ଏକଦିବସୀୟ ରାଲି ଆୟୋଜିତ ହେଉଥିବା ପରିପ୍ରେକ୍ଷୀରେ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦର ମୟୁରଭଞ୍ଜ ଶାଖା ପକ୍ଷରୁ ଏକ ରାଲି ସ୍ଥାନୀୟ ପାଲବଣୀ ଫୁଟବଲ ପଡ଼ିଆଠାରୁ ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟଠାରେ ପହଞ୍ଚିଥିଲା ଏବଂ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲା ପ୍ରଶାସନ ଜରିଆରେ ୭ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ମୟୂରଭଞ୍ଜର ସଂଯୋଜକ ଶ୍ୟାମସୁନ୍ଦର ମୁମ୍ଭ ଓ ସହସଂଯୋଜକ ଭାଦୁରାମ ସୋରେନଙ୍କ ଦ୍ବାରା ପ୍ରଦାନ କରାଯାଇଛି । ଦାବିଗୁଡିକ ମଧ୍ୟରେ ସମ୍ବିଧାନରେ ଆଦିବାସୀଙ୍କୁ ସ୍ବୟଂଶାସନ ବ୍ୟବସ୍ଥା ଦେବା ପାଇଁ ‘ଜନଜାତି ମନ୍ତ୍ରଣା ପରିଷଦର ପ୍ରାବଧାନ ଅନୁଯାୟୀ ପରିଷଦ ଅଧ୍ୟକ୍ଷ ଜଣେ ଆଦିବାସୀ ରହିବେ, କିନ୍ତୁ କିଛି ରାଜ୍ୟରେ ଜନଜାତି ମନ୍ତ୍ରଣା ପରିଷଦର ଅଧ୍ୟକ୍ଷ ଅଣଆଦିବାସୀଙ୍କୁ ମନୋନୀତ କରାଯାଉଥିବାର ଅସମିଧାନିକ; ଅନୁସୂଚିତ ଜନଜାତି ପାଇଁ ସମଧାନର ଅନୁସୂଚୀ ୨୪୪(୧), ୫ମ ଓ ୬ଷ୍ଠା ଅନୁସୂଚୀକୁ କାର୍ଯ୍ୟକାରୀ କରିବା ପାଇଁ ରାଷ୍ଟ୍ରପତି କାର୍ଯ୍ୟାଳୟରୁ ଅଧାଦେଶ ଜାରି କରାଯାଉ; ଭାରତ ସମ୍ବିଧାନର ଅନୁଚ୍ଛେଦ ୨୫ରୁ ୩୦ରେ ଧାର୍ମିକ ସ୍ବତନ୍ତ୍ରତା ବାବଦରେ ଉଲ୍ଲେଖ ରହିଥିଲେ ସୁଦ୍ଧା ତାହାକୁ ଉନ୍ନୀଘନ କରାଯାଇ ଆଦିବାସୀଙ୍କୁ ଜୋରଜବରଦସ୍ତ ହିନ୍ଦୁକରଣ କରାଯାଉଥିବା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ କରାଯାଉ; ୨୦୨୧ ଜନଗଣନାରେ ସାର୍ମା କୋର୍ଡକୁ କେନ୍ଦ୍ର ସରକାରଙ୍କ ଦ୍ବାରା ଲାଗୁ କରାଯାଉ; ହାତୀ ଅଭୟାରଣ୍ୟ, ବ୍ୟାଘ୍ର ଅଭୟାରଣ୍ୟ ଓ ହରିଣ ଅଭୟାରଣ୍ୟ ନାମରେ ଏକ ଏନଜିଓ ସଂସ୍ଥାର ପିଟିସନ ଯୋଗୁଁ ୨୦୧୯ ଫେବୃଆରୀ ୧୩ ତାରିଖରେ ୨୨ ଲକ୍ଷ ଆଦିବାସୀଙ୍କୁ ବେଦଖଲ କରି ବନ୍ୟଜନ୍ତୁଙ୍କ ପାଇଁ ରହିବାର ପ୍ରକଳ୍ପ କରାଯାଉଥିବାରୁ ସମିଧାନର ୫ମ ଓ ୬ଷ୍ଠ ଅନୁସୂଚୀକୁ ବିରୋଧ କରୁଥିବାର ୧ ଏହି ରାୟକୁ ତୁରନ୍ତ ବାତିଲ କରାଯାଉ; ଅ ବହୁକାଳରୁ ଆଦିବାସୀମାନେ ଜୀବନଜୀବିକା ପାଇଁ ଜଙ୍ଗଲ ଉପରେ ନିର୍ଭର କରି ଆସିଥିବା ବେଳେ ଜଙ୍ଗଲ ସଂରକ୍ଷଣ ନାମରେ ଜଙ୍ଗଲକୁ ବେସରକାରୀ ସଂସ୍ଥାକୁ ହସ୍ତାନ୍ତର ପ୍ରକ୍ରିୟାରୁ ନିବୃତ୍ତ । ରହିବା ପାଇଁ ଦାବି ଏବଂ ନିରକ୍ଷର ଆଦିବାସୀମାନେ ପ୍ରଭାବିତ ହେବାର ସମ୍ଭାବନା ଥିବାରୁ ଏନଆରସି, ଏନପିଆର, ସିଏ ଆଇନକୁ ସରକାରଙ୍କ ପକ୍ଷରୁ ପ୍ରତ୍ୟାହାର କରାଯାଉ ଆଦି ଦାବିମାନ ଅନ୍ତର୍ଭୁକ୍ତ । ଏହା ପରେ ସ୍ଥାନୀୟ ରୋଟାରୀ କ୍ଲବଠାରେ ଅନୁଷ୍ଠିତ କାର୍ଯ୍ୟକର୍ତ୍ତାମାନଙ୍କର ଏକ ବୈଠକରେ ମୁଖ୍ୟ ଅତିଥିଭାବେ ପୂର୍ବତନ ସାଂସଦ ରାମଚନ୍ଦ୍ର ହାଁସଦା ଯୋଗ ଦେଇ ଆଦିବାସୀମାନଙ୍କର ଯୁବଉପଯୋଗୀ କାର୍ଯ୍ୟକ୍ରମ ଗ୍ରହଣ କରାଯିବାକୁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥିଭାବେ ଅଧାପକ ଗୋପବନ୍ଧୁ, ପୂର୍ଣ୍ଣଚନ୍ଦ୍ର ସିଂ, ମୋହନ ବାସ୍କ, ସୁଚିତ୍ରା ସୋରେନ, ସରସ୍ବତୀ ସିଂ, ସୁନାରମ ସିଂ, ରାମହରି ମୁର୍ମ, ସିରଷ ଟୁଡୁ, ବିଶ୍ୱନାଥ ହେମ୍ନମ, କରମଜିତ ସିଂ, ମାଧବ ଚନ୍ଦ୍ର ସୋରେନ, ରବୀନ୍ଦ୍ର ସିଂ, ଅଜୟ ସିଂ, କରନାଥ ହେମ୍ରମ, ତ୍ରିଲୋଚନ ମାଝି ପ୍ରମୁଖ ବକ୍ତବ୍ୟ ଦେଇ ମୂଲ୍ୟବାନ ପରାମର୍ଶମାନ ଦେଇଥିଲେ ଏହି ବୈଠକକୁ ଭାରତୀୟ ବିଦ୍ୟାର୍ଥୀ ମୋର୍ଚ୍ଚାର ସାଧାରଣ ସଂୟାଦକ ବାଜି ସିଂ ପରିଚାଳନା କରିଥିବା ବେଳେ ପାରାଉ ମୁମୁଁ ଧନ୍ୟବାଦ ଦେଇଥିଲେ ।