ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ ଓ ନବୀନ ଓଡ଼ିଶା ସାଂସ୍କୃତିକ ପ୍ରତିଯୋଗିତା

Spread the love
ବାଲିଗୁଡା,୧୪/୧୨.(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକାଦଶ ଦ୍ଵାଦଶ ଶ୍ରେଣୀ ଛାତ୍ର ଛାତ୍ରୀମାନେ ନୂଆ ଓ ନବୀନ ଓଡ଼ିଶା ସାଂସ୍କୃତିକ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରହ୍ଲାଦ ଖୋସ୍ଲା ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଥିବା ବେଳେ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି, ସମନ୍ଵୟ ଅଧିକାରୀ ଡ଼.ବିଭୂତି ଭୂଷଣ ଆଚାର୍ଯ୍ୟ, ସଂଯୋଜକ ଅଧ୍ୟାପକ ହିମାଂଶୁଚରଣ ସାହୁ, ଅରୁନ୍ଧତୀ ପ୍ରଧାନ, ଅଧ୍ୟାପକ ଶିବ ମାଝୀ, ଅଧ୍ୟାପକ ଦଣ୍ଡପାଣି ଭୂୟାଁ, ଅଧ୍ୟାପକ ଦୁଷ୍ମନ୍ତ କୁମାର ଶବର ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ।ସ୍ଵେଚ୍ଛାସେବୀ ମାନେ ଏକକ ଅଭିନୟ , କଣ୍ଠ ସଙ୍ଗୀତ, ସମବେତ ଓ ଏକକ ନୃତ୍ୟ ପ୍ରଦର୍ଶନ ନାଟକ ମଞ୍ଚସ୍ଥ କରିଥିଲେ। ବିଚାରକ ମଣ୍ଡଳୀ ସୂଚାରୁ ରୂପେ ମୂଲ୍ୟାୟନ କରିଥିଲେ।

Related Posts

About The Author

Add Comment