ଆଦିବାସୀ ଅଞ୍ଚଳରେ ଶୁଖିଲା ଖାଦ୍ୟ ବାଣ୍ଟିଲେ ସମ୍ଭବ ଚାରି ଟେବୁଲୁ ଟ୍ରଷ୍ଟ

Spread the love

ଯାଜପୁର,୨୭/୦୪ (ସନ୍ଧାନ ନିଉଜ) ସମଗ୍ର ବିଶ୍ୱରେ ଦିନକୁ ଦିନ କରୋନା ଭୁତାଣୁ ସଂକ୍ରମଣ କାୟା ବିସ୍ତାର କରି ସୃଷ୍ଟି କରିଛି ଏକ ଭୟଙ୍କର ବାତାବରଣ ।ଏହାକୁ ନେଇ ଖୁବ ଆତଙ୍କିତ ହୋଇ ପଡିଛନ୍ତି ଓଡ଼ିଶବାସୀ ଏହାକୁ ଶତପ୍ରତିଶତ ପ୍ରତିହତ କରିବା ନିର୍ମିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ  ସମ ୟାନ୍ତରରେ ଘନଘନ ସମୀକ୍ଷା କରାଯାଇ ଜାରିକରାଯାଇଛି । କୋଭିଡ୍  ୧୯ ସଂକ୍ରାନ୍ତ କଡ଼ା ନିର୍ଦ୍ଦେଶା ନାମା  ଏହା ଛଡ଼ା ତାଲା ବନ୍ଦ ପୂର୍ବକ ରାଜ୍ୟ ଓ ଦେଶର ସୀମାକୁ ବନ୍ଦ କରାଯାଇ ପ୍ରତି ମୁହୂର୍ତ୍ତରେ ବିଭିନ୍ନ ଅଂଚଳରେ କୋଣେ ଅନୁ କୋଣେ  ଚାଲିଛି ଜନ ସଚେତନତା କାର୍ଯ୍ୟକ୍ରମ । ଏପରି ଘଡ଼ି ସନ୍ଧି ଓ ଦୁର୍ଦିନ ସମୟରେ ଏହା ମୁଖ୍ୟତଃ ସାମାଜିକ ଓ ଆର୍ଥିକ ଖେତ୍ରକୁ ପ୍ରଭାବିତ କରୁଥିବାବେଳେ ଅସହାୟମାନଙ୍କ ପାଇଁ ମଧ୍ୟ ଖାଦ୍ୟ ଅଭାବ ଜନିତ ଏକ ଗୁରୁତର ସମସ୍ୟା ସୃଷ୍ଟି କରିଛି ।ଏହାକୁ ପ୍ରାଧାନ୍ୟ ଦେଇ ଦିନ ଦୁଖୀଙ୍କ ମୁହଁରେ ସର୍ବଦା ହସ ଫୁଟେଇବା ସହ ସେମାନଙ୍କୁ ଯଥା ସମ୍ଭବ ଆହାର ଜନିତ ସହାୟତା ଯୋଗାଇ ଦେବା ନିର୍ମିତ ଆଗେଇ ଆସିଛି ସମ୍ଭବ ଚାରି ଟେବୁଲୁ ଟ୍ରଷ୍ଟ ,ଯାଜପୁର ଜିଲ୍ଲାର ବଡ଼ଚଣା ସ୍ଥିତ ହାଟ ସାହିରେ ୩୦ ରୁ ଉର୍ଦ୍ଧ ଆଦିବାସୀ ପରିବାରକୁ ଶୁଖିଲା ଖାଦ୍ୟ ଚୁଡା, ଚିନି, ବିସ୍କୁଟ,ଆଳୁ, ସାବୁନୁ,ବଣ୍ଟନ କରିବା ସହ ସେମାନଙ୍କୁ ଆମେ କରୋନା କବଳରୁ କିପରି ମୁକୁଳିବା ସେହି ବିଷୟ ସଚେତନତା କରାଇଥିଲେ ।ଏହି କାର୍ଯ୍ୟକ୍ରମରେ ଚାରି ଟେବୁଲୁ ଟ୍ରଷ୍ଟର ସମ୍ପାଦିକା ଓ ପ୍ରତିଷ୍ଠାତା ଦିବ୍ୟାଙ୍ଗ ମହିଳା ପ୍ରମିଳାଙ୍କ ସହିତ ଟ୍ରଷ୍ଟର ସଦସ୍ୟ ଲିଜା, ପିଣ୍ଟୁ ସହଯୋଗ କରିଥିଲେ ।

//Report- P Samal//

Related Posts

About The Author

Add Comment