ଆଦିତ୍ୟ ମୃତ୍ୟୁ ଘଟଣା : ଦୁଶ୍ଚିନ୍ତାରେ ଚିନ୍ମୟୀଙ୍କ ପରିବାର

Spread the love

ବାଲେଶ୍ଵର, ୯/୯(ସନ୍ଧାନ ନ୍ୟୁଜ୍/ଲିଙ୍ଗରାଜ ପଣ୍ଡା) : 6 ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଥିବା ବେଳେ ବିବାହଘେରକୁ ଟାଣିହୋଇ ଯାଇଛନ୍ତି ବାଲେଶ୍ବରର ଯୁବତୀ ଚିନ୍ମୟୀ ମହାପାତ୍ର ବିଭିନ୍ନ । ବୈଦ୍ୟୁତିକ ଗଣମାଧ୍ୟମ ଲାଇଭ କାର୍ଯ୍ୟକ୍ରମରେ ବସାଇ ତାଙ୍କୁ ଯେଉଁଭଳି ଆଖ୍ୟା ଦିଆଦିଆଉଛି, ଅବାନ୍ତର ପ୍ରଶ୍ନ ପଚରାଯାଉଛି ଏବଂ ତାଙ୍କ ଚରିତ୍ର ଉପରେ ପ୍ରଶ୍ନ କରାଯାଇ ଆଦିତ୍ୟଙ୍କ ମୃତ୍ୟୁ ମାମଲାରେ ନାଁ ଯୋଡ଼ି ଅଯଥା ମିଡ଼ିଆ ଟ୍ରାଏଲ କରାଯାଉଛି ସେଥିରେ ସେ ଓ ତାଙ୍କ ପରିବାର ଘୋର ମାନସିକ ଆଘାତ ପାଇଛନ୍ତି। ଏହାକୁ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଇଛି। ଆଦିତ୍ୟ ଦାସଙ୍କ ରହସ୍ୟପୂର୍ଣ୍ଣ ମୃତ୍ୟୁ ଘଟଣାକୋର୍ଟରେ ବିଚାରାଧୀନ ରହିଥିବା ବେଳେ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ବି ଚାଲିଛି। ଏହି ସମୟରେଚିନ୍ମୟୀଙ୍କ ନାଁ ହଠାତ୍ ସାମ୍ନାକୁ ଆସିଥିବା ବେଳେ ଆଦିତ୍ୟଙ୍କ ମୃତ୍ୟୁ ଘଟଣାରେ ତାଙ୍କର କୌଣସି ସମ୍ପର୍କ ନଥିବା ସ୍ପଷ୍ଟ କରିଛନ୍ତି। ସାଧାରଣତଃ ଏହିଭଳି ଘଟଣା ଗୁଡ଼ିକରେ ଯେଉଁମାନଙ୍କର ନାଁ ଆସିଥାଏ କିମ୍ବା ସରି ଥାଏ ସେମାନେ । ନିଜକୁ ସୁରକ୍ଷା ଦେବା ଲାଗି ଖସିଯିବାକୁ ଚେଷ୍ଟା କରିଥିବାର ନଜିର ରହିଛି । ଯେହେତୁ ଆଦିତ୍ୟଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା ସେଥିପାଇଁ ତାଙ୍କ ସାମ୍ନାକୁ ଆସିବା ପରେ ଆଦିତ୍ୟଙ୍କ ମୃତ୍ୟୁରେ ତାଙ୍କର କୌଣସି ନଥିବା ମାନିବା ସହ ତଦନ୍ତରେ ଯଦି ତାଙ୍କ ସହଯୋଗ ଆବଶ୍ୟକ ପଡ଼ିବ ସେ ସେଥିପାଇଁ ପ୍ରସ୍ତୁତ ଥିବା କହିଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି, ଆଦିତ୍ୟଙ୍କ ମୃତ୍ୟୁ ଘଟଣାରେ ଚିନ୍ମୟୀଙ୍କ ନାଁ ପ୍ରବେଶ କରାଇବା ପଛରେ କିଏ ? ହଠାତ୍ କାହିଁକି ତାଙ୍କ ନାଁକୁ ନେଇ ଏତେ ଚର୍ଚ୍ଚା ଆଲୋଚନା ଆରମ୍ଭ ହେଲା । ଆଦିତ୍ୟଙ୍କ ମୃତ୍ୟୁ ମାମଲାର ତଦନ୍ତ ପ୍ରକ୍ରିୟାକୁ ବାଟବଣା କରିବା ପାଇଁ ଏପରି ଷଡ଼ଯନ୍ତ୍ର କରାଯାଇନି ତ ? ଏଥିରେ ତାଙ୍କର କୌଣସି ପ୍ରକାର ପକ୍ଷଭୁକ୍ତ ନଥିବା ବେଳେ କିଛି ବୈଦ୍ୟୁତିକ ଗଣମାଧ୍ୟମ ତାଙ୍କୁ ନେଇ ମିଡ଼ିଆ ଟ୍ରାଏଲ ଆରମ୍ଭ କରିଥିବା ଦେଖିବାକୁ ମିଳିଛି । ଲାଇଭ କାର୍ଯ୍ୟକ୍ରମରେ ଅଯଥାରେ ଆଦିତ୍ୟଙ୍କ ସହ ଯୋଡ଼ି ଯାହା ପ୍ରଶ୍ନ ପଚରାଯାଉଛି ସେ ତାର ଉତ୍ତର ରଖୁଛନ୍ତି । କିନ୍ତୁ ଅବାନ୍ତର ଓ ଅପ୍ରୀତିକର B, ପ୍ରଶ୍ନ ପଚାରି ତାଙ୍କୁ ଏବଂ ବ୍ୟତିବ୍ୟସ୍ତ କରୁଛନ୍ତି । ଓ ଏହାସହିତ ବିସ୍ମିତ ଦାସ ନାମଧାରୀ ବାଲେଶ୍ବରର Y ଜଣେ ଯୁବକ ମଧ୍ୟ ଚିନ୍ମୟୀଙ୍କୁ ଏଥିରେ ଅଧିକ ବିତର୍କିତ ଏବଂ ବିବାଦୀୟ କରିବା ସହ ତାଙ୍କ ପରିବାରକୁ ବଦନାମ କରିବା କେତେଦୂର  ସମୀଚୀନ ତାହା ନିଶ୍ଚିତଭାବେ ବିଚାରଯୋଗ୍ୟ। ଏହି ଘଟଣା ପରେ ଖଇରା ଅଞ୍ଚଳରେ ଚିନ୍ମୟୀ । ପରିବାରର ବାବଦରେ କୌଣସି କଥା ଗୋପନୀୟ ହୋଇ ରହିନାହିଁ। ସେ ଜଣେ ଉଚ୍ଚ ଶିକ୍ଷିତା । ତାଙ୍କର ତିନି ଭଉଣୀ ଥିବାବେଳେ କିଛିବର୍ଷ ପୂର୍ବରୁ ତାଙ୍କର ଜଣେ ଭଉଣୀଙ୍କର ଗ୍ୟାସ୍ ସିଲିଣ୍ଡର ଫାଟି ଦେହାନ୍ତ ହୋଇଛି । କିଛିମାସ ପୂର୍ବରୁ ତାଙ୍କ ବାପାଙ୍କର ମଧ୍ୟ ଦୁଃଖଦ ମୃତ୍ୟୁ ହୋଇଛି। ଘରେ ବିଧବା ମା’ଙ୍କ ସହ ଆର୍ଥିକ ଦୁଃସ୍ଥିତି ଓ ମାନସିକ ଅବସାଦ ମଧ୍ୟରେ ଦିନ ବିତୁଥିବା ବେଳେ ଯଦି କୌଣସି ଦୁର୍ବଳ ମୁହୁରେ ଆଦିତ୍ୟଙ୍କ , ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା ତେବେ ତାହା କଣ ଏକ ଗୁରୁତର ଅପରାଧ। ଗଣମାଧ୍ୟମରେ ଚିନ୍ମୟୀଙ୍କୁ ଯେଉଁଭଳି ଅବାନ୍ତର ପ୍ରଶ୍ନ କରାଯାଉଛି ଏବଂ ତାଙ୍କୁ ସାଇକୋ ଲେଡି ବୋଲି ସିଧାସଳଖ ଆରୋପ ଲଗାଯାଉଛି ସେଥିରେ ତାଙ୍କ ପରିବାର ସମ୍ପୂର୍ଣ୍ଣ ଭାବରେ ଏକ ମାନସିକ ଦୁଃସ୍ଥିତି ଭିତରକୁ ଚାଲିଯାଇଛି। ଏବେ ସୋସିଆଲ ମିଡିଆରେ ଏହାକୁ ନେଇ ନାନା ପ୍ରଶ୍ନ ଉଠିଲାଣି! ଚିନ୍ମୟୀଙ୍କ ସପକ୍ଷରେ କିଛି ମତ ରଖୁଥିବାବେଳେ ଘଟଣାକୁ ଅଯଥା ବିବାଦକୁ ଆଣିଥିବା ବିସ୍ମିତ ଦାସ ନାମକ ସମ୍ପୃକ୍ତ ଯୁବକ ଓ ଗଣମାଧ୍ୟମକୁ ତୀବ୍ର ସମାଲୋଚନା କରାଯାଉଥିବା ଦେଖିବାକୁ ମିଳିଛି ।

Related Posts

About The Author

Add Comment