ଆତ୍ମ ନିଯୁକ୍ତି କ୍ଷେତ୍ରରେ ସୁକନ୍ୟା ଦୃଷ୍ଟାନ୍ତ ହେବ ଉଦଘାଟିତ ହେଲା ସୁକନ୍ୟା ରେଡିମେଡ ଗାର୍ମେଣ୍ଟ

Spread the love

ଯାଜପୁର, ୨୧/୦୪/୨୧ (ସନ୍ଧାନ ନିଉଜ) : ମଣିଷ ବଂଚି ରହିବା ପାଇଁ ସର୍ବନିମ୍ନ ଆବଶ୍ୟକତା ପୂରଣ କରିବାରେ ସହାୟକ ହେବା ହିଁ ସମାଜେସେବା । ଏ କ୍ଷେତ୍ରରେ ଯାଜପୁର ଜିଲ୍ଲା ଧର୍ମଶାଳାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସୁକନ୍ୟା ଉଲ୍ଲେଖନୀୟ କାର୍ଯ୍ୟ କରିଛି । ଆଗାମୀ ଦିନରେ ସୁକନ୍ୟା ଆତ୍ମ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଏକ ଦୃଷ୍ଟାନ୍ତ ହେବ ବୋଲି ଜାରକାରେ ସୁକନ୍ୟା ରେଡିମେଡ ଗାର୍ମେଣ୍ଟ ଉଦଘାଟନ କରି ବି.ଜେ.ଡି ଯୁକନେତା ତଥା ବରିଷ୍ଠ ସାମ୍ବାଦିକ ସତୀଶ ବିଶ୍ୱାଳ ମତ ପ୍ରକାଶ କରିଛନ୍ତି । ଏହି ଅବସରରେ ବୁଧବାର ରାମ ନବମୀରେ ଅନୁଷ୍ଠିତ ଉଦଘାଟନ ଉସôବରେ ସତୀଶ କହିଥିଲେ ଯେ, ଦୀର୍ଘବର୍ଷ ହେଲା ସୁକନ୍ୟା ସମାଜସେବା କ୍ଷେତ୍ରରେ ନିଷ୍ଠା ଏବଂ ଅଙ୍ଗୀକାରବଦ୍ଧତାର ଏକ ସଂକେତ ହୋଇଛି । ଚକ୍ଷୁ ନଥିବା ଗରୀବ ମାନଙ୍କୁ ଚକ୍ଷୁଦାନ ଠାରୁ ବିଭିନ୍ନ ପ୍ରକାର ସେବା ପ୍ରଦାନରେ ସୁକନ୍ୟାର ସୁନାମ ରହିଛି । ଏବେ କରୋନା ମହାବିପତ୍ତି ସମୟରେ ଗ୍ରାମାଂଚଳରେ ଆତ୍ମ ନିଯୁକ୍ତି ଅତ୍ୟାବଶୀକ ହୋଇ ପଡିଛି । ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଗ୍ରାମାଂଚଳରେ ଆତ୍ମ ନିଯୁକ୍ତିକୁ ଗୁରୁତ୍ୱ ଦେଇଛନ୍ତି । ଏଥିପାଇଁ ସୁକନ୍ୟା ତରଫରୁ ଜାରକାରେ ଏକ ରେଡିମେଡ ଗାର୍ମେଣ୍ଟ କରାଯାଇ ବହୁ ବେକାର ଯୁବକ ଓ ଯୁବତୀଙ୍କୁ ଆତ୍ମ ନିଯୁକ୍ତି ପ୍ରଦାନ ପାଇଁ ଉଦ୍ୟମ ସ୍ୱାଗତଯୋଗ୍ୟ ବୋଲି କହିଛନ୍ତି । ଏଥିରେ ଗୋକର୍ଣ୍ଣିକାର ସଂପାଦକ ତଥା ବରିଷ୍ଠ ସାମ୍ବାଦିକ ରମାକାନ୍ତ ଜେନା, ଯାଜପୁର ଲେଖକ ସମ୍ମିଳନୀର ସଭାପତି ଡଃ ରୁଦ୍ର ନାରାୟଣ ପୃଷ୍ଟି, ଆଜିର ଆହ୍ୱାନର ସଂପାଦକ ମାନସ ରଂଜନ ଜେନା, ଜାରକା ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ତଥା ସୁସାହିତି୍ୟକା ଡ଼ ଇନ୍ଦୁପ୍ରଭା ସାମଲ, ଆଇ.ବି.ଏନ ଓଡିଶାର ସଂପାଦକ ସଂଜୟ କୁମାର ମିଶ୍ର,ଅଧ୍ୟାପିକା ତଥା ଲେଖିକା ଡ଼ ଚନ୍ଦ୍ରକଳା ନାୟକ, ପ୍ରମୁଖ ଯୋଗ ଦେଇ ଅନୁଷ୍ଠାନର ଉତୋରତର ଉନ୍ନତି କାମନା କରିବା ସହ ଅନୁଷ୍ଠାନର ସଭାପତି ଓ ସଂପାଦିକାଙ୍କ ଜନହତିକର ଓ ମହତ୍ୱପୂର୍ଣ୍ଣ କାର୍ଯ୍ୟଧାରାକୁ ପ୍ରଶଂସା କରିଥିଲେ । ଗ୍ରାମାଚଂଳରେ ମହିଳା ମାନଙ୍କ ପୋଷାକ କ୍ଷେତ୍ରରେ ଯାବତୀୟ ଆବଶ୍ୟକତା ସୁଲଭ ମୂଲ୍ୟରେ ପ୍ରଦାନ କ୍ଷେତ୍ରରେ ଏହି ଗାର୍ମେଣ୍ଟ ଯୋଗାଇ ପାରିଲେ ଅନେକ ବେକାର ଯୁବକ ଯୁବତୀ ଆତ୍ମ ନିଯୁକ୍ତି ପାଇ ସ୍ୱାବଲମ୍ବୀ ହୋଇ ପାରିବେ ବୋଲି ଉପସ୍ଥିତ ଅତିଥିମାନେ ମତ ପ୍ରକାଶ କରିଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ କାର୍ତ୍ତିକ ସ୍ୱାଇଁ, ତୁଷାର ଖୁଣ୍ଟିଆ, ରାକେଶ ବେହେରା, ମାନସ ବିଶ୍ୱାଳ, ବିକାଶ ବାରିକ, ପ୍ରଦୀପ ମହାନ୍ତି, ଅଂଶୁମାନ ରଥ ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ସଭାପତି ଅଜୟ ବାରିକ ସ୍ୱାଗତ ଭାଷଣ ଏବଂ ସଂପାଦିକ ରଂଜିତା ବାରିକ ଧନ୍ୟବାଦ ପ୍ରଦାନ କରିଥିଲେ ।

Related Posts

About The Author

Add Comment