ପୁରୀ, ୭/୫ (ସନ୍ଧାନ ନିୟୁଜ) ଶ୍ରୀମନ୍ଦିରରୁ ଆଜ୍ଞା ମାଳ ଆସିବା ପରେ ରାଜଗୁରୁ ପୂଜା କରିବା ପରେ ମହାରଣା ସେବାୟତ ରଥ କାଠ ଅନୁକୂଳ କରିଥାନ୍ତି। ତେବେ ବାତ୍ୟା ‘ଫୋନି’ରେ ପୁରୀ ଧ୍ୱସ୍ତ ବିଧ୍ୱସ୍ତ ହୋଇଥିବାରୁ ଆଜିର ରଥ ଅନୁକୂଳକୁ ନିରାଡ଼ମ୍ବର କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି।
ଏହାସହ ଆଜିଠାରୁ ତିନି ଦିଅଁଙ୍କ ଚନ୍ଦନ ଯାତ୍ରା ମଧ୍ୟ ଆରମ୍ଭ ହେଉଛି। ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ପଞ୍ଚ ମହାଦେବଙ୍କ ସହ ନରେନ୍ଦ୍ର ପୋଖରୀରେ ଚାପ ଖେଳିବେ। ଏଥିପାଇଁ ପୋଖରୀରେ ରହିଥିବା ନନ୍ଦା ଓ ଭଦ୍ରା ଡଙ୍ଗାକୁ ସଜା ଯାଇଛି। ମହାପ୍ରଭୁ ନରେନ୍ଦ୍ରରେ ୨୧ ଦିନ ଧରି ବାହାର ଚାପ ଖେଳିବା ପରେ ପୁଣି ୨୧ ଦିନ ପାଇଁ ଶ୍ରୀମନ୍ଦିରରେ ଭିତର ଚାପ ଖେଳିବେ।