ଆଜି କ୍ରାନ୍ତି ଦିବସ ରେ ନିଶା ମୁକ୍ତ ଗାଁ ଗଠନ ପାଇଁ ଆହ୍ୱାନ

Spread the love

ଧର୍ମଶାଳା, ୯/୮ (ସନ୍ଧାନ ନିୟୁଜ) ଆଜି କ୍ରାନ୍ତି ଦିବସ ରେ ନିଶା ମୁକ୍ତ ଗାଁ ଗଠନ ପାଇଁ ଆହ୍ୱାନ। ପ୍ରଗତି ସ୍ବେଚ୍ଛାସେବୀ ସଂଗଠନ ଓ ଉତ୍କଳ ସର୍ଵଦୟ ମଣ୍ଡଳ ପଖ ରୁ ଜାରକା ଠାରେ କ୍ରାନ୍ତି ଦିବସ ଓ ଗାନ୍ଧୀ150 ପାଳନ ତ୍ରିନାଥ ମନ୍ଦିର ପରିସର ରେ ଅନୁଷ୍ଠିତ ହୋଇଥିଲା। ସଭାପତି କାହ୍ନୁ ଚରଣ ଦାସ ଙ୍କ ଦ୍ଵାରା ଅନୁଷ୍ଠିତ ସଭା ରେ ସର୍ବୋଦୟ ମଣ୍ଡଳ ସଭାପତି କୈଳାସ ସାହୁ ମୁଖ୍ୟ ଅତିଥି, ସମ୍ମାନୀୟ ଅତିଥି ଭାବରେ ରମାକାନ୍ତ ମଣ୍ଡଳ, ବିଶ୍ୱଜିତ ମହାନ୍ତି, ରବୀନ୍ଦ୍ର ଧୀର, ମୁଖ୍ୟ ବକ୍ତା ଭାବରେ ଚିନ୍ମୟ ମିଶ୍ର, ବକ୍ତା ଭାବରେ ନିରୋଜ ସେଠି, ଇନ୍ଦୁମତି ସାହୁ ଓ ଅତିଥି ମାନସ ରାଉତ ପ୍ରମୁଖ ଯୋଗ ଦେଇ ନିଶା ମୁକ୍ତ ଓ କ୍ରାନ୍ତି ଦିବସ ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ରେ ଅଖିଳ କୁମାର ସ୍ୱାଇଁ, ଈଶ୍ୱର ପ୍ରଧାନ, ଧୀରେନ ନାୟକ, ବିଜୟ ନାୟକ ମିହିର ଖୁଣ୍ଟିଆ, ଶଙ୍କର ଦାସ, ଅମୁଲ୍ୟ ଭୂୟାଁ, ବସନ୍ତ ପରିଡା, ନୃସିଂହ ମିଶ୍ର କିପିଳେନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିଥିଲେ। ଦେଵବ୍ରତ ରାଉତ ଅତିଥି ପରିଚୟ ଓ ସୂଚନା ପ୍ରଦାନ କରିଥିଲେ ଓ ବଳରାମ ଦାସ ଧନ୍ୟବାଦ ଦେଇଥିଲେ

REPORT- ANITA BEHERA

Related Posts

About The Author

Add Comment