ଆଜିର ତେଲଦର : ପେଟ୍ରୋଲ ୨୧ ପଇସା, ଡିଜେଲ ୧୯ ପଇସା କମିଲା

Spread the love

ନୂଆଦିଲ୍ଲୀ,  ୪/୧୧(ସନ୍ଧାନ ନିୟୁଜ) : ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ଅବ୍ୟାହତ ରହିଛି । ଆଜି ପେଟ୍ରୋଲ ଲିଟର ପିଛା ୨୧ ପଇସା ଓ ଡିଜେଲ ୧୯ ପଇସା ହ୍ରାସ ପାଇଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ହ୍ରାସ ପାଇବା ଏହି ଦର ହ୍ରାସର କାରଣ ବୋଲି କୁହାଯାଉଛି । ଆଜିର ଏହି ହ୍ରାସ ପରେ ଆଜି ଦିଲ୍ଲୀରେ ପେଟ୍ରୋଲ ଦର ଟ.୭୮.୭୮ ଓ ଡିଜେଲ ଦର ଲିଟର ପିଛା ଟ.୭୩.୩୬ ରେ ପହଞ୍ଚିଛି ବୋଲି ଇଣ୍ଡିଆନ ଅଏଲ ପକ୍ଷରୁ ଜାରି ଦର ତାଲିକାରେ କୁହାଯାଇଛି । ଅନ୍ୟପକ୍ଷରେ ଓଡ଼ିଶାର ଭୁବନେଶ୍ୱରରେ ପେଟ୍ରୋଲ ଦରଠାରୁ ଡିଜେଲ ଦର ଏବେ ବି ଅଧିକ ରହିଛି । କିନ୍ତୁ ଉଭୟ ପେଟ୍ରୋଲ ଓ ଡିଜେଲ ଦର ୮୦ ତଳକୁ ଖସିଆସିଛି । ଭୁବନେଶ୍ୱରରେ ପେଟ୍ରୋଲ ଟ.୭୭.୬୫ ଓ ଡିଜେଲ ୭୮.୭୩ ରେ ବିକ୍ରି ହେଉଛି । ତେବେ ଭାଟ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ଦେଖାଯାଇପାରେ । ଅନ୍ତର୍ଜାତୀୟ ବଜାରେର ଅକ୍ଟୋବର ପ୍ରଥମ ସପ୍ତାହରେ ଅଶୋଧିତ ତେଲ ଦର ୮୪ ଡଲାର ଟପିଯାଇଥିବାବେଳେ ଏବେ ତାହା ୭୨ ଡଲାରକୁ ଖସିଆସିଛି । ଏହି କାରଣରୁ ଭାରତରେ ତେଲ କମୁଛି ଓ ସରକାରଙ୍କ ମୁଣ୍ଡବ୍ୟଥା କିଛିଟା ଦୂର ହୋଇଛି ।

Related Posts

About The Author

Add Comment